ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧।୩: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଡ଼ରା ଜଙ୍ଗଲରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଖବରରୁ ପ୍ରକାଶ, ମାଓବାଦୀମାନେ ଗୁଡ଼ରା ଜଙ୍ଗଲରେ କ୍ୟାମ୍ପ କରିଥିବା ସୂଚନା ପାଇ ଡିଆର୍‌ଜି ଓ ସିଆର୍‌ପିଏଫ ଯବାନ ମିଳିତ କୋମ୍ବିଂ ଅପରେଶନ କରିଥିଲେ। ଏହି ସମୟରେ ପୋଲିସ ସହ ମାଓବାଦୀଙ୍କ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେଶନ ବେଳେ ଜଙ୍ଗଲରୁ ୨ଜଣ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି। ଯବାନମାନେ ଜଙ୍ଗଲରୁ ବିପୁଳ ପରିମାଣର ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ। ଘଟଣାସ୍ଥଳରେ ଅପରେଶନ ଜାରି ରହିଥିବା ଦାନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କ ସାମ୍ନାରେ ଭାସିଗଲେ ବାପା, ୨୪ ଘଣ୍ଟା ପରେ ବି ମିଳିନି ପତ୍ତା

କେନ୍ଦୁଝର,୧୦ା୯(ସ୍ବ.ପ୍ର.): ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଂଶପାଳ ବ୍ଲକ କେନ୍ଦୁଘାଟି ନିକଟ ବୈତରଣୀରେ ଶୁକ୍ରବାର ଅପରାହ୍ନରେ ଭାସି ଯାଇଥିବା ବ୍ୟକ୍ତିଙ୍କ ପତ୍ତା ମିଳିନାହିଁ। ପୋଲିସ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୬ଟି ସ୍ଥାନରେ ୪୦ ଜଣିଆ ଟିମ୍‌ର ଚଢ଼ାଉ

ସୁନ୍ଦରଗଡ଼,୧୫।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ମଙ୍ଗଳବାର ସକାଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆବହିର୍ଭୂତ ସମ୍ପତ୍ତି...

୭୨ ଅଭିଯୋଗ ଶୁଣିଲେ ଜିଲାପାଳ: ୩ଜଣଙ୍କୁ ମିଳିଲା ଚିକିତ୍ସା ସହାୟତା

ଦାରିଙ୍ଗବାଡ଼ି,୨୭।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜନଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ...

ବିଲରୁ ଘରକୁ ଫେରିବା ବେଳେ ଚାହିଁ ରହିଥିଲା ବିପଦ

ଜଳେଶ୍ବର,୨୨।୮(ଡି.ଏନ୍‌.ଏ.): ବିଲରୁ ଘରକୁ ଫେରୁଥିବା ବେଳେ ଭାସିଗଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳ ଜଳକା ନଦୀର ଶାଖା...

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର ଅଫିସ,୧୧ା୭: ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ରବିବାର...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସୋମବାର ଯାଜପୁରର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ...

୭ ଦିନ ହେଲା ପାଇପ୍‌ରେ ପାଣି ଆସୁନି, ପ୍ରତିବାଦ କଲେ ମହିଳା

ଗଞ୍ଜାମ,୧୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି l ଖରାର ଉତ୍ତାପ ଏତେ ପ୍ରଖର ଯେ, ଲୋକେ ଘରୁ ବାହାରକୁ ବାହାରି...

ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଲୁଟ୍‌

ଯୋଡ଼ା, ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ସୁଜୁକି ବାଇକ୍‌ ସୋରୁମ୍‌ ସମୁଖରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଟଙ୍କା...

Advertisement
Archives

Model This Week