ଜମିଜମା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବାଲିଗୁଡ଼ା,୯ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ମାଦାଙ୍ଗୀ ଗାଁ ନିକଟରେ ଦୀର୍ଘଦିନ ହେଲା ରହିଆସୁଥିବା ଏକ ଜାଗାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏ ନେଇ କୋଟଗଡ଼ ଥାନାରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଛି।

ଘଟଣାରୁ ପ୍ରକାଶ, କୋଟଗଡ଼ ତହସିଲ ଅନ୍ତର୍ଗତ ମାଦାଙ୍ଗୀ ଗାଁ ନିକଟ ଏକ ଖାଲି ସ୍ଥାନରେ ଦୀର୍ଘ ୮ରୁ ୧୦ ବର୍ଷ ହେବ କିଛି ଅଣଆଦିବାସୀ ଲୋକ ଘର କରି ରହି ଆସୁଛନ୍ତି। ନିଜର ପେଟପାଟଣା ପିଲାଙ୍କ ପାଠ ପଢ଼ିବା ଓ ସ୍ବାସ୍ଥ୍ୟସେବା ସୁବିଧାରେ ପାଇବା ପାଇଁ ସହରଠାରୁ ଅଳ୍ପ ଦୂରରେ ଏଭଳି ଖାଲି ଜାଗା ଦେଖି ବସତି ସ୍ଥାପନ କରିଆସୁଛନ୍ତି। କିନ୍ତୁ ଏବେ କିଛି ଦିନ ହେବ କିଛି ଆଦିବାସୀ ବ୍ୟକ୍ତି ତାଙ୍କ ଜାଗା କହି ତାଙ୍କ ସହ ଝଗଡ଼ା କରିବା ସହ ସେଠାରୁ ଘର ଛାଡ଼ି ଚାଲିଯିବା ପାଇଁ କହିବା ସହ ମୁହାଁମୁହିଁ ହୋଇ ଗଣ୍ଡଗୋଳ କରୁଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପନିନା ନାୟକ ନାମକ ଜଣେ ମହିଳା। ଏତଲାରେ ଦର୍ଶାଇଛନ୍ତି ଡିସେମ୍ବର ୭ ତାରିଖ ଗୁରୁବାର ରାତିରେ ଆଦିବାସୀ ୧୧ ଜଣ ଆସି ଘରେ ପଶି ନାନା ଗାଳିଗୁଲଜ କରିବା ସହ ମହିଳାଙ୍କୁ ମାଡ଼ ମାରିଥିଲେ ଏବଂ ଦୁଇଟି ଘର ଭଙ୍ଗାରୁଜା କରିଦେଇଥିଲେ। ସେହିପରି ଆଦିବାସୀ ପକ୍ଷରୁ ଉକ୍ତ ଜାଗା ଆମ ନାମରେ ରହିଛ। ଏଣୁ ତୁରନ୍ତ ଖାଲି କରିବା ପାଇଁ କହିବା ପରେ ଆମକୁ ଅଣ ଆଦିବାସୀମାନେ ଗଣ୍ଡଗୋଳ କରୁଛନ୍ତି ବୋଲି ଏକ ଲିଖିତ ଏତଲା ଅନିଲ ବଡ଼ମାଝି ଥାନାରେ ଦେବା ସହ ତାଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତ। ଅଣଆଦିବାସୀ ଓ ଆଦିବାସୀଙ୍କ ପକ୍ଷରୁ ଥାନାରେ ଦୁଇଟି ଲିଖିତ ଏତଲା ଆଧାରରେ କୋଟଗଡ଼ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା କରିବା ସହ କିଛି ନ ତୁଟିବା ରୁ ୧୬୬/୨୩ ଓ ୧୬୭ /୨୩ ଦୁଇଟି ମାମଲା ରୁଜୁ କରିବା ସହ ତଦନ୍ତ ଚାଲୁ ରହିଥିବା କହିଛନ୍ତ। ଆଦିବାସୀ ଓ ଅଣଆଦିବାସୀ ଏହି ଜମିଜମାକୁ ନେଇ ମୁହାଁମୁହିଁ ଘଟଣାକୁ ନେଇ ପୂର୍ବରୁ କୋଟଗଡ଼ ଚର୍ଚ୍ଚାରେ ରହିଥିବାରୁ ପୁଣି ସେହି ଘଟଣାର ପୁନରାବୃତ୍ତି ନ ହୋଇ କିଭଳି ଘଟଣାର ସମାଧାନ ହେବ ସେଥିପାଇଁ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri