ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ ପ୍ରତିଭା ସମ୍ମାନିତ ହେବା ଦେଖିବାକୁ ମିଳିଥିଲା। ୨ ଚାଷୀ ପ୍ରତିଭା ହେଲେ ସାହିପଲା ଗାଁର ମୂକ ବଧିର ୨ ଭଉଣୀ ରୁକ୍ମଣୀ ପଟେଲ ଓ ଭଗବତୀ ପଟେଲ। ନୂଆପଡା ସଦର ବ୍ଲକ ସାହିପଲା ପଞ୍ଚାୟତ ସଦର ଗାଁର ବେଣୁଧର ପଟେଲ ଓ ପ୍ରତିମା ପଟେଲଙ୍କ ୨ ଝିଅ ଜନ୍ମରୁ କଥା ହୋଇପାରୁ ନାହାନ୍ତି। ୨ ଭଉଣୀଙ୍କ ଏଭଳି ପରିସ୍ଥିତି ଦେଖି ପରିବାର ଲୋକେ ଭାଙ୍ଗି ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ୨ ଭଉଣୀ ଅନେକ ପ୍ରକାର ଚାଷ କାର୍ଯ୍ୟକୁ ଆପଣେଇ ମାଟିରେ ସୁନା ଫଳାଇ ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି ା ବେଣୁଧରଙ୍କ ୩ ଏକର ଜମିରେ ମାଣ୍ଡିଆ, କପା, ମିଠା ମକା, ପନିପରିବା ଚାଷ କରିବା ସହ ଅନ୍ୟମାନଙ୍କ ଜମିକୁ ଲିଜ ସୂତ୍ରରେ ନେଇ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ା ସେମାନେ ନିଜେ ପାୱାର ଟିଲର, ପାୱାର ୱିଡିର ଚଲାଇବା ସହିତ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର କରି ବିନା ଶ୍ରମିକ ସହାୟତାରେ ନିଜର ସବୁକାମ କରିପାରୁଛନ୍ତି। ଚାଷ ସହିତ ଗୋପାଳନ, ଛେଳି ପାଳନ, ଛତୁ ଚାଷକୁ ଆପଣେଇ ନେଇ ବର୍ଷକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି ା ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରୁକ୍ମଣୀ ଓ ଭଗବତୀଙ୍କୁ ନୂଆପଡା ଜିଲାର ସମସ୍ତ ଚାଷୀଙ୍କ ପାଇଁ ଏକ ପ୍ରେରଣା ବୋଲି ସମାରୋହରେ ଉଦ୍‌ବୋଧନ ଦେବା ସହ କୃଷି ବିଭାଗ ତରଫରୁ ମୂକ ଓ ବଧିର ଦୁଇ ଭଉଣୀଙ୍କୁ ଉପଢୌକନ ଦେଇ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଜିଲାପାଳ ମଧୁସୂଦନ ଦାଶ କହିଲେ, ମୂକ ଓ ବଧିର ଝିଅମାନେ ମାଟିରେ ସୁନା ଫଳାଇ ପାରୁଛନ୍ତି ା ଆମେ ସଂପୂର୍ଣ୍ଣ ସକ୍ଷମ। ବାହାର ରାଜ୍ୟକୁ ଦାଦନ ନ ଯାଇ ନିଜ ଭିଟାମାଟିରେ କୃଷି ତଥା ଆନୁଷଙ୍ଗିକ କୃଷି ଭିତ୍ତିକ ଉଦ୍ୟୋଗ କରି ରୋଜଗାର ପନ୍ଥା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି କୃଷି ମେଳାରେ କୃଷି ବିଭାଗ ତରଫରୁ ମୂକ ଓ ବଧିର ଭଉଣୀଙ୍କୁ ସମ୍ମାନିତ କରାଯିବା ବିଷୟ ଜିଲାରେ ଚର୍ଚ୍ଚାର ବିଷୟ ହେବା ସହିତ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

IND vs NZ ଫାଇନାଲ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ମିଳିଲା ‘ଗୁରୁ ମନ୍ତ୍ର’: ଭାରତୀୟ କିମ୍ବଦନ୍ତୀଙ୍କ ପରାମର୍ଶ ପରେ ଏବେ ଚୌକା, ଛକା ବର୍ଷା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ସାମ୍ନା କରିବେ। ଉଭୟ ଦଳ ଟୁର୍ନାମେଣ୍ଟରେ ଅସାଧାରଣ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବିସ୍ଫୋରକ ବୟାନ, ବୁମ୍‌ରାଙ୍କୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଏକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ଏକ ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଟାଇଟଲଠାରୁ ମାତ୍ର ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri