ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ ପ୍ରତିଭା ସମ୍ମାନିତ ହେବା ଦେଖିବାକୁ ମିଳିଥିଲା। ୨ ଚାଷୀ ପ୍ରତିଭା ହେଲେ ସାହିପଲା ଗାଁର ମୂକ ବଧିର ୨ ଭଉଣୀ ରୁକ୍ମଣୀ ପଟେଲ ଓ ଭଗବତୀ ପଟେଲ। ନୂଆପଡା ସଦର ବ୍ଲକ ସାହିପଲା ପଞ୍ଚାୟତ ସଦର ଗାଁର ବେଣୁଧର ପଟେଲ ଓ ପ୍ରତିମା ପଟେଲଙ୍କ ୨ ଝିଅ ଜନ୍ମରୁ କଥା ହୋଇପାରୁ ନାହାନ୍ତି। ୨ ଭଉଣୀଙ୍କ ଏଭଳି ପରିସ୍ଥିତି ଦେଖି ପରିବାର ଲୋକେ ଭାଙ୍ଗି ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ୨ ଭଉଣୀ ଅନେକ ପ୍ରକାର ଚାଷ କାର୍ଯ୍ୟକୁ ଆପଣେଇ ମାଟିରେ ସୁନା ଫଳାଇ ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି ା ବେଣୁଧରଙ୍କ ୩ ଏକର ଜମିରେ ମାଣ୍ଡିଆ, କପା, ମିଠା ମକା, ପନିପରିବା ଚାଷ କରିବା ସହ ଅନ୍ୟମାନଙ୍କ ଜମିକୁ ଲିଜ ସୂତ୍ରରେ ନେଇ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ା ସେମାନେ ନିଜେ ପାୱାର ଟିଲର, ପାୱାର ୱିଡିର ଚଲାଇବା ସହିତ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର କରି ବିନା ଶ୍ରମିକ ସହାୟତାରେ ନିଜର ସବୁକାମ କରିପାରୁଛନ୍ତି। ଚାଷ ସହିତ ଗୋପାଳନ, ଛେଳି ପାଳନ, ଛତୁ ଚାଷକୁ ଆପଣେଇ ନେଇ ବର୍ଷକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି ା ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରୁକ୍ମଣୀ ଓ ଭଗବତୀଙ୍କୁ ନୂଆପଡା ଜିଲାର ସମସ୍ତ ଚାଷୀଙ୍କ ପାଇଁ ଏକ ପ୍ରେରଣା ବୋଲି ସମାରୋହରେ ଉଦ୍‌ବୋଧନ ଦେବା ସହ କୃଷି ବିଭାଗ ତରଫରୁ ମୂକ ଓ ବଧିର ଦୁଇ ଭଉଣୀଙ୍କୁ ଉପଢୌକନ ଦେଇ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଜିଲାପାଳ ମଧୁସୂଦନ ଦାଶ କହିଲେ, ମୂକ ଓ ବଧିର ଝିଅମାନେ ମାଟିରେ ସୁନା ଫଳାଇ ପାରୁଛନ୍ତି ା ଆମେ ସଂପୂର୍ଣ୍ଣ ସକ୍ଷମ। ବାହାର ରାଜ୍ୟକୁ ଦାଦନ ନ ଯାଇ ନିଜ ଭିଟାମାଟିରେ କୃଷି ତଥା ଆନୁଷଙ୍ଗିକ କୃଷି ଭିତ୍ତିକ ଉଦ୍ୟୋଗ କରି ରୋଜଗାର ପନ୍ଥା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି କୃଷି ମେଳାରେ କୃଷି ବିଭାଗ ତରଫରୁ ମୂକ ଓ ବଧିର ଭଉଣୀଙ୍କୁ ସମ୍ମାନିତ କରାଯିବା ବିଷୟ ଜିଲାରେ ଚର୍ଚ୍ଚାର ବିଷୟ ହେବା ସହିତ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଉ ଫେରିବି କି ନାହିଁ ଜାଣିନାହିଁ: ହଠାତ୍‌ ବ୍ରେକ୍‌ ନେଲେ ନେହା

ଗାୟିକା ନେହା କକ୍କର ନିଜ ସଙ୍ଗୀତ କ୍ୟାରିୟରରୁ ବ୍ରେକ୍‌ ନେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ନେହା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଦାୟିତ୍ୱ, ସମ୍ପର୍କ,...

୩୨୬ ଜାତୀୟ ରାଜପଥରେ ହେଟା ବାଘକୁ ଧକ୍କା ଦେଲା ଅଜଣା ଗାଡି

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା...

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ବଡ଼ବିଲ,୧୯।୧: କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ...

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ...

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri