ନିଆଁରେ ପୋଡ଼ି ୨ ମୃତ, ୩ ଗୁରୁତର

ରାୟଗଡ଼ା ଅଫିସ,୧୮ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜଣ ପୋଡ଼ିହୋଇ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ପରିବାରର ମୁଖ୍ୟ ଦୟାନିଧି ବେହେରା ଏବଂ ମା’ ଲକ୍ଷ୍ମୀଙ୍କର ବ୍ରହ୍ମପୁର ହସ୍ପିଟାଲରେ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ବେଳେ ବଡ଼ପୁଅ ସୁନିଲ,ବୋହୂ ସ୍ବପ୍ନା ଏବଂ ସାନପୁଅ ଅନିଲଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଘରୁ ଚିତ୍କାର ଶୁଣି ପଡ଼ୋଶୀ ଏବଂ ସାହି ଲୋକେ ନିଆଁକୁ ସାମାନ୍ୟ ଆୟତ୍ତ କରିବା ସହ ୪ ଗୁରୁତରଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲା। ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିବା ସାହି ଲୋକେ ଅନୁମାନ କରିଛନ୍ତି। ତେବେ ପ୍ରାଥମିକ ତଦନ୍ତବେଳେ ଘରୁ ପେଟ୍ରୋଲ ଡବା ମିଳିଥିବାରୁ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଁସଦା କହିଛନ୍ତି। ଏଥିସହ ଘଟଣା ବେଡ୍‌ରୁମ୍‌ରେ ଘଟିଥିବା ସେ କହିଛନ୍ତି। ତେଣୁ ଏହାର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସମସ୍ତ ଗୁରୁତରଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି। ରାୟଗଡ଼ାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ପଠାଇ ଦିଆଯାଇଥିଲା ବୋଲି ଡାକ୍ତର ବୀରେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ

ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri