ଦୁଇଦିନ ଝଡ଼ତୋଫାନ

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା। ଶନିବାରଠାରୁ ରବିବାର ସକାଳ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାନୁସାରେ କେନ୍ଦୁଝର ଘସିପୁରାରେ ସର୍ବାଧିକ ୬୨.୧ ମିମି ବର୍ଷା ହୋଇଥିବାବେଳେ କୋରେଇରେ ୫୬.୨, ଦାନଗଦି ୫୩, ଯାଜପୁର ୪୩, ଝୁମ୍ପୁରା ୪୧.୨, ସୁକିନ୍ଦା ୪୧, ସତ୍ୟବାଦୀ ୩୮, ବାଂଶପାଳ ୩୭.୧, ଭୁବନେଶ୍ୱର ୩୬.୨, ଭୁବନ ୩୬, କୁତ୍ରା ୩୬, ପୁରୀ ୩୫.୩, ଚାନ୍ଦବାଲି ୩୪.୯, ଭଦ୍ରକ ୩୪.୨, କଣ୍ଟପଡ଼ା ୩୪, ନରସିଂହପୁରରେ ୩୩ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କେନ୍ଦୁଝରରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ତେଣୁ ଏ ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯିବା ସହିତ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେହିଭଳି ମଙ୍ଗଳବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ପୁରୀକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏସବୁ ଜିଲାରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦କିମି ରହିବ। ସେପଟେ ଏହି ବର୍ଷା ଯୋଗୁ ରବିବାର ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲା। ବୌଦ୍ଧ ଜିଲାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ମାଲକାନଗିରି ୪୨, ଟିଟିଲାଗଡ଼ ୪୧.୮, ନୂଆପଡ଼ା ୪୧.୫, ସୋନପୁର ୪୦.୩, ଭବାନୀପାଟଣାରେ ୪୧ ଡିଗ୍ରୀ ତାପମାତ୍ରା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ

କଟକ ଅଫିସ,୨୦।୯-୨ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ। ଆସନ୍ତା ୨୧ ଓ ୨୨ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ସହ...

ବିଜେପୁର: କଂଗ୍ରେସର ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆସନ୍ତା ୨୧ତାରିଖରେ ବିଜେପୁର ଆସନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ସବୁ...

ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ନେହେରୁବଙ୍ଗଳା ମୁହାଣ ନିକଟରେ ରବିବାର ଏକ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ମୋଟ ୫ ଜଣ...

କଟକରୁ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୩।୮-କଟକ ସହରରୁ ରବିବାର ପୁଣି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୪ ଆକ୍ରାନ୍ତଙ୍କ ମଧ୍ୟରେ ୮୧ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୩...

ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ

ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ତରତୁଆର ଜଣେ ପ୍ରସୂତି ମହିଳାଙ୍କର ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ ହୋଇଥିଲା। ତେବେ କ୍ଷତକୁ...

ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିିନ ତିଆରି କଲେ ୪ ଅଧ୍ୟାପକ

କଟକ ଅଫିସ, ୧୯।୪: ମହାମାରୀ କରୋନା ଭୂତାଣୁ ପାଇଁ ସମସ୍ତେ ଚିନ୍ତିତ। ଦିନକୁ ଦିନ ଏହି ଭୂତାଣୁର ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ଏବେ ଲକଡାଉନ...

୧୧ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏଥିସହିତ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଝାଡ଼ଖଣ୍ଡ,...

ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ...

Advertisement
Archives

Model This Week