ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା ହେଉଛି, ବିଶ୍ୱରେ ଉଭୟ ଆମେରିକା ଓ ଚାଇନାର ଆଧିପତ୍ୟ ଅତ୍ୟନ୍ତ କ୍ଷତିକାରକ ହୋଇଛି। ଆମେରିକାର ସଂରକ୍ଷଣବାଦ ବୃଦ୍ଧି ପାଇଛି ଅର୍ଥାତ ବିଦେଶୀ ସାମଗ୍ରୀ ଉପରେ ଟିକସ ଲଗାଇ ନିଜ ଦେଶର ଶିଳ୍ପକୁ ବଞ୍ଚାଇବା ଲାଗି ଚେଷ୍ଟା କରୁଛି। ଅନ୍ୟପକ୍ଷରେ ଚାଇନାର ଲାଭଖୋର ବାଣିଜ୍ୟବାଦ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏହି ଦୁଇ ଶକ୍ତି ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ବିଶ୍ୱର ଅବଶିଷ୍ଟ ଦେଶଗୁଡ଼ିକ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏଥିରେ ବିଶେଷକରି ବିକାଶଶୀଳ ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ଫଳରେ ଏବକାର ବୈଶ୍ୱିକ ନେତୃତ୍ୱ ପ୍ରତି କେତେକେ ‘ଜି ଜିରୋ’ (ଅର୍ଥାତ୍‌ ବିଶ୍ୱରେ କେହି ପ୍ରଭାବଶାଳୀ ନେତୃତ୍ୱ ନାହାନ୍ତି) ଧାରଣା ପ୍ରୟୋଗ କରୁଛନ୍ତି। ଏହା ମଧ୍ୟ ସ୍ପଷ୍ଟ ଯେ, ଆମେ ଏକ ‘ଜି-ନେଗେଟିଭ ଟୁ(୨)’ ଅର୍ଥାତ୍‌ ଦୁଇଟି ନକାରାତ୍ମକ ନେତୃତ୍ୱ(ଆମେରିକା ଓ ଚାଇନା)କୁ ସାମ୍ନା କରୁଛୁ। ବିଶ୍ୱସ୍ତରରେ ସାର୍ବଜନୀନ ସାମଗ୍ରୀଗୁଡ଼ିକୁ ଯୋଗାଇବା ପରିବର୍ତ୍ତେ, ଚାଇନା ଓ ଆମେରିକା ବୈଶ୍ୱିକ ଅର୍ଥ ବ୍ୟବସ୍ଥାକୁ କ୍ଷତି କରୁଛନ୍ତି। ଚାଇନାର ବାଣିଜ୍ୟବାଦ ଆମେରିକାର ସଂରକ୍ଷଣବାଦକୁ ଜନ୍ମ ଦେଇଛି। ଟ୍ରେଡ ସର୍ପଲସ୍‌ ( ବିଶ୍ୱରେ ରତ୍ପାନି ସାମଗ୍ରୀର ମୂଲ୍ୟ ଆମଦାନୀ ଜିନିଷର ମୂଲ୍ୟଠାରୁ ଅଧିକ ରହିବା) ସ୍ଥତି ଆମେରିକାର ଅର୍ଥ ବ୍ୟବସ୍ଥାାକୁ କ୍ଷତି କରୁଛି ବୋଲି ଟ୍ରମ୍ପ ବିଶ୍ୱାସ କରି ଟାରିଫ ଚିନ୍ତା କରିଛନ୍ତି। ତେବେ ବୃହତ୍‌ ଟ୍ରେଡ ସର୍ପଲସରେ ଚାଇନା ଆଗରେ ରହି ସମସ୍ୟା ସୃଷ୍ଟି କରିବା ଯୋଗୁ ଏଥିରେ ଅନେକ ଦେଶ ଶିକାର ହୋଇଛନ୍ତି।
ଏପ୍ରିଲରେ ଟ୍ରମ୍ପ୍‌ ବ୍ୟାପକ ଟାରିଫ ଘୋଷଣା କରିଥିଲେ ଏବଂ ପରେ ପର୍ଯ୍ୟାୟକ୍ରମେ ଏଥିରେ ପରିବର୍ତ୍ତନ କରି ସେସବୁ ଜାରି ରଖିବା ଦ୍ୱାରା ବିଶ୍ୱର ସବୁଠୁ ସଂରକ୍ଷଣବାଦୀ ଅର୍ଥ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଆମେରିକା ସ୍ଥାନ ପାଇଛି। ହାରାହାରି ବିଶ୍ୱର ସବୁଠୁ ବଡ଼ ମାର୍କେଟକୁ ରତ୍ପାନି କରାଯାଉଥିବା ସମାଗ୍ରୀଗୁଡ଼ିକ ଉପରେ ଟାରିଫ ୮ଗୁଣ ଅର୍ଥାତ୍‌ ୨%ରୁ ୧୭% ବୃଦ୍ଧି ପାଇଗଲା। ଏହାଦ୍ୱାରା ଆମେରିକା ବଜାରରେ ସାମାଗ୍ରୀ ଉପଲବ୍ଧ ସୀମିତ ହେବା ସହ ସ୍ଥିତି ଅଧିକ ଅନିଶ୍ଚୟତା ମଧ୍ୟକୁ ଚାଲିଯାଇଛି। ଟ୍ରମ୍ପଙ୍କ ମନମୁଖି କାର୍ଯ୍ୟ ଓ ବ୍ୟକ୍ତିଗତ ସ୍ବାର୍ଥରେ ଟାରିଫ ଏକ ସାଧନ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଟ୍ରମ୍ପଙ୍କ ବ୍ୟାପକ ଟାରିଫ୍‌ ବୃଦ୍ଧି ବିରୋଧରେ ସୁପ୍ରିମକୋର୍ଟରେ ମକଦ୍ଦମା କରାଯିବା ପରେ କୋର୍ଟ କହିଛନ୍ତି ଯେ, ଏହା ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଥିବା ବିପଦ ସ୍ଥିର କରିବାରେ କାର୍ଯ୍ୟପାଳିକାର ଅଧିକାର ଉପରେ କୌଣସି ପ୍ରଶ୍ନ ଉଠାଇବ ନାହିଁ। ହେଲେ ଖରାପ ରାଜନୈତିକ କାରଣ ପାଇଁ ବ୍ରାଜିଲକୁ ଟାର୍ଗେଟ (ଅପ୍ରତ୍ୟକ୍ଷ ରୂପେ) କରିବା ପାଇଁ ସେହି କାର୍ଯ୍ୟପାଳିକା ଅଧିକାରକୁ ବ୍ୟବହାର କରାଯାଇଛି। ଏହା ସହ ମେ’ରେ ଭାରତ-ପାକିସ୍ତାନ ସୀମା ଉତ୍ତେଜନାରେ ଶାନ୍ତି ଆଣିବାରେ ମଧ୍ୟସ୍ଥତା କରିଥିବା ଟ୍ରମ୍ପ ଯେଉଁ ବିବାଦୀୟ ଦାବି କରିଥିଲେ ତାହାକୁ ଭାରତ ଗ୍ରହଣ ନ କରିବାରୁ ସେହି କାର୍ଯ୍ୟପାଳିକା ମଧ୍ୟ ଭାରତ ଉପରେ ଅତ୍ୟଧିକ ଟାରିଫ ଲାଗୁ କରି ଦଣ୍ଡିତ କରିଛି। ରାଷ୍ଟ୍ରପତିଙ୍କ ଅଧିକାରର ଏଭଳି ଏକ ମନମୁଖି ଓ ଅସଙ୍ଗତ କାର୍ଯ୍ୟ ଉପରେ ଲଗାମ ଲଗାଇବା ନିଶ୍ଚିତ ଭାବେ କୋର୍ଟର ମୁଖ୍ୟ ଦାୟିତ୍ୱ। କିନ୍ତୁ ଯଦିବି କୋର୍ଟ ରାୟ ଟ୍ରମ୍ପଙ୍କ ବିରୋଧରେ ଯାଏ ତଥାପି ସେ ସମାନ ସଂରକ୍ଷଣବାଦ କାର୍ଯ୍ୟକ୍ରମକୁ ଅନ୍ୟବାଟରେ ଆପଣାଇବେ।
ଏହା ନିଶ୍ଚିତ ଯେ, ଅନ୍ୟ ଦେଶଗୁଡ଼ିକ ଉପରେ ଟ୍ରମ୍ପ ଲଗାଇଥିବା ଟାରିଫ୍‌ର ଆମେରିକା ଉପରେ ସିଧାସଳଖ ପ୍ରଭାବ ଏବେ ଅସ୍ପଷ୍ଟ ରହିଛି, କାରଣ ଆମେରିକା ଅର୍ଥ ବ୍ୟବସ୍ଥାରେ ବିଶେଷକରି ଏଆଇ ମାର୍କେଟର ଚାହିଦା ବୃଦ୍ଧି ପାଇବା ସହ ରତ୍ପାନି ବଢ଼ିଛି। କିନ୍ତୁ ଏହାର ପରୋକ୍ଷ ପ୍ରଭାବ ପଡ଼ିଛି, ଯାହା ଚାଇନାର ଲାଭଖୋର ବାଣିଜି୍ୟକବାଦ (ଅଧିକ ରତ୍ପାନି ଓ କମ୍‌ ଆମଦାନୀ କରି ଧନୀ ଦେବା) ଦ୍ୱାରା ଅଧିକ ହେଉଛି। ଅବଶ୍ୟ ବାଣିଜି୍ୟକବାଦ ଅନେକ ଶତାବ୍ଦୀ ଧରି ଚାଇନାର ଅର୍ଥନୀତିରେ ରହିଛି। ନିକଟରେ ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟରୁ ଜଣାପଡ଼ିଛି ଯେ, ଚାଇନା ଯୋଗୁ ବିଶ୍ୱ ବାଣିଜ୍ୟ ଅସମ୍ଭବ ହେଉଛି। ଏହା କୌଣସି ସାମଗ୍ରୀ ଆମଦାନୀ କରିବାକୁ ଚାହଁୁନାହିଁ, କାରଣ ସେସବୁଠାରୁ ଶସ୍ତାରେ ଓ ଭଲ ଜିନିଷ ତିଆରି କରିପାରିବ ବୋଲି ବିଶ୍ୱାସ କରୁଛି। ଏଭଳି ସ୍ଥିତି ୧୭୯୩ରେ ଦେଖିବାକୁ ମିଳିଥିଲା। ବ୍ରିଟେନ ସାମ୍ରାଜ୍ୟର ଦୂତ ଲର୍ଡ ମ୍ୟାକାର୍ଟିନେ ଚାଇନା ଗ୍ରସ୍ତରେ ଯାଇ ବ୍ରିଟେନର ସାମଗ୍ରୀ ପାଇଁ ସମ୍ରାଟ କ୍ୱିୟାଙ୍ଗଲଙ୍ଗକୁ ବୁଝାଇଥିଲେ। ଚାଇନାର ସମ୍ରାଟ କହିଥିଲେ ଯେ, ”ଆମ ସ୍ବର୍ଗ ସଦୃଶ ସାମ୍ରାଜ୍ୟରେ ସବୁ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ଅଛି ଏବଂ ଏହାର ସୀମା ମଧ୍ୟରେ କୌଣସି ଜିନିଷର ଅଭାବ ନାହିଁ। ସେଥିପାଇଁ ଆମ ନିଜ ଜିନିଷ ବିନିମୟରେ ବାହାରର ଉତ୍ପାଦ ଆମଦାନୀ କରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଚା, ସିଲ୍କ ଓ ଚାଇନାମାଟିର ଜିନିଷ ହେଉଛି ଏହି ସାମ୍ରାଜ୍ୟର ଉତ୍ପାଦ, ଯାହା ୟୁରୋପୀୟ ଦେଶଗୁଡ଼ିକ ତଥା ତୁମ ପାଇଁ ନିହାତି ଦରକାର। ଆମେ ଅନୁଗ୍ରହ କରି ଅନୁମତି ଦେଇଛୁ ଯେ, ବାଣିଜ୍ୟ ଫାର୍ମଗୁଡ଼ିକ କ୍ୟାଣ୍ଟୋନ ର ନିର୍ମାଣ ହେବା ଉଚିତ, ଯାହାଦ୍ୱାରା ତୁମେ ଚାହଁୁଥିବା ଜିନିଷ ଯୋଗାଇ ଦିଆଯିବ ଏବଂ ତୁମ ଦେଶ ଆମ ଲାଭରେ ଆସିପାରିବ।“ ଏବେ ମଧ୍ୟ ସମାନ ପ୍ରକାର ପ୍ରବୃତ୍ତି ଆମେ ଦେଖୁଛୁ। ଟ୍ରମ୍ପଙ୍କ ଟାରିଫ୍‌ ଦ୍ୱାରା ଚାଇନାର ବାଣିଜ୍ୟବାଦ ଆହୁରି ଗମ୍ଭୀର ହୋଇଛି। ଆମେରିକା ମାର୍କେଟ ଉପଲବ୍ଧତା ହ୍ରାସ ଘଟିବା ସହ ଚାଇନାର ଅଭିବୃଦ୍ଧି ମଡେଲ ଏବେ ସୁଦ୍ଧା ରତ୍ପାନି ଉପରେ ନିର୍ଭରଶୀଳ ଥିବା ହେତୁ ଚାଇନାର ବୃହତ ଶିଳ୍ପ ଅନ୍ୟତ୍ର ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ବଜାର ହାସଲ କରିବା ଉପରେ ଅଧିକ ଧ୍ୟାନ ଦେଇଛି। ସୌମିତ୍ରୋ ଚାଟାର୍ଜୀ ଓ ମୁଁ ଉଲ୍ଲେଖ କରିଛୁ ଯେ, ବିକାଶଶୀଳ ଦେଶଗୁଡ଼ିକୁ କମ୍‌ ମୂଲ୍ୟର ଚାଇନା ଜିନିଷ ରତ୍ପାନି ଶୀଘ୍ର ବୃଦ୍ଧି ଘଟି ସେହି ସବୁ ଦେଶର ନିଜସ୍ବ ଶିଳ୍ପ ପ୍ରତିଯୋଗିତାକୁ ଦୁର୍ବଳ କରିଦେଇଛି। ମଜୁରି ବୃଦ୍ଧି ଘଟିଥିବା ସତ୍ତ୍ୱେ, ଚାଇନା ଏବେସୁଦ୍ଧା ବୈଶ୍ୱିକ ରତ୍ପାନିର ବୃହତ ଅଂଶୀଦାର ହୋଇ ରହିଛି। ତେବେ ଏହା ଅଧିକ ସ୍ପଷ୍ଟ ଯେ, ଚାଇନାର ରତ୍ପାନି ବୃଦ୍ଧି କିଛି ପ୍ରାକୃତିକ ଲାଭ ଯୋଗୁ ହୋଇନାହିଁ, ବରଂ ମୁଦ୍ରା ବିନିମୟ ନୀତି ଦ୍ୱାରା ତାହାକୁ ବଜାୟ ରଖିଛନ୍ତି।
ଏହିପରି ଭାବେ ଟ୍ରମ୍ପଙ୍କ ଟାରିଫ୍‌ ଚାଇନାର ବାଣିଜ୍ୟବାଦକୁ ତୀବ୍ର କରିଛି। ଫଳରେ ବିକାଶଶୀଳ ଦେଶଗୁଡ଼ିକ ଚାଇନାର ଉଗ୍ର ଅଭିଯାନ କବଳରୁ ସେମାନଙ୍କ ଘରୋଇ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେବା ଲାଗି ଆଉ ଏକ ପର୍ଯ୍ୟାୟର ସଂରକ୍ଷଣବାଦ ଚାହଁୁଛନ୍ତି। ଉଦାହରଣସ୍ବରୂପ, ମେକ୍ସିକୋ ଏବେ ଚାଇନା ଏବଂ ଭାରତରୁ ଆମଦାନୀ କରୁଥିବା ଜିନିଷଗୁଡ଼ିକ ଉପରେ ଟାରିଫ୍‌ ଲଗାଇଛି। କିନ୍ତୁ ଅନ୍ୟଦେଶଗୁଡ଼ିକ ନିଜକୁ ସୁରକ୍ଷିତ ରଖିବା ପାଇଁ ଚାହଁୁଥିବାବେଳେ ଜଟିଳ ଯୋଗାଣ ଚେନ୍‌ ବା ଶୃଙ୍ଖଳ ଥିବା ଏବକାର ବିଶ୍ୱରେ କେବଳ ଗୋଟିଏ ଦେଶକୁ ଟାର୍ଗେଟ କରିବା କଷ୍ଟକର। ଏହା ନିଶ୍ଚିତ ଯେ, ସଂରକ୍ଷଣବାଦ ଏକ ବଡ଼ ବିଷୟ ହୋଇଯିବ। ତେବେ ନିକଟ ଭବିଷ୍ୟତରେ କ’ଣ ଘଟିବ ? ନିକଟରେ ଦେବ ପଟେଲ, ଜଷ୍ଟିନ ସାଣ୍ଡେଫୁର୍‌ ଓ ମୋ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ,ବିଗତ ଦଶନ୍ଧିରେ ପାଶ୍ଚାତ୍ୟ ଜୀବନକୁ ବିକାଶଶୀଳଦେଶଗୁଡ଼ିକ ଯେଭଳି ପାଗଳ ଭଳି ଅନୁସରଣ କରୁଥିଲେ ତାହା ବନ୍ଦ ହୋଇଯାଇଥିଲା। ବିକାଶଶୀଳ ଦେଶଗୁଡ଼ିକରେ ଅଭିବୃଦ୍ଧି ମାନ୍ଦା ରହିଛି। କନା, ପୋଷାକ ଓ ଫର୍ନିଚର ଭଳି କମ୍‌ ମୂଲ୍ୟଯୁକ୍ତ ମାନୁଫାକଚରିଂ ଉତ୍ପାଦ ହେଉଛି ବିକାଶର ଇଞ୍ଜିନ । ଯଦି ଏହା ବନ୍ଦ ହୋଇଯାଏ, ତେବେ ବିଶ୍ୱର ଅତି ଦରିଦ୍ର ଦେଶଗୁଡ଼ିକର ଗରିବମାନେ ପ୍ରଥମେ ଏହାର ପ୍ରଥମେ ଶିକାର ହେବେ ଏବଂ ଏଥିପାଇଁ ବିଶ୍ୱର ଦୁଇ ପ୍ରଭୁତ୍ୱ ବିସ୍ତାରକାରୀ ଦେଶ ଆମେରିକା ଓ ଚାଇନା ଦାୟୀ ରହିବେ। ଏହି ଦୁଇ ଦେଶ ବୈଶ୍ୱିକ ଅର୍ଥ ବ୍ୟବସ୍ଥାକୁ ଲୁଟୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଥିବା ବାଣିଜ୍ୟ ସୁଯୋଗକୁ ସୀମିତ କରିଦେଉଛନ୍ତି।

ଅରବିନ୍ଦ ସୁବ୍ରମଣିୟନ
ସିନିଅର ଫେଲୋ, ପିଟରସନ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଇଣ୍ଟର୍‌ନ୍ୟାଶନାଲ ଇକୋନୋମିକ୍ସ

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri