ଦୁଇ ଦେଶ ବିପଦରେ

ଶୁଭନାରାୟଣ ଶତପଥୀ

 

ଯଦି ସାଧାରଣରେ ଆମେ ଭାବିନେଉ ଯେ ପଡ଼ୋଶୀ ଦେଶ ପାକିସ୍ତାନଠାରୁ ଭାରତ ପାଇଁ କ’ଣ ବଡ଼ ବିପଦ ରହିଛି, ତେବେ ଏହା ଉତ୍ତର ଆସିବ ଯେ ଆତଙ୍କବାଦ, ଚାଇନା ଓ ପାକିସ୍ତାନର ସହଭାଗିତାର ପ୍ରଭାବ। ଏହା ଠିକ୍‌ ଉତ୍ତର ହୋଇପାରେ, କିନ୍ତୁ ବାସ୍ତବରେ ଅନ୍ୟ ଏକ ବଡ଼ ବିପଦ ହେଉଛି ପୋଲିଓ ଭୂତାଣୁ। ଏହା କେବଳ ଭାରତ ନୁହେଁ ବରଂ ଅନ୍ୟାନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଗମ୍ଭୀରଭାବରେ ପ୍ରଭାବିତ କରିପାରେ। ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ, ଏହି ବର୍ଷ ପାକିସ୍ତାନରେ ପଞ୍ଚମ ପୋଲିଓ ସଂକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହା ଏପରି ଏକ ବେମାରୀ ଯାହାକୁ ଟିକାକରଣ ଦ୍ୱାରା ସାରା ବିଶ୍ୱରୁ ମୂଳୋପତ୍ାଟନ କରାଯାଇଆସୁଛି। ବିଶ୍ୱର ସମସ୍ତ ଦେଶରୁ ପୋଲିଓ ମୂଳୋପତ୍ାଟନ ହେବା ପରେ ଏବେ ଏହି ଭୂତାଣୁ କେବଳ ପାକିସ୍ତାନ ଓ ଆଫଗାନିସ୍ତାନରେ ସୀମିତ ହୋଇ ରହିଛି। ଏପରିକି ଆଫ୍ରିକା ମହାଦେଶର ଅନେକ ଦେଶ ଯଥା କଙ୍ଗୋ, ସୁଦାନ, ଦକ୍ଷିଣ ସୁଦାନରେ ମଧ୍ୟ ପୋଲିଓର ଘଟଣା ଶୂନ୍ୟ ପ୍ରତିଶତ ଥିବାବେଳେ ଆଫଗାନିସ୍ତାନ ଓ ପାକିସ୍ତାନରେ ଆଜି ବି ଏହି ରୋଗ ଦେଖିବାକୁ ମିଳେ। ସାରା ବିଶ୍ୱ ପାଇଁ ପୋଲିଓ ରୋଗ ମୁଣ୍ଡବିନ୍ଧାର କାରଣ ଥିଲାବେଳେ ୨୭ ମାର୍ଚ୍ଚ ୨୦୧୪ରେ ଭାରତକୁ ପୋଲିଓମୁକ୍ତ ଦେଶ ଭାବରେ ଘୋଷଣା କରାଯାଇଛି। ଏହା ଆମ ପାଇଁ ବଡ଼ ଉପଲବ୍ଧି, ପରିଶ୍ରମର ସଫଳତା ଓ ଗୌରବ।
ଆମେ ଜାଣୁ, ପୋଲିଓ ରୋଗ କେତେ ଭୟଙ୍କର। ଯଦି ୧୯୪୦ ମସିହାରୁ ୧୯୬୦ ମସିହା ଅବଧିକୁ ଅନୁଶୀଳନ କରିବା ତେବେ ପାଖାପାଖି ୫ଲକ୍ଷ ବ୍ୟକ୍ତି ଏହି ରୋଗରେ ମୃତ୍ୟୁବରଣ କରୁଥିଲେ କିମ୍ବା ପକ୍ଷାଘାତର ଶିକାର ହେଉଥିଲେ। ଏହି ଭୂତାଣୁ ମସ୍ତିଷ୍କ କିମ୍ବା ମେରୁଦଣ୍ଡକୁ ଆକ୍ରାନ୍ତ କରୁଥିଲା। ଫଳରେ ବ୍ୟକ୍ତି ମୃତ୍ୟୁବରଣ କରୁଥିଲା କିମ୍ବା ତା’ର ଅନେକ ଅଙ୍ଗ ଅଚଳ ହୋଇଯାଉଥିଲା। ଯଦି ମଣିଷ ବଞ୍ଚତ୍ୟାଉଥିଲା ତେବେ ମୃତ୍ୟୁ ପର୍ଯ୍ୟନ୍ତ ଏମିତି କଷ୍ଟକର ଓ ପୀଡ଼ାଦାୟକ ଜୀବନ ବିତାଉଥିଲା। ଏଥିପାଇଁ କେହି କିଛି କରିପାରୁ ନ ଥିଲେ। ଯେତେବେଳେ ଜଣେ ଶିଶୁ ପୋଲିଓ ଦ୍ୱାରା ଆକ୍ରାନ୍ତ ହେଉଥିଲା ସେତେବେଳେ ତାହା ସମସ୍ତଙ୍କ ପାଇଁ ଦାରୁଣ ଦୁଃଖ ଥିଲା। କାରଣ ସେହି ଶିଶୁ ଜୀବନ ଆରମ୍ଭ ନ କରୁଣୁ ସେ ଦିବ୍ୟାଙ୍ଗ ପାଲଟିଯାଉଥିଲା। ଏହି ରୋଗ କେବଳ ଗରିବ ଦେଶରେ ଥିଲା ତାହା ନୁହେଁ ବରଂ ଏହା ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ୟୁରୋପ ଭଳି ବିକଶିତ ଦେଶରେ ଦେଖାଯାଉଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଥିଲେ। ଯେତେବେଳେ ସାରା ବିଶ୍ୱ ଅପେକ୍ଷା କରିଥିଲା ଏହି ରୋଗ ପାଇଁ କେବେ ଟିକା ଆସିବ ସେତେବେଳେ ୟୁଏସ୍‌ର ଚିକିତ୍ସାବିଜ୍ଞାନୀ ଡା. ଜୋନାସ୍‌ ସାଲ୍କ ୧୯୬୦ ମସିହାରେ ପୋଲିଓ ଟିକାର ଉଦ୍ଭାବନ ବିଷୟରେ ଜଣାଇଲେ। ଏହି ବୈଜ୍ଞାନିକ ଜଣକ ଚାହିଁଥିଲେ ପୋଲିଓ ଟିକାର ସୂତ୍ର ବଡ଼ ବଡ଼ ଟିକା ବ୍ୟବସାୟୀ କମ୍ପାନୀଙ୍କୁ ଦେଇ ପ୍ରତି ବଦଳରେ ବିଶ୍ୱର ଧନୀ ବ୍ୟକ୍ତି ହୋଇପାରିଥାନ୍ତେ। କିନ୍ତୁ ତାହା ସେ କରି ନ ଥିଲେ। ଖୁସିର କଥା ଯେ ଏହି ବୈଜ୍ଞାନିକ ଜଣକ ପୋଲିଓ ଟିକା ପ୍ରସ୍ତୁତ ପ୍ରଣାଳୀକୁ ମାଗଣାରେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ସରକାରଙ୍କୁ ହସ୍ତାନ୍ତର କରିଦେଇ କହିଲେ, ଏହା ମୋର ଅନୁସନ୍ଧାନ ଯାହା ହେଉଛି ପୋଲିଓ ମୂଳୋପତ୍ାଟନର ସୂତ୍ର। ଏହାକୁ ବ୍ୟବହାରକରି ଟିକା ଦେଇ ଲୋକମାନଙ୍କୁ ପୋଲିଓ କବଳରୁ ମୁକ୍ତ କରନ୍ତୁ। ତେବେ ଯେତେବେଳେ ସାମ୍ବାଦିକମାନେ ଉକ୍ତ ବୈଜ୍ଞାନିକଙ୍କୁ ପଚାରିଲେ, ଆପଣ ଏହି ସୂତ୍ରକୁ ବିକ୍ରିକରି ବିପୁଳ ଅର୍ଥ ରୋଜଗାର କରିପାରିଥାନ୍ତେ, ତେବେ କାହିଁକି ଦାନକଲେ? ଉତ୍ତରରେ ଡା. ଜୋନାସ୍‌ କହିଥଲେ, କ’ଣ ସୂର୍ଯ୍ୟଙ୍କ କିରଣକୁ ବିକ୍ରି କରାଯାଇପାରେ। ଏମିତି କିଛି ଜିନିଷ ଅଛି ଯାହାକୁ ନେଇ ବ୍ୟବସାୟ କରାଯାଇପାରେନା। ଏହା କେବଳ ବିଶ୍ୱ କଲ୍ୟାଣ ପାଇଁ। ତାଙ୍କ ଅବଦାନରେ ୧୯୬୦ ମସିହା ବେଳକୁ ପୋଲିଓ ଟିକା ଆସିସାରିଥିଲା। ଯଦିଓ ଟିକା ଉଦ୍ଭାବନ ହୋଇସାରିଥିଲା, ଏହାକୁ ଲୋକଙ୍କୁ ଦେବା ପୂର୍ବରୁ ଅନେକ ପରୀକ୍ଷା ନିରୀକ୍ଷା ହେଲା ବେଳକୁ କିଛି ସମୟ ବିତିଯାଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକାରେ ପୋଲିଓ ମୂଳୋପତ୍ାଟନ ପାଇଁ ୧୯୭୯ ମସିହାରେ ଉଦ୍ଭାବନ ହୋଇଥିବା ବେଳେ ପରୀକ୍ଷାନିରୀକ୍ଷା ଲାଗି ଚାଇନାରେ ଏଥିପାଇଁ ୧୯୯୪ ମସିହା ପର୍ଯ୍ୟନ୍ତ ସମୟ ଲାଗିଥିଲା। ଭାରତରେ ଏଥିପାଇଁ ଏକ ବିଶାଳ ଅଭିଯାନ ହୋଇଥିଲା। ଏଥିରେ ବଡ଼ ବଡ଼ ଅଭିନେତା, ଖେଳାଳିମାନଙ୍କ ବିଜ୍ଞାପନ ପ୍ରସାରଣର ପ୍ରଭାବ ଅନେକ ଥିଲା ଯେମିତିକି ଦୋ ବୁନ୍ଦ୍‌ ଜିନ୍ଦେଗୀକେ। ସେମାନେ ସମସ୍ତଙ୍କୁ ନିବେଦନ କରିଥିଲେ, ପୋଲିଓ ବୁଥ୍‌କୁ ପିଲାମାନଙ୍କୁ ଆଣନ୍ତୁ ଓ ପୋଲିଓ ଟିକା ଦିଅନ୍ତୁ। ଧୀରେ ଧୀରେ ସବୁ ଦେଶ ପୋଲିଓ ଭୂତାଣୁକୁ ବିନାଶ କରିଦେଲେ କେବଳ ଏହି ୨ ଦେଶ ବ୍ୟତୀତ। ତେବେ ଏହି ୨ ଦେଶରେ ପୋଲିଓ ଭୂତାଣୁ ଆଜି ବି ଜୀବିତ ଅଛନ୍ତି । ଏଥିପାଇଁ ଡର ମଧ୍ୟ ରହିଛି ଯେ ପୁଣି ଅନ୍ୟ ଦେଶଗୁଡ଼ିକୁ କାହିଁକି ସଂକ୍ରମିତ ନ ହେବ ? ଏବେ ଲୋକମାନେ ମୁକ୍ତ ଜୀବନଯାପନ କରୁଛନ୍ତି। ତେବେ ମନରେ ପ୍ରଶ୍ନ ଆସେ, ପାକିସ୍ତାନ ଓ ଆଫଗାନିସ୍ତାନର ଲୋକସଂଖ୍ୟା ଭାରତ ଭଳି ନ ଥିବା ସତ୍ତ୍ୱେ କେଉଁ କାରଣରୁ ପୋଲିଓ ଭୂତାଣୁ ସେଠାରେ ଜୀବିତ ରହିଛି, ଯେଉଁଠି ବାଂଲାଦେଶ ୨୦୦୦ ମସିହାରେ ପୋଲିଓ ମୂଳୋପତ୍ାଟନ କରିସାରିଛି। ଜଣାଯାଏ ସେଠାରେ ଅନ୍ଧବିଶ୍ୱାସ, ଭ୍ରମାମତ୍କ ଖବର, ଗୁଜବ ହେଉଛି ଯେପରିକି ଏହି ଟିକା ଜୀବଜନ୍ତୁଙ୍କ ଲିଭରରୁ ତିଆରି ହୋଇଛି, ଏହା ଖରାପ ପ୍ରଣାଳୀରେ ତିଆରି ହୋଇଛି ଇତ୍ୟାଦି। ଫଳରେ ଗଁାକୁ ଟିକାଦେବାକୁ ଯାଉଥିବା ଅଧିକାରୀମାନଙ୍କ ଉପରେ ଆକ୍ରମଣ ହୁଏ। ଏମିତିକି ଶିଶୁଙ୍କୁ ହତ୍ୟା କରିଦିଆଯାଏ। ଏହାଛଡ଼ା ଟିକା କିଣାବିକା, ଅନ୍ତର୍ଜାତୀୟ ଦାନ ଆଦିକୁ ନେଇ ଦୁର୍ନୀତି ମଧ୍ୟ ଅନ୍ୟ ଏକ କାରଣ ବୋଲି କୁହାଯାଏ।
୨୦୨୪ ମସିହାରେ ପୋଲିଓ ଅଭିଯାନ ଚାଲୁଥିବାବେଳେ ଏକ ବିସ୍ଫୋରଣରେ ପାକିସ୍ତାନରେ ୫ଜଣ ପୋଲିଓ ଅଫିସରଙ୍କ ମୃତ୍ୟୁ ହୋଇଯାଇଛି। ଦୁଃଖର ବିଷୟ ଏହି ଖବରକୁ ସେଠାରେ ସାଧାରଣ ବୋଲି କୁହାଯାଏ। ତେବେ ବର୍ତ୍ତମାନ ଆମ ଦେଶ ଓ ପାକିସ୍ତାନ ମଧ୍ୟରେ ଲୋକମାନଙ୍କ, ବିଦେଶୀମାନଙ୍କ ଗମନାଗମନ ହେଉଥିବାରୁ ଭୂତାଣୁ ଫେରିବା ନେଇ ଆଶଙ୍କା କରାଯାଇପାରେ। ଏଥିପାଇଁ ନୀତି ପ୍ରସ୍ତୁତି ସହ ଆନ୍ତର୍ଜାତିକ ଚାପ ଜରୁରୀ। ଏହି ଆଶଙ୍କା ସହ ସୀମାରେ ଥିବା ଅଞ୍ଚଳଗୁଡ଼ିକରେ ଏବେ ମଧ୍ୟ ପୋଲିଓ ଅଭିଯାନ ଚାଲୁ ରହିବା ଜରୁରୀ। ‘ଦୋ ଦେଶ୍‌ ଖତ୍‌ରୋଁକେ’ ପ୍ରଭାବରେ ଭାରତଠାରୁ ପୋଲିଓ ମୁକ୍ତ ଦେଶର ମାନ୍ୟତା ଚାଲିଯିବା ସମ୍ଭାବନା ରହିଛି। ଏହା ପୋଲିଓମୁକ୍ତ ଦେଶ ପାଇଁ ହୋଇଥିବା ଉଦ୍ୟମ ଓ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ମନୋବଳକୁ ଦୁର୍ବଳ କରିବା ସହ ପୋଲିଓ ବିପଦକୁ ପୁନରୁଜୀବିତ କରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri