Advertisement

ଦୁଇ ସମବାୟ ବ୍ୟାଙ୍କରେ କର୍ମଚାରୀ ଅଭାବ

ବ୍ରହ୍ମପୁର ଅଫିସ,୨୧ା୧୦: ବ୍ରହ୍ମପୁରରେ ଶତାଧିକ ବର୍ଷର ସମବାୟ ଅର୍ବାନ ବ୍ୟାଙ୍କ ଏବଂ ସମବାୟ କେନ୍ଦ୍ର ବ୍ୟାଙ୍କ ଅଛି। ଏହି ଦୁଇ ବ୍ୟାଙ୍କରେ ଦୀର୍ଘ ବର୍ଷରୁ କର୍ମଚାରୀ ଅଭାବ ଲାଗି ରହିଛି। ସରକାରୀ କଟକଣା ଯୋଗୁ ନୂଆ ନିଯୁକ୍ତି ହୋଇପାରୁ ନ ଥିବା ଜଣାପଡ଼ିଛି। ଫଳରେ କାରବାର, ଗ୍ରାହକ ସେବା ଓ ପ୍ରଶାସନିକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଇତିମଧ୍ୟରେ ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗ ଓ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେଣୁ ଦୁଇ ପୁରାତନ ବ୍ୟାଙ୍କରେ ଖାଲି ପଡ଼ିଥିବା କର୍ମଚାରୀ ପଦବୀଗୁଡ଼ିକ ପୂରଣ କରାଯିବାକୁ ବିଭିନ୍ନ ମହଲ ଓ ସମବାୟପ୍ରେମୀଙ୍କ ପକ୍ଷରୁ ଦାବି ହୋଇଛି। ସମବାୟ ମନ୍ତ୍ରୀ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।
ଅତୀତର ଗଞ୍ଜାମ ଜିଲା ମାଡ୍ରାସି ପ୍ରେସିଡେନ୍‌ସି ଅଧୀନ ଥିଲା। ୧୯୦୬ରେ କେତେକ ବିଶିଷ୍ଟ ତେଲୁଗୁ ଲୋକଙ୍କ ଉଦ୍ୟମରେ ଘରୋଇ ଭାବେ ବ୍ରହ୍ମପୁର ସମବାୟ ଅର୍ବାନ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ସହରାଞ୍ଚଳ ଲୋକଙ୍କୁ କେବଳ ଘର ବନ୍ଧକ ରଖି ଋଣ ଦେବାର ବ୍ୟବସ୍ଥା ରହିଛି। ସୁଧ ଚଢ଼ା ହୋଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସ୍ଥଳେ ଲୋକେ ଋଣ ନେବାକୁ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି। ତେବେ ବ୍ୟାଙ୍କର ମଞ୍ଜୁରୀ ପଦବୀ ୪୯ରୁ ଏବେ ମାତ୍ର ୨୨ରେ କାମ ଚଳାଯାଉଛି। ନିହାତି ଆବଶ୍ୟକ ଥିବାରୁ କିଛି ବର୍ଷ ତଳେ ୪ ଜଣଙ୍କୁ ଅସ୍ଥାୟୀ ବା ଠିକା ଭିତ୍ତିରେ ରଖାଯାଇଛି। ସେମାନଙ୍କୁ ଅତି କମ୍‌ ଦରମା ଦିଆଯାଉଥିବା ଅଭିଯୋଗ ହୋଇଛି। ୧୧୬ ବର୍ଷର ଏହି ବ୍ୟାଙ୍କ ଏଭଳି ରହିଛି। ଏଯାବତ୍‌ ଶତବାର୍ଷିକୀ ଉତ୍ସବ ପାଳନ ହୋଇନାହିଁ।
ସେହିପରି ଶତାଧିକ ବର୍ଷର ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କରେ ମଧ୍ୟ ସମାନ ଅବସ୍ଥା। ଗଜପତି ଓ ଗଞ୍ଜାମ ଜିଲାରେ ଅଛି ୨୩ ଶାଖା। ସବୁବର୍ଷ ବହୁ କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ଦିଆଯାଉଛି ଓ ଆଦାୟ କରାଯାଉଛି। ପାରଳାଖେମୁଣ୍ଡି ଓ ବ୍ରହ୍ମପୁରରେ ଦୁଇଟି ମହିଳା ବ୍ୟାଙ୍କ ଅଛି। ୨ ଶହରୁ ଅଧିକ ମଞ୍ଜୁରୀ ପଦବୀ ମଧ୍ୟରୁ ଏବେ ମାତ୍ର ୯୪ ଜଣରେ କାମଚଳା ହେଉଛି। ନିଯୁକ୍ତି ଉପରେ ସରକାରୀ କଟକଣା ଥିବାରୁ ଖାଲି ପଡ଼ି ଥିବା ଶତାଧିକ ପଦ ପୂରଣ ହେଉନାହିଁ। ୩୬ ଜଣ ନୂଆ କର୍ମଚାରୀ ଚୟନ ସରକାର ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ହୋଇଥିବା କୁହାଯାଇଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ମଞ୍ଜୁରୀ ପଦବୀଗୁଡ଼ିକ ଅବିଳମ୍ବେ ପୂରଣ ଦିଗରେ ରାଜ୍ୟ ସମବାୟ ମନ୍ତ୍ରୀ ପଦକ୍ଷେପ ନେବା ପାଇଁ ବ୍ୟାଙ୍କ ପରିଚାଳନା ବୋର୍ଡର ପୂର୍ବତନ ସଦସ୍ୟଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ

ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି...

ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା: ବହୁ ସାମଗ୍ରୀ ଜବତ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାପଡ଼ା ଓ ସମ୍ବଲପୁର ଗ୍ରାମ ଜଙ୍ଗଲରେ ରବିବାର ପୂର୍ବାହ୍ନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ଗୁଗଲ୍‌ ସର୍ଚ୍ଚ କରି ଡାକ୍ତର ଦେଲେ ଇଞ୍ଜେକ୍‌ଶନ, ଚାଲିଗଲା ଶିଶୁର ଜୀବନ

ନବରଙ୍ଗପୁର/ଡାବୁଗାଁ,୩୧ା୩: ନବରଙ୍ଗପୁର ଜିଲା ଡାବୁଗାଁ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ଦେଖାଦେଇଛି। ଡାକ୍ତର ଗୁଗଲ୍‌ରୁ ସର୍ଚ୍ଚକରି ଇଞ୍ଜେକ୍‌ଶନ ଦେଇଥିବା ମୃତ ଶିଶୁର ପରିବାର...

ମହିଳାଙ୍କୁ ବୀଭତ୍ସ ହତ୍ୟା

ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ସଦର ଥାନା ନଗ୍ରମ ନିକଟରେ ମହିଳାଙ୍କୁ ବୀଭତ୍ସ ହତ୍ୟା ହୋଇଛି। ପୋଲ ଉପରେ ମହିଳାଙ୍କୁ ହତ୍ୟା କରିବା ପରେ କେହି ଦୁର୍ବୃତ୍ତ...

ଡକାୟତି ଯୋଜନାବେଳେ ମାଡ଼ି ବସିଲା ପୋଲିସ

ଅନୁଗୋଳ ଅଫିସ, ୧୭ା୯: ଅନୁଗୋଳ ସଦର ଥାନା କୁଇଓ ଜଙ୍ଗଲରେ ବସି ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି...

କିରୋସିନ ଢାଳି ସ୍ତ୍ରୀଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ

କୁଚିଣ୍ଡା,୩୦୩(ଡି.ଏନ୍‌.ଏ.): ସ୍ତ୍ରୀଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଫଠାଟାଙ୍ଗର ଗ୍ରାମରେ। ସ୍ବାମୀ ରଘୁରାଜ ରଣା ସ୍ତ୍ରୀ...

‘ଯୋଗ ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ’

ବଡ଼ସାହି,୨୧ା୬(ସ୍ବ.ପ୍ର.) : ଯୋଗ ଦ୍ୱାରା ମଣିଷର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିବା ସହ ଦୀର୍ଘାୟୁ ହୋଇଥାଏ।  ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ...

ଦାଦନ ଖଟିବାକୁ ଯାଇ ଫସିଛନ୍ତି ସ୍ବାମୀ:ସ୍ତ୍ରୀଙ୍କ କାନ୍ଧରେ ୪ ପିଲାଙ୍କ ବୋଝ

କୋକସରା, ୩୧।୫(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସନପୋଡ଼ାଗୁଡ଼ା ଗ୍ରାମର ମୋହନ ମେହେର ପରିବାର ପ୍ରତିପୋଷଣ ପାଇଁ ଗତ ୬ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ...

Advertisement
Archives

Model This Week