ଦୁଇ ଦକ୍ଷ ଅଧିକାରୀ

Dillip Cherian

ପ୍ରଥମଥର ପାଇଁ ଫେବୃଆରୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ଦୁଇ ଜଣ ପୂର୍ଣ୍ଣକାଳୀନ ପ୍ରମୁଖ ସଚିବଙ୍କୁ ନେଇ ଚାଲିଆସୁଛି। ସେହି ଦୁଇ ଜଣ ହେଉଛନ୍ତି ପି. କେ. ମିଶ୍ର ଓ ଶକ୍ତିକାନ୍ତ ଦାସ । ଏଭଳି ବ୍ୟବସ୍ଥା ମୋଦିଙ୍କ ତୃତୀୟ ପାଳିରେ ଶୀଘ୍ର କାମ କରିବା, ମଜଭୁତ ସମନ୍ବୟ ଏବଂ ୨୦୩୦ ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନକେନ୍ଦ୍ରିତ କରିବାର ମହତ୍ତ୍ୱାକାଂକ୍ଷା ସ୍ତରକୁ ପ୍ରତିପାଦିତ କରୁଛି। ମିଶ୍ର ଅର୍ଥ ମନ୍ତ୍ରଣାଳୟ ସହ ଜଡ଼ିତ କାର୍ଯ୍ୟ, ଭିତ୍ତିଭୂମି ଏବଂ ନିଯୁକ୍ତି କଥା ବୁଝୁଥିବାବେଳେ ଦାସ ସ୍ବାସ୍ଥ୍ୟ, କୃଷି ଓ ଶିକ୍ଷା ବିଷୟ ନିରୀକ୍ଷଣ କରୁଛନ୍ତି। ଦାୟିତ୍ୱକୁ ଏଭଳି ଭାଗ କରାଯିବା ଯୁକ୍ତିଯୁକ୍ତ ଏବଂ ଲକ୍ଷ୍ୟ ମଧ୍ୟ ତ୍ରୁଟିଶୂନ୍ୟ, ଯେଉଁଥିରେ ବାଧା ଦୂର ହେବା ସହ ନିଷ୍ପତ୍ତି ପ୍ରକିୟାଗୁଡ଼ିକୁ ସଂକ୍ଷିପ୍ତ କରାଯାଇପାରୁଛି। କିନ୍ତୁ ପର୍ଯ୍ୟବେକ୍ଷକଙ୍କ ମତରେ, ଏବେ ଅଧିକ କ୍ଷମତା ଦୁଇଜଣ ଅଣ ନିର୍ବାଚିତ କର୍ମଚାରୀଙ୍କ ପାଖକୁ ଯାଉଛି। ତେବେ ମନ୍ତ୍ରଣାଳୟଗୁଡ଼ିକର କ’ଣ ହେବ? ମନ୍ତ୍ରଣାଳୟ ସବୁ କେବଳ ସଙ୍କେତକୁ ଅପେକ୍ଷା କରୁଛନ୍ତି। ଉଭୟ ମିଶ୍ର ଓ ଦାସ ଅଧିକ ଦକ୍ଷ, କିନ୍ତୁ ବ୍ୟକ୍ତିଗତ ଦକ୍ଷତା ଉପରେ କୌଣସି ଶାସନ ଢାଞ୍ଚା ନିର୍ଭର କରିବା ଉଚିତ ନୁହେଁ। ଚିନ୍ତାର ବିଷୟ ହେଉଛି କାମ କରିବାର ଗତି ଓ ଗମ୍ଭୀରତା। ଏକ କେନ୍ଦ୍ରୀକୃତ ଢାଞ୍ଚା ଅଧିକ କାମ କରିପାରେ, କିନ୍ତୁ ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ନିରୀକ୍ଷଣ ଓ ମୁକ୍ତ ବିତର୍କକୁ ସଙ୍କୁଚିତ କରିବ। ମନ୍ତ୍ରଣାଳୟଗୁଡ଼ିକର ଯୋଗାଯୋଗ ଭଲ ରହିଲେ ଏକ ଡବଲ ଇଞ୍ଜିନ ପିଏମ୍‌ଓ ଯୋଜନାର କାର୍ଯ୍ୟକାରିତାକୁ ଅଗ୍ରଗତି କରାଇପାରେ। ଅନ୍ୟଥା ଯାହା ଦକ୍ଷତା ଭଳି ଦେଖାଯାଉଛି, ସମୟକ୍ରମେ ସେଥିରେ ଦୁର୍ବଳତା ପ୍ରକାଶ ପାଇପାରେ। ସାଉଥ୍‌ ବ୍ଲକ ନେତୃତ୍ୱ ନେଇପାରେ ବା ପଥପ୍ରଦର୍ଶନ କରିପାରେ, କିନ୍ତୁ ଶାସନର ଇଞ୍ଜିନ ଚାହେଁ ତାହାର ସବୁ ଅଂଶ ଠିକ୍‌ ଭାବେ କାମ କରନ୍ତୁ ଏବଂ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଅତି ନିକଟତର ଲୋକଙ୍କର ଦରକାର ନାହିଁ।
ସତର୍କ ଘଣ୍ଟି
ନିକଟରେ ଉତ୍ତରାଖଣ୍ଡ ରାଜ୍ୟ ଫରେଷ୍ଟ ଫୋର୍ସର ମୁଖ୍ୟ ଡ. ଧନଞ୍ଜୟ ମୋହନ ଅଚାନକ ରହସ୍ୟମୟ ଭାବେ ପଦବୀ ଛାଡ଼ି ଦେଇଛନ୍ତି। ଡେରାଡୁନ୍‌ ନିବାସୀ ଡ. ମୋହନ ହେଉଛନ୍ତି ଜଣେ ଶୀର୍ଷ ବନ ଅଧିକାରୀ ତଥା ଆଇଆଇଟି କାନପୁରର ଗୋଲ୍ଡ ମେଡାଲିଷ୍ଟ ଏବଂ ଜଣେ ବୈଶ୍ୱିକ ଖ୍ୟାତିସମ୍ପନ୍ନ ପକ୍ଷୀ ବିଶେଷଜ୍ଞ । ସେ ୨୪ ଘଣ୍ଟା ମଧ୍ୟରେ ଅପସରି ଯିବେ ବୋଲି ଆଶା କରାଯାଇ ନ ପାରେ, କିନ୍ତୁ ସେ ତାହା ହିଁ କଲେ। ସେବା ନିବୃତ୍ତିର ମାତ୍ର ଦୁଇ ମାସ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୦ରେ ସେ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପାଇଁ ଆବେଦନ କରିଥିଲେ, ଯାହାକୁ ଶୀଘ୍ର ଗ୍ରହଣ କରି ନିଆଗଲା। ଏହା ସମ୍ପର୍କରେ ସରକାରୀ ସ୍ତରରେ କିଛି କୁହାଯାଇନାହିଁ। କିନ୍ତୁ ବେସରକାରୀ ସ୍ତରରେ ଅନେକ କଥା ସାମ୍ନାକୁ ଆସୁଛି। କେତେକେ ବିଶ୍ୱାସ କରୁଛନ୍ତି ଯେ, ସେ ଅଧିକ ସୁବ୍ୟବସ୍ଥିତ ଧାରାରେ କାମ କରୁଥିଲେ ଓ ତାଙ୍କ ସଚ୍ଚୋଟତା ହିଁ କ୍ଷତିର କାରଣ ହେଲା। ମିୟାଓ୍ବାକି ପ୍ରୋଜେକ୍ଟରେ ଚାରାଗଛ କିଣାରେ ହୋଇଥିବା ରାଜନୈତିକ ଦୁର୍ନୀତିକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି, ଯାହା ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଥାଇପାରେ; ଯେଉଁଥରେ ସେ ବଦଳି ହେବାକୁ ଚାହିଁଥାଇ ପାରିଥାଆନ୍ତି। ଏହା ଏକ ବିଡ଼ମ୍ବନା ଓ ଚିନ୍ତାର ବିଷୟ ଯେ, ଯେଉଁ ବ୍ୟକ୍ତି ଜଙ୍ଗଲ ପାଇଁ ବଞ୍ଚୁଥିଲେ ଏବଂ ପରିସଂସ୍ଥାକୁ ସୁରକ୍ଷିତ ରଖିବାକୁ ଚାହଁୁଥିଲେ ତାଙ୍କୁ ବାହାର କରିଦିଆଯାଇଥିବା ଅନୁମାନ କରାଯାଉଛି। ତାହା ଯଦି ପ୍ରକୃତ କାରଣ ହୋଇଥାଏ, ତେବେ ଆମେ କେବଳ ଜଣେ ବାବୁଙ୍କୁ ହରାଇନୁ, ବରଂ ଏହା ସଚ୍ଚୋଟ ଲୋକସେବା ପାଇଁ ଏକ ସତର୍କ ଘଣ୍ଟି ବୋଲି କୁହାଯାଇପାରେ।
ପରିବର୍ତ୍ତନ ଅପେକ୍ଷାରେ ସିବିଡିଟି
ଶୀର୍ଷ ସ୍ତରରେ ଆଉ ଏକ ପର୍ଯ୍ୟାୟ ଅଦଳବଦଳ ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ପ୍ରସ୍ତୁତ ହେଉଛି କିମ୍ବା ପରିବର୍ତ୍ତନର ସମ୍ଭାବନା ଦେଖାଯାଇଛି। ସିବିଡିଟି ଚେୟାରମ୍ୟାନ ରବି ଅଗ୍ରଓ୍ବାଲାଙ୍କର ବୃଦ୍ଧି କରାଯାଇଥିବା କାର୍ଯ୍ୟକାଳ ୩୦ ଜୁନ୍‌ରେ ଶେଷ ହେବ। ତାଙ୍କ ସହିତ ଅନ୍ୟ ଦୁଇ ବରିଷ୍ଠ ସଦସ୍ୟ ପ୍ରବୋଧ ସେଠ (ପ୍ରଶାସନ) ଏବଂ ଆର.ଏନ୍‌.ପର୍ବତ( ଆଇନ) ମଧ୍ୟ ଛାଡ଼ିବାକୁ ଯାଉଛନ୍ତି। ଯଦି ନର୍ଥ ବ୍ଲକର ଗୁଞ୍ଜରଣ ଉପରେ ବିଶ୍ୱାସ କରାଯାଏ, ତେବେ ଅଗ୍ରଓ୍ବାଲଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇପାରେ, କିନ୍ତୁ ଏଥର ଚୁକ୍ତିଭିତ୍ତିକ ହୋଇପାରେ। କେତେଜଣ ପର୍ଯ୍ୟବେକ୍ଷକ ଯୁକ୍ତି କରନ୍ତି ଯେ, କାର୍ଯ୍ୟକାଳ ବୃଦ୍ଧି କରିବା ଟ୍ୟାକ୍ସ ଆଡମିନିଷ୍ଟ୍ରେଶନ ପାଇଁ ମହତ୍ତ୍ୱପୂର୍ଣ୍ଣ। ତେବେ ରାଜସ୍ବ ସେବାରେ ଏକ ବଡ଼ ଗୋଷ୍ଠୀ ଅଛି ଯାହା ନୂଆ ଲୋକ ଯୋଗଦେବା ଲାଗି ଚାହଁୁଛି। ଏକ ନୂଆ ସିବିଡିଟି ଗଠନ ପାଇଁ ଡିଜି, ପିସିସିଆଇଟିମାନଙ୍କ ସହ ଅନ୍ୟସବୁ ପ୍ରମୁଖ ଆଞ୍ଚଳିକ ପଦବୀଗୁଡ଼ିକ ପରିବର୍ତ୍ତନ ହୋଇପାରେ। ଏହିସବୁ ପଦବୀଗୁଡ଼ିକ ମଧ୍ୟରୁ ଅନେକ ଏବେ ସୁଦ୍ଧା ଖାଲି ପଡ଼ିଛି କିମ୍ବା ଆଗକୁ ଖାଲି ହେବାକୁ ଯାଉଛି। ନିର୍ବାଚନ ପରେ ବରିଷ୍ଠ ସ୍ତରରେ ପ୍ରଥମେ ଏକ ପ୍ରମୁଖ ଅଦଳବଦଳ ହେବାକୁ ଯାଉଛି। ଜଣାଶୁଣା ଅଧିକାରୀଙ୍କୁ ନେଇ ସୁରକ୍ଷିତ ଭାବେ କେନ୍ଦ୍ର କାର୍ଯ୍ୟ କରିବ ନା କେବଳ ପୁନର୍ଗଠନ ଓ ନବୀକରଣର ସଙ୍କେତ ଦେଉଛି? ଏହି ପରିବର୍ତ୍ତନରେ କିଏ ପଦବୀରେ ବସିବେ ତାହା ବଡ଼ କଥା ନୁହେଁ, ବରଂ ଆଶା କରାଯାଏ, ସେମାନଙ୍କ ପାରିପାର୍ଶ୍ୱିକ ବ୍ୟବସ୍ଥା ଶୀଘ୍ର ଓ ସକ୍ରିୟତାର ସହ କାମ କରୁ ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?