ଦୁଇ ବେପାରୀଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚନ୍ଦକା ଅଞ୍ଚଳରୁ ୮ ଚୋରା ବନ୍ଧୁକ ଜବତ ସହ ୨ ବେପାରୀଙ୍କୁ ଗିରଫ କରିବା ମାମଲାରେ ଭୁବନେଶ୍ୱର ତୃତୀୟ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ବୁଧବାର ରାୟ ପ୍ରକାଶ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ରାକେଶ କୁମାର ଜେନା (୩୪) ଓ ବିକାଶ ବେହେରା (୨୯)ଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ଅଭିଯୁକ୍ତଦ୍ୱୟଙ୍କୁ ୧୦ ହଜାର ଲେଖାଏ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୨ ମାସ ଜେଲ ଭୋଗିବାକୁ ବିଚାରପତି ସସ୍ମିତା ପାଢ଼ୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୨୦ ଅକ୍ଟୋବର ୧୫ ସନ୍ଧ୍ୟାରେ ଚନ୍ଦକା ଦାଶପୁର ବ୍ରିଜ ନିକଟରେ ବନ୍ଧୁକ କାରବାର ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରିଥିଲା। ଏକ ବାଇକରେ ବ୍ୟାଗ ଯୋଗେ ବନ୍ଧୁକ ଆଣି ଚାଲାଣ କରିବାକୁ ରାକେଶ, ବିକାଶ ଓ ସହଯୋଗୀ ନିଲୁ ବେହେରା ଠିଆ ହୋଇଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରିଥିଲା। ହେଲେ ଅନ୍ଧାରର ସୁଯୋଗ ନେଇ ନିଲୁ ସେଠାରୁ ଖସି ପଳାଇଥିଲେ। ଏସ୍‌ଟିଏଫ୍‌ ଟିମ୍‌ ରାକେଶ, ବିକାଶଙ୍କୁ ଗିରଫ କରିବା ପରେ ସେମାନେ ଧରିଥିବା ବ୍ୟାଗ୍‌ରୁ ୮ଟି ବନ୍ଧୁକ ଓ ୧୨ଟି ଅଫୁଟା ଗୁଳି ଜବତ କରିଥିଲା। ଏନେଇ ଏସ୍‌ଟିଏଫ୍‌ ଏକ ମାମଲା (ନଂ.୨୫/୨୦୨୦) ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟଚାଲାଣ କରିବା ପରେ ଉଭୟଙ୍କୁ ଜେଲ ପଠାଯାଇଥିଲା। ୨୦୨୧ ଜାନୁୟାରୀ ୧୫ରେ ଏହି ମାମାଲାରେ କୋର୍ଟରେ ଏସ୍‌ଟିଏଫ୍‌ ଚାର୍ଜଶିଟ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ୬ ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ କୋର୍ଟ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମୀରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri