ଦୁଇ ବେପାରୀଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚନ୍ଦକା ଅଞ୍ଚଳରୁ ୮ ଚୋରା ବନ୍ଧୁକ ଜବତ ସହ ୨ ବେପାରୀଙ୍କୁ ଗିରଫ କରିବା ମାମଲାରେ ଭୁବନେଶ୍ୱର ତୃତୀୟ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ବୁଧବାର ରାୟ ପ୍ରକାଶ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ରାକେଶ କୁମାର ଜେନା (୩୪) ଓ ବିକାଶ ବେହେରା (୨୯)ଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ଅଭିଯୁକ୍ତଦ୍ୱୟଙ୍କୁ ୧୦ ହଜାର ଲେଖାଏ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୨ ମାସ ଜେଲ ଭୋଗିବାକୁ ବିଚାରପତି ସସ୍ମିତା ପାଢ଼ୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୨୦ ଅକ୍ଟୋବର ୧୫ ସନ୍ଧ୍ୟାରେ ଚନ୍ଦକା ଦାଶପୁର ବ୍ରିଜ ନିକଟରେ ବନ୍ଧୁକ କାରବାର ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରିଥିଲା। ଏକ ବାଇକରେ ବ୍ୟାଗ ଯୋଗେ ବନ୍ଧୁକ ଆଣି ଚାଲାଣ କରିବାକୁ ରାକେଶ, ବିକାଶ ଓ ସହଯୋଗୀ ନିଲୁ ବେହେରା ଠିଆ ହୋଇଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରିଥିଲା। ହେଲେ ଅନ୍ଧାରର ସୁଯୋଗ ନେଇ ନିଲୁ ସେଠାରୁ ଖସି ପଳାଇଥିଲେ। ଏସ୍‌ଟିଏଫ୍‌ ଟିମ୍‌ ରାକେଶ, ବିକାଶଙ୍କୁ ଗିରଫ କରିବା ପରେ ସେମାନେ ଧରିଥିବା ବ୍ୟାଗ୍‌ରୁ ୮ଟି ବନ୍ଧୁକ ଓ ୧୨ଟି ଅଫୁଟା ଗୁଳି ଜବତ କରିଥିଲା। ଏନେଇ ଏସ୍‌ଟିଏଫ୍‌ ଏକ ମାମଲା (ନଂ.୨୫/୨୦୨୦) ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟଚାଲାଣ କରିବା ପରେ ଉଭୟଙ୍କୁ ଜେଲ ପଠାଯାଇଥିଲା। ୨୦୨୧ ଜାନୁୟାରୀ ୧୫ରେ ଏହି ମାମାଲାରେ କୋର୍ଟରେ ଏସ୍‌ଟିଏଫ୍‌ ଚାର୍ଜଶିଟ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ୬ ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ କୋର୍ଟ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମୀରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri