‘ସମସ୍ତ ଦିବ୍ୟାଙ୍ଗଙ୍କ ନିକଟରେ ସେବା ପହଞ୍ଚତ୍ବ’

ଖୋର୍ଦ୍ଧା ଅଫିସ,୨୦ା୪: ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଯୋଗାଣ ପାଇଁ ଓଡ଼ିଶା ସରକାର ଏବଂ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି (ବିଏମ୍‌ଭିଏସ୍‌ଏସ୍‌) ଜୟପୁରର ମିଳିତ ପ୍ରୟାସରେ ଖୋର୍ଦ୍ଧା ଗୁରୁଜଙ୍ଗଠାରେ ନବନିିର୍ମିତ ବିଜୁ ମହାବୀର ଜୟପୁଟ ଫୁଟ୍‌ ସେଣ୍ଟରକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ସେହିପରି ଭ୍ରାମ୍ୟମାଣ ମୋବାଇଲ ଯାନକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ କେତେଜଣ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇ ସାଇକେଲ, ହୁଇଲଚେୟାର ବଣ୍ଟନ କରିଛନ୍ତି। ମଞ୍ଚ ଉପରେ ସଂସ୍ଥା ପକ୍ଷରୁ ଏମ୍‌. ଖାନ୍‌ ନାମକ ଦିବ୍ୟାଙ୍ଗଙ୍କ କୃତ୍ରିମ ଅଙ୍ଗ ରୋପଣ କରାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତି ହୁଇଲଚେୟାରରୁ ଉଠି ଚାଲିିଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ସଂସ୍ଥା ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଖୋର୍ଦ୍ଧାଠାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ କେନ୍ଦ୍ରକୁ ଉଦ୍‌ଘାଟନ କରି ମୁଁ ଅତ୍ୟନ୍ତ ଖୁସି। ଆନନ୍ଦର କଥା, ଓଡ଼ିଶାରେ ଏହି ସେବା ଆରମ୍ଭ ହୋଇଛି। ଏହା ଦ୍ୱାରା ରାଜ୍ୟର ଦିବ୍ୟାଙ୍ଗଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି। ଜୟପୁର ଫୁଟ୍‌୍‌ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଜରିଆରେ ଦିବ୍ୟାଙ୍ଗମାନେ ସକ୍ଷମ ହୋଇପାରିବେ। ପଦ୍ମଭୂଷଣ ଡା. ଡି. ଆର୍‌. ମେହେଟ୍ଟା ହେଉଛନ୍ତି ଜୟପୁର ଫୁଟ୍‌ ସେଣ୍ଟରର ପ୍ରତିଷ୍ଠାତା। ଦେଶ ବିଦେଶରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବେ ଜୟପୁର ଫୁଟ୍‌ ସେଣ୍ଟରର ସୁନାମ ରହିଛି। ଏହି ସଂସ୍ଥା ବିଶ୍ୱରେ ୨୧ଲକ୍ଷ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଯୋଗାଇ ସେମାନଙ୍କୁ ସକ୍ଷମ କରିପାରିଛି। ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ତଥା ସ୍ବାବଲମ୍ବୀ, ସଶକ୍ତୀକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଦିବ୍ୟାଙ୍ଗମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏଥିଲାଗି ସମସ୍ତେ ମିଳିମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ଏଣିକି ଦିବ୍ୟାଙ୍ଗମାନଙ୍କୁ ଆଉ ମେଡିକାଲ ଆସିବାକୁ ପଡ଼ିବ ନାହିଁ। ସେମାନଙ୍କ ନିକଟରେ ସେବା ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କହିଥିଲେ।
ସ୍ବାଗତ ଭାଷଣ ଦେଇ ବିଏମ୍‌ଭିଏସ୍‌ଏସ୍‌ ପ୍ରତିଷ୍ଠାତା ଚେୟାରମ୍ୟାନ ଡା. ଡି. ଆର୍‌. ମେହେଟ୍ଟା କହିଲେ, ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ ଆମ ସାମାଜିକ ପ୍ରତିବଦ୍ଧତା। ୧୯୭୫ ମସିହାରୁ ଏହି ସଂସ୍ଥା ଦେଶବିଦେଶରେ ଦିବ୍ୟାଙ୍ଗଙ୍କୁ ସକ୍ଷମ କରିବା ଦିଗରେ ନିରନ୍ତର ପ୍ରୟାସ କରୁଛି। ଭ୍ରାମ୍ୟମାଣ ଯାନ ଜରିଆରେ ସବୁ ଜିଲାରେ ଦିବ୍ୟାଙ୍ଗଙ୍କୁ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ। ଯେଉଁମାନେ ଆର୍ଥତ୍କ ସ୍ବଚ୍ଛଳତା କାରଣରୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତ୍ୟାରୋପଣ କରିପାରୁନାହାନ୍ତି, ସେମାନଙ୍କୁ ଏହି ସଂସ୍ଥା ବିନା ଖର୍ଚ୍ଚରେ ସେବା ଯୋଗାଇଦେବ ବୋଲି ମେହେଟ୍ଟା ପ୍ରକାଶ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ଗତବର୍ଷ ଉକ୍ତ ସଂସ୍ଥା ସହ ଓଡ଼ିଶା ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ମୃତିରେ ଏହି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ସେହିପରି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ସତିଶ ମେହେଟା ଧନ୍ୟବାଦ ଅର୍ପଣ କରି କହିଲେ, ୨୦ ତାରିଖ ଗୁରୁବାରଠାରୁ ଏଠାରେ ସେବା ଉପଲବ୍ଧ ହେବ। ଏହି ସଂସ୍ଥା ୨୦୨୪ ସୁଦ୍ଧା ଓଡ଼ିଶାର ସବୁ ଜିଲାରେ ଭ୍ରାମ୍ୟମାଣ ଯାନ ଯୋଗେ ସେବା ପହଞ୍ଚାଇବ। ପ୍ରତି ଜିଲାରେ କ୍ୟାମ୍ପ କରାଯିବ। ସର୍ବଭାରତୀୟ ସ୍ତରରେ ଏହା ୨୯ତମ କେନ୍ଦ୍ର। ଆଗକୁ ପଞ୍ଜାବ ଓ ହରିୟାଣାରେ କେନ୍ଦ୍ର ଖୋଲାଯିବ ବୋଲି ସେ ସୂଚନା ଦେଇଥିଲେ। ପ୍ରଶାସନ ପକ୍ଷରୁ ଏକ ଡାଟା ପ୍ରସ୍ତୁତ କରାଯାଇଛି ଏବଂ ଜିଲାର ସମସ୍ତ ଦିବ୍ୟାଙ୍ଗଙ୍କୁ ସେବା ଯୋଗାଇଦେବା ଲାଗି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲାପରିଷଦ ସିଇଓ ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ନେତୃତ୍ୱରେ ୬ ଡିଏସ୍‌ପି, ୧୦ ଆଇଆଇସି, ୩୦ ଏସ୍‌ଆଇ,ଏଏସ୍‌ଆଇ, କନ୍‌ଷ୍ଟେବଲଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri