ଖୁବ୍‌ଶୀଘ୍ର ଏଲନ୍‌ ମସ୍କ ହେବେ ଟୁଇଟର ନୂଆ ମାଲିକ: ଅନ୍ତିମ ଅଫରକୁ ଗ୍ରହଣ କଲା ଟୁଇଟର

ନ୍ୟୁୟର୍କ,୨୫।୪: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ବୈଦ୍ୟୁତିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଖୁବ୍‌ଶୀଘ୍ର ମାଇକ୍ରୋବ୍ଲଗିଙ୍ଗ ସାଇଟ ଟୁଇଟରର ନୂଆ ମାଲିକ ହୋଇପାରନ୍ତି। ଏଲନ୍‌ ମସ୍କ ଟୁଇଟର୍‌ର ଗୋଟିଏ ଶେୟାର ବଦଳରେ ୫୪.୨୦ ଡଲାର ବା ୪ହଜାର୧୫୨ ଟଙ୍କା ଦେବେ ବୋଲି ଅଫର ଦେଇଥିଲେ। ତେବେ ସୋମବାର ସୋସିଆଲ ମିଡିଆ କମ୍ପାନୀ ଟୁଇଟର ମସ୍କଙ୍କ ଏହି ସର୍ବୋତ୍ତମ ଓ ଅନ୍ତିମ ଅଫରକୁ ଗ୍ରହଣ କରିଥିବା ଜଣାପଡ଼ିଛି। ରୟେଟର୍ସର ରିପୋର୍ଟ ଅନୁଯାୟୀ ଟୁଇଟରର ପରିଚାଳନା ବୋର୍ଡ ମସ୍କଙ୍କର ଏଭଳି ପ୍ରସ୍ତାବକୁ ଗ୍ରହଣ କରିଛି। କିନ୍ତୁ ଏଲନ୍‌ ମସ୍କ କିମ୍ବା ଟୁଇଟର ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ସୂଚନା ମୁତାବକ, ଟୁଇଟର କୌଣସି ବି ମୁହୁର୍ତ୍ତରେ ୪୩ ବିଲିୟନ ଡଲାର ବା ୩ଲକ୍ଷ ୨୫ ହଜାର କୋଟି ଟଙ୍କାର ଏହି ଡିଲ୍‌କୁ ସବୁଜ ସଙ୍କେତ ଦେଇପାରେ। ଅନ୍ୟପଟେ ଶେଷ ସମୟରେ ଏହି ଡିଲ୍‌ ଭାଙ୍ଗିଯିବାର ମଧ୍ୟ ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଟୁଇଟରକୁ କିଣିବା ପାଇଁ ୪୬.୦୫ ଅରବ ଡଲାର ପାଣ୍ଠିର ବ୍ୟବସ୍ଥା କରିସାରିଛନ୍ତି ବୋଲି ପୂର୍ବରୁ ଏଲନ ମସ୍କ କହିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ମସ୍କ ଟୁଇଟରର ୯.୨ଅଂଶ କିଣିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?