ଭାରତକୁ ଟୁଇଟର ଦେଲା ୧୧୦ କୋଟି

ଓ୍ବାଶିଂଟନ୍‌, ୧୨ା୫: କରୋନା ମୁକାବିଲାରେ ଭାରତକୁ ସହାୟତା କରିବାକୁ ୧୫ ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୧୦,୨୨,୧୭,୨୫୦ ଟଙ୍କା) ଦାନ କରିଛି ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର। ଏ ନେଇ ଟୁଇଟର ସିଇଓ ଜ୍ୟାକ୍‌ ପାଟ୍ରିକ୍‌ ଡୋର୍‌ସେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ୩ ବେସରକାରୀ ସଂସ୍ଥା କେୟାର, ଆସୋସିଏଶନ୍‌ ଫର୍‌ ଇଣ୍ଡିଆସ୍‌ ଡେଭଲପମେଣ୍ଟ (ଏଡ୍‌ ଇଣ୍ଡିଆ) ଏବଂ ସେବା ଇଣ୍ଟରନ୍ୟାଶନାଲ ୟୁଏସ୍‌ଏକୁ ଏହି ଟଙ୍କା ପ୍ରଦାନ କରିଥିବା ସେ କହିଛନ୍ତି। କେୟାରକୁ ୭୩.୪୪ କୋଟି ଏବଂ ଏଡ୍‌ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାଶନାଲ ୟୁଏସ୍‌ଏକୁ ୧୮.୩୬ କୋଟି ଲେଖାଏଁ ସହାୟତା ଦେଇଛି ଟୁଇଟର। ସାନ୍‌ ଫ୍ରାନ୍ସିସ୍‌କୋରେ ଥିବା ହିନ୍ଦୁ ସଙ୍ଗଠନ ସେବା ଇଣ୍ଟରନ୍ୟାଶନାଲ ଏହି ଅର୍ଥକୁ ଭାରତରେ କୋଭିଡ୍‌ ମୁକାବିଲା ନିମନ୍ତେ ଆବଶ୍ୟକ ଭେଣ୍ଟିଲେଟର, ବେଡ୍‌ ସହ ଅନ୍ୟାନ୍ୟ ଚିକିତ୍ସା ଉପକରଣ ବିଭିନ୍ନ ହସ୍ପିଟାଲକୁ ପ୍ରଦାନ କରାଯିବ ବୋଲି ଏକ ବିବୃତିରେ କହିଛି। ସେହିପରି ଅତ୍ୟାବଶ୍ୟକ ମେଡିକାଲ ଉପକରଣ, ଅକ୍ସିଜେନ, ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ ପିପିଇ କିଟ୍‌, ଦୁର୍ବଳ ବର୍ଗର ଲୋକଙ୍କୁ ଚିକିତ୍ସା ପ୍ରଦାନ ଆଦି ସହାୟତା ଭାରତକୁ ଦିଆଯିବା ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି କେୟାର ଏବଂ ଏଡ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri