Posted inଫୁରସତ

ଯାଆଁଳା କିନ୍ତୁ ଭିନ୍ନ

ଯାଆଁଳା ମାନେ ସାଧାରଣତଃ ଦେଖିବାକୁ ପ୍ରାୟ ଏକାଭଳି ହୋଇଥାନ୍ତି । ସେମାନଙ୍କର ରଙ୍ଗ, ଢଙ୍ଗ ପ୍ରାୟ ସମାନ ହୋଇଥାଏ ା କିନ୍ତୁ ଏପରି ଦୁଇ ଯାଆଁଳା ଭଉଣୀ ଅଛନ୍ତି ଯେ ଦୁହେଁ ଦୁହିଁଙ୍କ ଠାରୁ ବହୁତ ଭିନ୍ନ । ଏହି ଯାଆଁଳା ଭଉଣୀ ହେଉଛନ୍ତି ମାରିଆ ଓ ଲୁସି ଆୟଲମ୍‌ ା ଦୁଇ ଜଣଙ୍କର ଜନ୍ମ ଜାନୁୟାରୀ ୧୯୯୭ ମସିହାରେ ହୋଇଥିଲା । ଲୁସି ଗୋରା ବର୍ଣ୍ଣ, ଧୂସର ରଙ୍ଗର କେଶ ଓ ଗାଢ ନୀଳ ଆଖି ବିଶିଷ୍ଟ ହୋଇଥିବା ବେଳେ ମାରିଆ ଶ୍ୟାମଳ ବର୍ଣ୍ଣ, କଳା କୁଞ୍ଚୁକୁଞ୍ଚତ୍ଆ କେଶ ଓ ଆଖି ଗାଢ ମାଟିଆ ରଙ୍ଗର ।
ଏଥିପାଇଁ ମାରିଆ ଓ ଲୁସିଙ୍କୁ ଦେଖିଲେ କହି ବି ସେମାନେ ଯାଆଁଳା ବୋଲି ବିଶ୍ୱାସ କରିପାରନ୍ତି ନାହିଁ । ସେମାନଙ୍କର ପିତା ମାତା ଭିନ୍ନ ବର୍ଣ୍ଣର ହୋଇଥିବାରୁ ଏହି ଦୁଇ ଭଉଣୀଙ୍କ ମଧ୍ୟରେ ଏତେ ଭିନ୍ନତା ଦେଖିବାକୁ ମିଳୁଛି। ଲୁସି ଏବଂ ମାରିଆଙ୍କ ମାଆ ଡୋନା ଏକ ହାଫ୍‌ ଜାମାଇକାନ ହୋଇଥିବା ବେଳେ, ବାପା ଭିନ୍ସ ଏକ ହ୍ବାଇଟ୍‌ ମ୍ୟାନ୍‌ । ଏଥିପାଇଁ ଏହି ଦୁଇ ଭଉଣୀ ଯାଆଁଳା ହେଲେ ବି ଭିନ୍ନ ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri