ଟମାଟୋ: ଅନେକରେ ଏକ

ରୋଷେଇ ପାଇଁ ଟମାଟୋର ବ୍ୟବହାର ତ ସମସ୍ତେ କରିଥାନ୍ତି । କିନ୍ତୁ ଟମାଟୋକୁ ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଇପାରେ –

ଫେସ୍‌ ସ୍କ୍ରବ୍‌ : ଟମାଟୋ ଏପରି ଏକ ଫଳ ଯେଉଁଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଅଛି । ଏଥିରେ ଥିବା ଭିଟାମିନ୍‌ ମୁହଁରେ ଚମକ ଆଣିବାରେ ସାହାଯ୍ୟ କରିଥାଏ । ତେଲିଆ ଚେହେରା, ବ୍ରଣ, ମୁହଁରେ କୁଞ୍ଚନ ଆଦି ସମସ୍ୟା ଦୂର କରିବା ପାଇଁ ଟମାଟୋକୁ ଫେସ୍‌ ସ୍କ୍ରବ୍‌ ଭାବେ ବ୍ୟବହାର କରି ପାରିବେ ।

ପିତ୍ତଳ ବାସନ ସଫା : ପୁରୁଣା ପିତ୍ତଳ ବାସନ ବା ପାତ୍ର ଗୁଡିକୁ ସଫା କରିବା ପାଇଁ ଟମାଟୋ ପେଷ୍ଟ ବା ଟମାଟୋ କେଚପ୍‌ ବ୍ୟବହାର କରି ପାରିବେ। ଏଥିରେ କୌଣସି କେମିକାଲ୍‌ର ଦରକାର ପଡେ ନାହିଁ। ଟମାଟୋ କେଚପ୍‌ ବା ଜୁସ୍‌କୁ ପିତ୍ତଳ ଜିନିଷରେ ଲଗାଇ କିଛି ସମୟ ପରେ ସଫା କଲେ ଏହା ପୂର୍ବ ପରି ଚକ୍‌ଚକ୍‌ କରିଥାଏ ।

ବାସନ ସଫା: କଢ଼େଇରେ ଖାଦ୍ୟ ପୋଡି ଗଲେ ଏହାକୁ ଛଡେଇବା ବହୁତ କଷ୍ଟ । କିନ୍ତୁ ଏଥିରେ କିଛି ଟମାଟୋ ସସ୍‌ ପକେଇ କିଛି ସମୟ ଛାଡି ଦେଲା ପରେ ସଫା କଲେ ଏଥିରେ ଜଳିଯାଇଥିବା ଖାଦ୍ୟ ଗୁଡିକ ସହଜରେ ସଫା ହୋଇ ଯାଇଥାଏ ।

ଦରଜ କମାଏ: ମହିଳା ମାନେ ହାଇ ହିଲ୍‌ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବହୁତ ସମୟ ପଯର୍‌ୟନ୍ତ ହିଲ୍‌ ପିନ୍ଧିକି ଚାଲିଲେ ପାଦ ଖଣ୍ଡିଆ ହୋଇଯାଏ ା ଏହି ପରି ଖଣ୍ଡିଆର ଦରଜ କମାଇବା ପାଇଁ ଟମାଟୋ ବେଶ୍‌ ସହାୟକ ହୋଇଥାଏ । ଖଣ୍ଡିଆ ହୋଇଥିବା ସ୍ଥାନରେ ଫାଳେ ଟମାଟୋ କାଟି ଗୁଡାଇ ୮ରୁ ୧୦ ମିନିଟ୍‌ ରଖିଦେଲେ ଏହା ଦରଜ କମାଇ ଦେଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri