୨୯ ଦିନ ପରେ ଯୁଦ୍ଧ ଶେଷ: ଆର୍ମେନିଆ-ଅଜରବୈଜାନ ଅସ୍ତ୍ରବିରତି

ୟେରେଭାନ୍‌/ବାକୁ, ୨୬।୧୦: ଦୀର୍ଘ ୨୯ ଦିନ ପରେ ଆର୍ମେନିଆ ଏବଂ ଅଜରବୈଜାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଦୁଇ ଦେଶ ଅକ୍ଟୋବର ୨୫-୨୬ ତାରିଖ ମଧ୍ୟ ରାତିରେ ଲାଗି ରହିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ସହମତି ପ୍ରକାଶ କରିଛନ୍ତି। ଅସ୍ତ୍ରବିରତି ସମ୍ପର୍କିତ ଘୋଷଣା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ କରିଛନ୍ତି। ଟ୍ରମ୍ପ୍‌ ଏନେଇ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲସ ପଶିନାନ୍‌ ଏବଂ ଅଜରବୈଜାନ ରାଷ୍ଟ୍ରପତି ଇହ୍ଲାମ୍‌ ଅଲିୟେବଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ବହୁ ନିରୀହ ଲୋକଙ୍କ ଜୀବନ ବଞ୍ଚିପାରିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ଆର୍ମେନିଆ ଏବଂ ଅଜରବୈଜାନ ମଧ୍ୟରେ ନାଗୋର୍ନୋ କାରାବାଖ ଅଞ୍ଚଳକୁ ନେଇ ଯୁଦ୍ଧ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲାଇଭ ରିପୋର୍ଟିଂ ସମୟରେ ମହିଳା ରିପୋର୍ଟରଙ୍କ ପଛରେ ପଡ଼ିଗଲା ବିଲେଇ, ଆଉ ତା’ ପରେ

ଲେବାନାନର ରାଜଧାନୀ ବେରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣର ତଦନ୍ତ ସମ୍ପର୍କରେ ସୂଚନା ଦେଉଥିବା ଜଣେ ମହିଳା ରିପୋର୍ଟରଙ୍କ ସହ ଲାଇଭ ରିପୋର୍ଟିଂ ସମୟରେ ଏହି ହୃଦୟସ୍ପର୍ଶୀ...

୫ ଦିନରେ ହସ୍ପିଟାଲ ନିର୍ମାଣ କଲା ଚାଇନା

ବେଜିଂ, ୧୭ା୧: ଚାଇନାକୁ କରୋନା ସଂକ୍ରମଣ ଫେରିଥିବାବେଳେ ସାଉଥବେଜିଂର ଏକ ସହରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସେଠାରେ ଯୁଦ୍ଧକାଳୀନ...

ନୂଆ କରୋନା ଭାରିଆଣ୍ଟ୍‌ , ଡେଲ୍ଟାଠାରୁ ବି ଭୟଙ୍କର..

ଜେନେଭା,୨।୯: ପୃଥିବୀରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ମହାମାରୀରୁ ଦୂରେଇ ରହିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଚାଲିଛି। ତଥାପି, ଏହି ଭୁତାଣୁର...

ଆତ୍ମହତ୍ୟା ପାଇଁ ଗିଳିଥିଲେ ଟୁଥ୍‌ବ୍ରସ୍‌: ୨୦ ବର୍ଷ ପରେ ଅପରେଶନ୍‌ରେ ବାହାରିଲା

ବେଜିଂ,୧୩।୮: ଚାଇନାରେ ଜଣେ ବ୍ୟକ୍ତିଙ୍କ ପେଟରୁ ଏକ ଟୁଥ୍‌ବ୍ରସ୍‌ ବାହାର କରାଯାଇଛି। ପେଟରେ ଲଗାତାର ଯନ୍ତ୍ରଣା ହେବାରୁ ଡାକ୍ତର ଅପରେଶନ କରି ଏହାକୁ ବାର କରିଛନ୍ତି।...

ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ଜେନେଭା, ୨୪।୪: ମ୍ୟାଲେରିଆରେ ପୃଥିବୀର ଶହେ ୬ଟି ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ...

ଚାଇନା ଗଣମାଧ୍ୟମର ଚେତାବନୀ: ଆମକୁ ଶତ୍ରୁ ନ ଭାବୁ ଆମେରିକା, ପୁଣି ହୋଇପାରେ ୯/୧୧ ଭଳି ଆକ୍ରମଣ

ବେଜିଂ,୧୩ ।୯: ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ଜିଜିନ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଏକ ବଡ ବୟାନ...

ମୁଶରଫ୍‌ଙ୍କ ମୃତ୍ୟୁଦଣ୍ଡାଦେଶ ରଦ୍ଦ

ଇସ୍‌ଲାମାବାଦ,୧୪ା୧-ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ ମୁଶରଫ୍‌ଙ୍କୁ ରାଜଦ୍ରୋହ ମାମଲରେ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ ଏହାକୁ ଲାହୋର ହାଇକୋର୍ଟ ସୋମବାର ରଦ୍ଦ କରିଛନ୍ତି। ଫଳରେ...

ଶ୍ରୀଲଙ୍କାର ୨ ସୁରକ୍ଷା ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

କଲମ୍ବୋ, ୨୫ା୪ : ଶ୍ରୀଲଙ୍କା ବିସ୍ଫୋରଣ ପରେ ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନା ୨ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଶିରିସେନା...

Advertisement


Archives

Model This Week