ସିଦ୍ଧାର୍ଥଙ୍କ ପାଇଁ ଶେହନାଜଙ୍କ ଶେଷ ଶବ୍ଦ ଶୁଣି ଆଖିରେ ଆସିଯିବ ଲୁହ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ତାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ଏହି ଘଟଣା ପରଠୁ ସବୁବେଳେ ହସ ହସ ମୁହଁରେ ରହୁଥିବା ତାଙ୍କ ପ୍ରେମିକା ଶେହନାଜ ଗିଲ୍‌ଙ୍କ ଆଖିରୁ ଲୁହ ଶୁଖୁନି। ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ସେଲିବ୍ରିଟି ଓଶିବାରା ଶ୍ମଶାନରେ ପହଞ୍ଚିଥିଲେ। ସିଦ୍ଧାର୍ଥ ଖୁବ ନିକଟତର ଥିବା ଶେହନାଜ ଗିଲ ବି ସେଠାରେ ପହଞ୍ଚିଥିଲେ। ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଏବଂ ଶେଷଥର ପାଇଁ ସେ ସିଦ୍ଧାର୍ଥଙ୍କୁ କାନ୍ଦି କାନ୍ଦି କହୁଥିଲେ ‘ସିଦ୍ଧାର୍ଥ ମେରା ବଚା..’ ତୁମ ବିନା ମୁଁ କେମିତି ବଞ୍ଚିବି। ଶୁଟିଂ ସେଟ୍‌ରେ ଥିବା ଶେହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଅଧାରୁ ଶୁଟିଂ ଛାଡି ଚାଲି ଆସିଥିଲେ। ସିଦ୍ଧାର୍ଥଙ୍କ ସହ ଶେହନାଜଙ୍କ କେମିଷ୍ଟ୍ରୀକୁ ଫ୍ୟାନ ଖୁବ ପସନ୍ଦ କରନ୍ତି। ଏପିରିକି ଦୁହେଁ ପରସ୍ପରକୁ ଭଲ ପାଉଥିବା ମଧ୍ୟ ଗୁଜବ ଉଠେ। କିନ୍ତୁ ଏପର୍ଯ୍ୟନ୍ତ କେହିକି ଖୁଲମଖୁଲା ନିଜ ସମ୍ପର୍କର ଖୁଲାସା କରିନଥିଲେ।
ବିଗ ବସ-୧୩ରେ ସିଦ୍ଧାର୍ଥ ଓ ଗିଲ ପରସ୍ପର ନିକଟତର ହୋଇଥିଲେ। ସେମାନଙ୍କର ବନ୍ଧୁତା ଶୋ’ ଶେଷ ହେବା ପରେ ମଧ୍ୟ ବଳବତ୍ତର ରହିଥିଲା। ଏହି ଯୋ ସୋସିଆଲ ମିଡିଆରେ ସବୁଠାରୁ ପସନ୍ଦର ଯୋଡି ଆଖ୍ୟା ପାଇଥିଲେ। ଉଭୟଙ୍କ ଫ୍ୟାନ ସୋସିଆଲ ମିଡିଆରେ ସିଡନାଜର ଟ୍ରେଣ୍ଡ ଚଳାଇଥିଲେ।
ନିକଟରେ ଶେହନାଜ ଓ ସିଦ୍ଧାର୍ଥ ବିଗ ବସ ଓଟିଟିରେ ଅତିଥି ଭାବେ ନଜର ଆସିଥିଲେ। ଏହାବ୍ୟତୀତ ଏହି ଯୋ ‘ଡ୍ୟାନ୍ସ ଦିୱାନେ’ ସେଟରେ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା। ବିଗ ବସ ପରେ ସିଦ୍ଧାର୍ଥଙ୍କ ଲାଇଫ ଷ୍ଟାଇଲ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ତାଙ୍କୁ କିଛି ବଡ ବଡ ପ୍ରୋଜେକ୍ଟ ମଧ୍ୟ ଅଫର୍‌ କରାଯାଇଥିଲା। ସିଦ୍ଧାର୍ଥ ଏବଂ ଶେହନାଜ ଡିସେମ୍ବର ୨୦୨୧ରେ ବିବାହ କରିବାକୁ ଯୋଜନା କରୁଥିଲେ। ଉଭୟ ଏ ସମ୍ପର୍କରେ ନିଜ ପରିବାରକୁ ମଧ୍ୟ ସୂଚନା ଦେଇଥିଲେ। ଯାହା ପରେ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri