କରୋନାରେ ଟେଲି ତାରକାଙ୍କ ଅବସ୍ଥା ବେହାଲ: କିଏ ଆଇସିୟୁରେ ତ କିଏ ଖୋଜୁଛନ୍ତି ଶଯ୍ୟା, ଆଉ…

ବମ୍ବେ: କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି। ଅନେକ କଳାକାର କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି। ହେଲେ ଏଭଳି କେତେଜଣ ଅଛନ୍ତି ଯେଉଁମାନେ ମହାମାରୀ କବଳରେ ଫସିରହିଛନ୍ତି।

କିଛିଦିନ ପୂର୍ବେ ‘ପଟିଆଲା ବେବ୍ସ’ ଏବଂ ‘ଶକ୍ତି ଅସ୍ତିତ୍ୱ କେ ଏହସାସ କି’ ଭଳି ଧାରାବାହିକରେ ଅଭିନୟ କରି ବାହାବା ସାଉଁଟିଥିବା ଅଭିନେତା ଅନିରୁଦ୍ଧ ଦବେ କରୋନା ପଜିଟିଭ୍‌ ହୋଇଥିଲେ। ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। ଏଭଳି ସମୟରେ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଜଣେ ବନ୍ଧୁ ପ୍ରଶଂସକଙ୍କୁ ଅପିଲ କରିଛନ୍ତି।

‘ବିଗ୍‌ବସ୍‌୧୪’ ଫେମ୍‌ ଅଲି ଗୋନି ନିଜର ସୋସିଆଲ ପୋଷ୍ଟକୁ ନେଇ ଚର୍ଚ୍ଚାରେ। ରମଜାନ ମାସ ଚାଲିଥିବା ବେଳେ ଅଲି ନିଜ ପରିବାର ସହ ହୋମଟାଉନ୍‌ରେ ଅଛନ୍ତି। ସେଠାରେ ସେ ରୋଜା ରଖି ଆସୁଥିବା ବେଳେ ସ୍ବାସ୍ଥ୍ୟ ଖରାପ ହେବା ଯୋଗୁ ଅଧାରୁ ଛାଡ଼ିବାକୁ ପଡ଼ିଛି। ଇନ୍‌ଷ୍ଟା ଆକାଉଣ୍ଟରେ ଅଲି ଦେହ ଭଲ ଲାଗୁନାହିଁ ବୋଲି କହିଥିଲେ। ଏହାପରଠାରୁ ପ୍ରଶଂସକମାନେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି।

ସେହିଭଳି ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ଭୋଜପୁରୀ ଫିଲ୍ମ ନାୟିକା ସମ୍ଭାବନା ସେଠଙ୍କ ବାପା କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିଲେ ହେଁ ଡାକ୍ତରଖାନାରେ ବେଡ୍‌ ମିଳୁନାହିଁ। ଫଳରେ ଅଭିନେତ୍ରୀ ସୋସିଆଲ ମିଡିଆ ଜରିଆରେ ସହାୟତା ମାଗିଛନ୍ତି। ପୀତମପୁରା, ଦିଲ୍ଲୀର ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଶଯ୍ୟା ପାଇଁ କେହି ସହାୟତା କରିପାରିବେ କି ବୋଲି ସେ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri