କେବେ ଥିଲେ ଲୋକପ୍ରିୟ ଅଭିନେତ୍ରୀ, ଏବେ ସନ୍ନ୍ୟାସିନୀ

ବମ୍ବେ: ପ୍ରାୟ ତିନି ଦଶନ୍ଧି ଧରି ମନୋରଞ୍ଜନଜଗତ ସହ ଜଡ଼ିତ ରହିବା ପରେ ଏବେ ସନ୍ନ୍ୟାସିନୀ ହୋଇଛନ୍ତି ଅଭିନେତ୍ରୀ ନୁପୂର ଅଳଙ୍କାର। ସମସ୍ତ ଚାକଚକ୍ୟ, ବିଳାସବ୍ୟସନକୁ ସେ ପରିତ୍ୟାଗ କରି ଗେରୁଆ ବସ୍ତ୍ର ପରିଧାନ କରୁଛନ୍ତି ସେ। ଏପରିକି ସେ ହିମାଳୟ ଯିବେ ବୋଲି ଜଣାପଡ଼ିଛି।

ନିକଟରେ ଏକ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ ଅଭିନୟଜଗତକୁ ଛାଡ଼ୁଥିବା ସ୍ପଷ୍ଟ କରିଛନ୍ତି। ଅଭିନେତ୍ରୀ ଭାବେ ସେ ଲୋକପ୍ରିୟତା ଏବଂ ସଫଳତା ପଛରେ ପଡ଼ିଥିଲେ। ହେଲେ ଏବେ ତାଙ୍କୁ ଶାନ୍ତି ମିଳୁଛି। ତଳେ ଶୋଇବା ସହ ଗୋଟିଏ ଓଳି ଖାଦ୍ୟ ଗ୍ରହଣ କରୁଛନ୍ତି। ସନ୍ୟାସ ମାର୍ଗକୁ ବାଛିବା ପୂର୍ବରୁ ସେ ବିବାହିତ ଥିଲେ। ମାତ୍ର ଏବେ ସ୍ବାମୀ ଅଳଙ୍କାର ଶ୍ରୀବାସ୍ତବ ତାଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିଛନ୍ତି। କାରଣ ପୂର୍ବରୁ ନୁପୂର ତାଙ୍କୁ ସନ୍ୟାସ ନେବା ବିଷୟରେ ଜଣାଇଥିଲେ। ଅଲଗା ହେବା ପାଇଁ ଆଇନଗତ ବାଟ ବାଛି ନ ଥିଲେ ହେଁ ଉଭୟ ଏକାଠି ନୁହନ୍ତି। ପରିବାର ଏବଂ ସେ ଅଭିନେତ୍ରୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିବା ନିଜେ ନୁପୂର କହିଛନ୍ତି। ତେବେ ସେ ନିଜର ଯାତ୍ରା ଏବଂ ଖର୍ଚ୍ଚ ତୁଲାଇବା ନିମନ୍ତେ ମୁମ୍ବାଇରେ କିଣିଥିବା ଫ୍ଲାଟ୍‌କୁ ଭଡ଼ାରେ ଲଗାଇ ଦେଇଥିବା ଜଣାପଡ଼ିଛି।

କହିରଖୁଛୁ, ଅଭିନେତ୍ରୀ ଭାବେ ନୁପୂର ‘ଶକ୍ତିମାନ’ଠାରୁ ଆରମ୍ଭ କରି ‘ଘର କି ଲକ୍ଷ୍ମୀ ବେଟିୟାଁ, ତନ୍ତ୍ର ଭଳି ୧୫୭ରୁ ଅଧିକ ଟେଲିଭିଜନ ଶୋ’ରେ କାମ କରିଛନ୍ତି। ସେହିଭଳି ‘ସାଓ୍ବରିୟାଁ, ରାଜା ଜି, ସୋନାଲୀ କେବୁଲ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri