Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର

ଭୁବନେଶ୍ବର ପଟିଆ ଅଞ୍ଚଳରେ ମୁଁ ରୁହେ। ବାପା ଡା. ରାମଚନ୍ଦ୍ର ପଟ୍ଟନାୟକ ଓ ମା’ ବାସନ୍ତୀ ପଟ୍ଟନାୟକଙ୍କର ମୁଁ ହେଲି ଏକମାତ୍ର ପୁଅ ପୁଣି ସବୁଠୁ ସାନ। ମୋ ଉପରେ ବଡ଼ ତିନି ଭଉଣୀ। ତେଣୁ ଖୁବ୍‌ ଗେହ୍ଲାରେ ମୋର ଛୋଟବେଳ କଟିଛି। ଆମ ଚାରି ଭାଇଭଉଣୀଙ୍କୁ ମଣିଷ କରିବାକୁ ମା’ବାପା କରିଥିବା କଷ୍ଟକୁ ଛୋଟବେଳୁ ମୁଁ ଅନୁଭବ କରିଆସିଛି; ଯଦିଓ ମା’ବାପା କେବେ ଜଣେଇବାକୁ ଦିଅନ୍ତି ନାହିଁ। ସେଥିପାଇଁ ମୋର ଲକ୍ଷ୍ୟ ଥିଲା ବଡ଼ ହୋଇ ମା’ବାପାଙ୍କ ପାଇଁ କିଛି କରିବି ବୋଲି! ତେଣୁ ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ବିଜୁ ପଟ୍ଟନାୟକ କଲେଜରେ ପଢିଲି। ଆଉ ଏହି ସମୟରେ ହିଁ ନିଜେ କିଛି ରୋଜଗାର କରିବା ପାଇଁ ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି। ଟ୍ୟୁଶନରୁ ମୋର ପ୍ରଥମ ରୋଜଗାର ହେଲା ୧୦୦୦ ଟଙ୍କା; ଯେଉଁଥିରୁ କିଛି ଟଙ୍କା ବିନିମୟରେ ମା’ଙ୍କ ପାଇଁ ଶାଢ଼ି, ବାପାଙ୍କ ପାଇଁ ପେନ୍‌ ଏବଂ ଭଉଣୀମାନଙ୍କ ପାଇଁ କିଛି ଉପହାର କିଣି ଆଣି ଦେଇଥିଲି। ଉପହାର ପାଇ ସମସ୍ତେ ବହୁତ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ କରିଥିଲେ ଜୀବନ ପଥରେ ଆହୁରି ଆଗକୁ ଯିବାପାଇଁ। ସେମାନଙ୍କ ଆଶୀର୍ବାଦରୁ କମର୍ସରେ ସ୍ମାତକ ପାସ୍‌ କରିବା ପରେ କଷ୍ଟିଂରେ ପ୍ରଫେଶନାଲ କୋର୍ସ କଲି ଏବଂ ଭୁବନେଶ୍ୱରରେ ଚାକିରି କରିବାକୁ ଲାଗିଲି। ଚାକିରି ଜୀବନ ଛଡ଼ା ଲେଖାଲେଖିରେ ବି ମୋର ରୁଚି ରହିଥିଲା। କଲେଜ ପଢିଲାବେଳୁ ଲେଖାଲେଖିର ଏହି ଧାରା ଆରମ୍ଭ ହୋଇଥିଲା। ବିଭିନ୍ନ ହିତୋପଦେଶ ଉପରେ ଆଧାରିତ ଗପ ଲେଖିବାକୁ ଭଲ ପାଉଥିଲି। ଆଉ ତାକୁ ହିଁ ଆଧାର କରି ‘ହଜି ଗଲାଣି ଆଈ ମା’ କାହାଣୀ’ ଶୀର୍ଷକ ଏକ ଗଳ୍ପ ସଂକଳନ ମୋର ପ୍ରକାଶିତ ହେଲା। କ୍ରମେ ବିଭିନ୍ନ ବିଷୟବସ୍ତୁକୁ ଆଧାର କରି ସ୍ତମ୍ଭ ଲେଖିଲି। ୟା’ ଭିତରେ ମୋ ଲିଖିତ ପ୍ରାୟ ୨୦୦ଟି ଆର୍ଟିକିଲ୍‌ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇ ପାଠକାଦୃତ ହୋଇସାରିଛି। ଏହାଛଡ଼ା ରକ୍ତଦାନ ହେଉ କି ବୃକ୍ଷରୋପଣ ନିଜେ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥାଏ। ଖାସ୍‌ ଏହିସବୁ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୋତେ ପୁରସ୍କାର ଓ ସମ୍ମାନିତ ମଧ୍ୟ କରାଯାଇଛି। ସେଥିପାଇଁ ମୁଁ ସବୁବେଳେ କହେ, ପରିବାର ସଦସ୍ୟଙ୍କ ପ୍ରେରଣା ଓ ଆଶୀର୍ବାଦ ଥିଲେ ଜଣେ ବ୍ୟକ୍ତି ଜୀବନରେ ବହୁତ କିଛି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri