ଶିଳ୍ପାୟନର ଯକ୍ଷ୍ମା ଅବଦାନ

ଯାଜପୁର ଅଫିସ,୨୧।୭: ଯାଜପୁର ଜିଲାରେ ୧୯୯୫ରୁ ଦ୍ରୁତ ଶିଳ୍ପାୟନ ଘଟିଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଉର୍ଦ୍ଧ୍ୱ ଇସ୍ପାତ ଓ ସିମେଣ୍ଟ କାରଖାନା ସାଙ୍ଗକୁ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି। ଏହାସହିତ ସୁକିନ୍ଦା ବ୍ଲକ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ କ୍ରୋମାଇଟ ଖଣି ଖନନ ଚାଲିଛି। ଏହି ଦ୍ରୁତ ଶିଳ୍ପାୟନ ଜିଲାବାସୀଙ୍କ ଆର୍ଥିକ ଅଭିବୃଦ୍ଧିରେ କେତେ ସହାୟକ ହୋଇଛି ତାହା ଦୃଶ୍ୟମାନ ହେଉନାହିଁ। କିନ୍ତୁ ଶିଳ୍ପ କାରଖାନା ଓ ଖଣିଗୁଡିକର ଗୁରୁତର ପ୍ରଦୂଷଣକୁ ଲୋକେ ଅଙ୍ଗେ ନିଭାଉଛନ୍ତି। ଏହାର ପରିଣତି ସ୍ବରୂପ ଗତ ୧୦ବର୍ଷରେ ଜିଲାରେ ଶ୍ୱାସଜନିତ ରୋଗ ସହିତ ଯକ୍ଷ୍ମା ପ୍ରବଣତା ବୃଦ୍ଧିପାଇଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ୨୦୧୮ ଓ ୨୦୧୯ରେ ଯକ୍ଷ୍ମାରୋଗରେ ଜିଲାରେ ୨୦୧ ଲୋକଙ୍କ ଚିକିତ୍ସାରେ ବିଫଳ ସାଙ୍ଗକୁ ମୃତ୍ୟୁ ଘଟିଛି। ଏଥିରେ ଖଣି ଏବଂ ଶିଳ୍ପ ଅଞ୍ଚଳ ସୁକିନ୍ଦା ଓ ଦାନଗଦି ବ୍ଲକର ୧୦୭ ଜଣ ରହିଛନ୍ତି। ଅର୍ଥାତ୍‌ କେବଳ ଶିଳ୍ପାଞ୍ଚଳରେ ୫୩% ରୋଗୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ସୂଚନା ମିଳିଛି। ଅନ୍ୟପକ୍ଷରେ ୨୦୧୮, ୨୦୧୯ ଓ ୨୦୨୦ ଜୁଲାଇ ୧୮ ସୁଦ୍ଧା ଜିଲାରେ ୨୮୦୦ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ଖଣି, ଶିଳ୍ପାଞ୍ଚଳର ୯୩୯ ଜଣ ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଶିଳ୍ପ କାରଖାନାରୁ ନିର୍ଗତ କୋଇଲା, ଲୁହାପଥର ଓ ଅନ୍ୟାନ୍ୟ ଗୁଣ୍ଡଜନିତ ପ୍ରଦୂଷଣରୁ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ଦେଶର ୧୦୬ ସହର ମଧ୍ୟରୁ ଓଡ଼ିଶାର ୭ ସହର ଅତିପ୍ରଦୂଷଣ ତାଲିକାଭୁକ୍ତ ହୋଇଛି। ଏହି ତାଲିକାରେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟ ସାମିଲ ହୋଇଛି। କଳିଙ୍ଗନଗର ଓଡ଼ିଶାର ଦ୍ୱିତୀୟ ପ୍ରଦୂଷଣକାରୀ ସହର ବୋଲି ଅଭିହିତ ହୋଇଛି। ଏଭଳି ପ୍ରଦୂଷଣକୁ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପୂର୍ବରୁ ଉଦ୍‌ବେଗ ପ୍ରକାଶ କରିଛି। ପ୍ରଦୂଷଣଜନିତ ରୋଗରେ କଳିଙ୍ଗନଗର ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତ ମାନପୁର ଗ୍ରାମରେ ୮୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଛୁଟିଦିନରେ ଓ ରାତିରେ କେତେକ କାରଖାନାର ଇଏସ୍‌ପି(ଇଲେକ୍ଟ୍ରୋ ଷ୍ଟାଟିକ୍‌ ପ୍ରେସିପିକେଟର)କୁ ବନ୍ଦ କରି ବିଷାକ୍ତ ପାଉଁଶ ଧୂଆଁ ଛଡ଼ାଯାଉଛି। ଏହାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ବିଫଳତା ବୋଲି ଲୋକେ ଅଭିଯୋଗ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଶିଳ୍ପ ଯୋଗୁ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବା ପରିବର୍ତ୍ତେ ଏକାଧିକ ଗ୍ରାମବାସୀ ବିସ୍ଥାପିତ କରିବାକୁ ଦାବି କରୁଛନ୍ତି। ପରିବେଶଗତ ବିପର୍ଯ୍ୟୟକୁ ଆଉ ସମ୍ଭାଳିବା ସ୍ଥିତିରେ ନ ଥିଲେ ମଧ୍ୟ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବୋଲି ଖଣି ଓ ଶିଳ୍ପ ଅଞ୍ଚଳର ଲୋକେ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଛୁଟିଦିନ ଓ ରାତିରେ ଇଏସ୍‌ପି ବନ୍ଦ ହେଉଥିବା ଭଳି ସେମିତି ଅଭିଯୋଗ ହୋଇନାହିଁ। ତଥାପି କଳାଧୂଆଁ ବାହାରୁଥିବା ସମ୍ପର୍କରେ ଅଧିକ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଗୋଟିଏ ପଟେ ଦ୍ରୁତ ଶିଳ୍ପାୟନ ଯୋଗୁ ଜିଲାବାସୀ ପ୍ରଦୂଷଣ ଜନିତ ରୋଗ ମୁଣ୍ଡାଉଥିବାବେଳେ ଅନ୍ୟ ପଟେ ଯୁବତୀଯୁବକଙ୍କୁ ନିଯୁକ୍ତି ନୈରାଶ୍ୟଜନକ ରହିଛି। ଯାଜପୁର ଜିଲା କର୍ମ ନିୟୋଜନ ସଂସ୍ଥାରେ ଗତ ମାର୍ଚ୍ଚ ସୁଦ୍ଧା ୨୪,୫୯୬ ଜଣ ବେକାର ଶିକ୍ଷିତ ଯୁବତୀଯୁବକ ପଞ୍ଜୀକରଣ କରିଛନ୍ତି। ହେଲେ ଦୁର୍ଭାଗ୍ୟ ଯେ, ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ ମାତ୍ର ଜଣଙ୍କୁ ଜିଲା କର୍ମ ନିୟୋଜନ ସଂସ୍ଥା ଜରିଆରେ ନିୟୁକ୍ତି ମିଳିଛି। କଳିଙ୍ଗନଗରରେ ଥିବା ଶିଳ୍ପ କାରଖାନାରେ ଜଣେ ବି କର୍ମ ନିୟୋଜନ ସଂସ୍ଥା ଜରିଆରେ ନିଯୁକ୍ତି ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri