୨୨ରେ ଖୋଲିବ ଟିଟିଏଲ୍‌ର ଆଇପିଓ

ଭୁବନେଶ୍ୱର,୨୧ା୧୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଟେକ୍ନୋଲୋଜି ଲିମିଟେଡ୍‌ (ଟିଟିଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ବିଶେଷ କରି କମ୍ପାନୀର ୬୦,୮୫୦,୨୭୮ ଇକ୍ୱିଟି ଶେୟାର ଉକ୍ତ ଆଇପିଓ ଜରିଆରେ ଉପଲବ୍ଧ କରାଯିବ। ଏହି ଅଫର ୨୦୨୩ ନଭେମ୍ବର ୨୪ରେ ବନ୍ଦ ହେବ। ସେହିଭଳି ଏହାର ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ (୨୦୨୩ ନଭେମ୍ବର୨୧) ବିଡ୍‌ ଦାଖଲ କରିପାରିବେ। ଉକ୍ତ ଅଫରରେ ଇକ୍ୱିଟି ଶେୟାରର ମୂଲ୍ୟ ୪୭୫ରୁ ୫୦୦ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସେହିପରି ସର୍ବନିମ୍ନ ୩୦ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରାଯାଇପାରିବ ଏବଂ ଏହା ପରେ ୩୦ଟି ଲେଖାଏଁ ଇକ୍ୱିଟି ଶେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ। ଫଳରେ ଅଫର ଫର ସେଲ୍‌ରେ ଟାଟା ମୋଟର୍ସ ଲିମିଟେଡ୍‌ ୪୬,୨୭୫,୦୦୦ ଇକ୍ୱିଟି ଶେୟାର, ଆଲ୍‌ଫା ଟିସି ହୋଲଡିଂସ ପିଟିଇ ଲିମିଟେଡ୍‌ ୯,୭୧୬,୮୫୩ ଇକ୍ୱିଟି ଶେୟାର ଏବଂ ଟାଟା କ୍ୟାପିଟାଲ୍‌ ଗ୍ରୋଥ୍‌ ଫଣ୍ଡ୍‌ ୧୪,୮୫୮,୪୨୫ ଇକ୍ୱିଟି ଶେୟାର ଉପଲବ୍ଧ କରାଇପାରିବେ। ଅପରପକ୍ଷରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଉକ୍ତ ଅଫରର ୫୦% ପର୍ଯ୍ୟନ୍ତ ଇକ୍ୱିଟି ଶେୟାର ସମାନୁପାତିକ ଭିତ୍ତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ମାନଙ୍କ ଲାଗି ରହିବ। ଏପରିକି ବୁକ୍‌ ରନିଂ ଲିଡ୍‌ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦% ଇକ୍ୱିଟି ଶେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ। ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ଶେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ଗଡ଼ିକୁୁ ପ୍ରଦାନ କରାଯିବ। ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ ସବୁ ଶେୟାର ନେବେ ନାହିଁ ତେବେ ଅବଶିଷ୍ଟ ଶେୟାରକୁ କ୍ୟୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ। ଉକ୍ତ ଅଫରର ୧୫% ଇକ୍ୱିଟି ଶେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ। ସେବି ନିୟମ ଅନୁସାରେ ନେଟ୍‌ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ଶେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ। ବିଶେଷକରି କମ୍ପାନୀର ଇକ୍ୱିଟି ଶେୟାରଗୁଡ଼ିକୁ ବିଏସଇ ଲିମିଟେଡ୍‌ ଓ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍‌ ହେରିଂ ପ୍ରସପେକ୍ଟସ୍‌ରେ ପ୍ରସ୍ତାବ ରହିଛି। ଏହି ଅଫରର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ଯଥା ଜେଏମ୍‌ ଫାଇନାନ୍ସିଆଲ ଲିମିଟେଡ୍‌, ସିଟି ଗ୍ରୁପ୍‌ ଗ୍ଲୋବାଲ୍‌ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ବିଓଏଫ୍‌ଏ ସିକ୍ୟୁରିଟିଜ୍‌ ଇଣ୍ଡିଆ ଲିମିଟେଡ୍‌ ଇତ୍ୟାଦି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri