ସତର୍କ କରିବ ସୁନାମି ସୂଚନା ଟାୱାର

ମହାକାଳପଡ଼ା, ୭ ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସୁନାମୀ ସତର୍କ ସୂଚନା ଟାୱାର ସ୍ଥାପିତ କରାଯାଇଛି। ଏହି ଉପକୂଳିଆ ଅଞ୍ଚଳରେ ସମୁଦ୍ରରେ ସୁନାମୀ ଆସିବାର ୪୫ ମିନିଟ୍‌ ପୂର୍ବରୁ ସତର୍କ ସୂଚନା ଦେବ। ଏହି ସାଇରନ୍‌ ଶବ୍ଦ ଦୁଇ କିମି ଦୂର ପର୍ଯ୍ୟନ୍ତ ଶୁଣାଯିବ। ଯାହା ଫଳରେ ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନେ ସତର୍କ ହୋଇ ତଳିଆ ଅଞ୍ଚଳରୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହୋଇପାରିବେ।
ମିଳିଥିବା ସୂଚନା ଅନୁସାରେ, ଏହି ବ୍ଲକରେ ୧୦ଟି ସ୍ଥାନରେ ଉଚ୍ଚ ଶକ୍ତି ସମ୍ପନ୍ନ ସୁନାମୀ ସୂଚନା ଟାୱାର ୨୦୧୭/୧୮ରେ ନିର୍ମାଣ ହୋଇଥିଲା। ଏହି ଉପକୂଳ ଅଞ୍ଚଳର ଶାସନ ପେଟା, ରଟପଙ୍କ, ନରସିଂହପୁର, କଣ୍ଡରା ପାଟିଆ, ଉତ୍ତର ଜମ୍ବୁ, ଜମ୍ବୁ ଲକ୍‌ (ମତ୍ସ୍ୟ ଜେଟିି) ନିକଟ, ବତୀଘର ପଞ୍ଚାୟତର କଜଳ ପାତିଆ, ଦକ୍ଷିଣ ଖୋଳା, ବଡ଼ ଟୁବି ଓ ମହାକାଳପଡ଼ା ବ୍ଲକ କର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାପନ କରାଯାଇଛି। ତେବେ ଗଭୀର ସମୁଦ୍ର ମଧ୍ୟରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହେଲେ ସମୁଦ୍ର ମଧ୍ୟରେ ତଳିଆ ପ୍ଲେଟ ବା ଆସ୍ତରଣ ଫାଟ ସୃଷ୍ଟ ହେବା ଦ୍ୱାରା ଗଭୀର ଜଳ ରାଶି ବା ତରଙ୍ଗ ଭୀଷଣ ବେଗରେ ଘଣ୍ଟା ପ୍ରତି ୫୦୦ କିମି ସମୁଦ୍ର ଜଳ କୂଳ ଅଭିମୁଖେ ମାଡ଼ି ଆସି ସ୍ଥଳ ଭାଗରେ ଧନ ଜୀବନ କ୍ଷତି ଘଟାଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବ ଉପକୂଳ ଅଞ୍ଚଳଗୁଡ଼ିକରେ ସୁନାମୀ ସୂଚନା ଟାୱାର ସ୍ଥାପିତ କରାଯାଇଛି ବୋଲି କୁହାଯାଇଛି। ଏହି ସୂଚନା ଟାୱାରକୁ ହାଇଦ୍ରାବାଦଠାରେ ନିୟନ୍ତ୍ରଣ କେନ୍ଦ୍ର ରହିଛି ବୋଲି ବ୍ଲକ କାର୍ଯ୍ୟଳୟ ସୂତ୍ରରୁ ଜଣାପଡିଛିୟ ତେବେ ବଙ୍ଗୋପସାଗରରେ ଗଭୀର ଜଳ ରାଶି ରେ ଭୀଷଣ ଭୂକମ୍ପ ଅନୁଭୂତ ହେଲେ ଏହି ଅଞ୍ଚଳ ପାଈଁ ବିପଦ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି କଣ୍ଡରା ପାଟିଆ ଗ୍ରାମର ହୃଷୀକେଶ ଗିରି କହିବା କଥା ସାମୁଦ୍ରରେ ସୁନାମୀ ଆସିଲେ ଗଁାରେ ସ୍ଥାପନ ହୋଇଥିବା ଟାୱାର ଏହି ଅଞ୍ଚଳ ପାଇଁ ସଚେତନ କରାଇବା ସହ ଲୋକମାନେ ଉଚ୍ଚ ସ୍ଥାନକୁ ଯାଇ ଜୀବନ ବଞ୍ଚାଇ ପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri