ସତର୍କ କରିବ ସୁନାମି ସୂଚନା ଟାୱାର

ମହାକାଳପଡ଼ା, ୭ ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସୁନାମୀ ସତର୍କ ସୂଚନା ଟାୱାର ସ୍ଥାପିତ କରାଯାଇଛି। ଏହି ଉପକୂଳିଆ ଅଞ୍ଚଳରେ ସମୁଦ୍ରରେ ସୁନାମୀ ଆସିବାର ୪୫ ମିନିଟ୍‌ ପୂର୍ବରୁ ସତର୍କ ସୂଚନା ଦେବ। ଏହି ସାଇରନ୍‌ ଶବ୍ଦ ଦୁଇ କିମି ଦୂର ପର୍ଯ୍ୟନ୍ତ ଶୁଣାଯିବ। ଯାହା ଫଳରେ ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନେ ସତର୍କ ହୋଇ ତଳିଆ ଅଞ୍ଚଳରୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହୋଇପାରିବେ।
ମିଳିଥିବା ସୂଚନା ଅନୁସାରେ, ଏହି ବ୍ଲକରେ ୧୦ଟି ସ୍ଥାନରେ ଉଚ୍ଚ ଶକ୍ତି ସମ୍ପନ୍ନ ସୁନାମୀ ସୂଚନା ଟାୱାର ୨୦୧୭/୧୮ରେ ନିର୍ମାଣ ହୋଇଥିଲା। ଏହି ଉପକୂଳ ଅଞ୍ଚଳର ଶାସନ ପେଟା, ରଟପଙ୍କ, ନରସିଂହପୁର, କଣ୍ଡରା ପାଟିଆ, ଉତ୍ତର ଜମ୍ବୁ, ଜମ୍ବୁ ଲକ୍‌ (ମତ୍ସ୍ୟ ଜେଟିି) ନିକଟ, ବତୀଘର ପଞ୍ଚାୟତର କଜଳ ପାତିଆ, ଦକ୍ଷିଣ ଖୋଳା, ବଡ଼ ଟୁବି ଓ ମହାକାଳପଡ଼ା ବ୍ଲକ କର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାପନ କରାଯାଇଛି। ତେବେ ଗଭୀର ସମୁଦ୍ର ମଧ୍ୟରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହେଲେ ସମୁଦ୍ର ମଧ୍ୟରେ ତଳିଆ ପ୍ଲେଟ ବା ଆସ୍ତରଣ ଫାଟ ସୃଷ୍ଟ ହେବା ଦ୍ୱାରା ଗଭୀର ଜଳ ରାଶି ବା ତରଙ୍ଗ ଭୀଷଣ ବେଗରେ ଘଣ୍ଟା ପ୍ରତି ୫୦୦ କିମି ସମୁଦ୍ର ଜଳ କୂଳ ଅଭିମୁଖେ ମାଡ଼ି ଆସି ସ୍ଥଳ ଭାଗରେ ଧନ ଜୀବନ କ୍ଷତି ଘଟାଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବ ଉପକୂଳ ଅଞ୍ଚଳଗୁଡ଼ିକରେ ସୁନାମୀ ସୂଚନା ଟାୱାର ସ୍ଥାପିତ କରାଯାଇଛି ବୋଲି କୁହାଯାଇଛି। ଏହି ସୂଚନା ଟାୱାରକୁ ହାଇଦ୍ରାବାଦଠାରେ ନିୟନ୍ତ୍ରଣ କେନ୍ଦ୍ର ରହିଛି ବୋଲି ବ୍ଲକ କାର୍ଯ୍ୟଳୟ ସୂତ୍ରରୁ ଜଣାପଡିଛିୟ ତେବେ ବଙ୍ଗୋପସାଗରରେ ଗଭୀର ଜଳ ରାଶି ରେ ଭୀଷଣ ଭୂକମ୍ପ ଅନୁଭୂତ ହେଲେ ଏହି ଅଞ୍ଚଳ ପାଈଁ ବିପଦ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି କଣ୍ଡରା ପାଟିଆ ଗ୍ରାମର ହୃଷୀକେଶ ଗିରି କହିବା କଥା ସାମୁଦ୍ରରେ ସୁନାମୀ ଆସିଲେ ଗଁାରେ ସ୍ଥାପନ ହୋଇଥିବା ଟାୱାର ଏହି ଅଞ୍ଚଳ ପାଇଁ ସଚେତନ କରାଇବା ସହ ଲୋକମାନେ ଉଚ୍ଚ ସ୍ଥାନକୁ ଯାଇ ଜୀବନ ବଞ୍ଚାଇ ପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ମାଟିରେ ଉଜ୍ଜୀବିତ ରହିଛି ଓଡ଼ିଆ ସଂସ୍କୃତି

ତିର୍ତ୍ତୋଲ,୫ା୧୨(ଡି.ଏନ.ଏ.): ବିଦେଶ ମାଟି ସୁଦୂର ସୌଦି ଆରବରେ ପ୍ରବାସୀ ଓଡ଼ିଆମାନେ ଦୀର୍ଘ ୧୧ବର୍ଷ ଧରି ଓଡ଼ିଶା କଳା, ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛନ୍ତି ବୋଲି ସେଠାରେ...

ଫନୀ ଘରଭଙ୍ଗା ସହାୟତାରେ ଦୁର୍ନୀତି ଅଭିଯୋଗ : ଭାଜପା ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

କଣାସ,୮।୧୧(ସ୍ବ.ପ୍ର.)- ଫନୀରେ କଣାସ ବ୍ଲକରେ ବହୁ ପରିବାର ବାସଗୃହ ହରାଇ ଥିବାବେଳେ ରାଜ୍ୟ ସରକାର ପକ୍ଷରୁ ଘରଭଙ୍ଗା ସହାୟତା ପ୍ରଦାନ କରାଯାଇଥିଲା। କିନ୍ତୁ ଏଥିରେ ବ୍ୟାପକ...

ଗୋଟିଏ ଗାଁରୁ ୩୩ କରୋନା ପଜିଟିଭ୍‌ ଚିହ୍ନଟ: ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଲା

ବରଗଡ଼ ଅଫିସ,୬ା୭: ବରଗଡ଼ ଜିଲାରେ ସୋମବାର ପୁଣି ୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି...

ନଷ୍ଟହେବାକୁ ବସିଛି ଶତାଧିକ ଏକର ଧାନ ଫସଲ

ପଟ୍ଟାମୁଣ୍ଡାଇ, ୧୫ା୮(ସ୍ବ.ପ୍ର.):ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡ଼ାରେ ଏବେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ବର୍ଷାପାଣିରେ ବୁଡ଼ିରହି ଶତାଧିକ ଏକର...

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ଅଭିଯୁକ୍ତ ୨ ଭାଇ କୋର୍ଟ ଚାଲାଣ

କୋକସରା,୩୦ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମରେ ଗତ ସୋମବାର ସେହି ଗ୍ରାମର ଯୁବକ ଦୟାନିଧି ଦୁଣ୍ଡକିଆ (୫୨)ଙ୍କୁ ଗାଁ ପାଖ ଏକ...

ପ୍ରସ୍ତାବିତ ତୈଳଭଣ୍ଡାରକୁ ବିରୋଧ

ଓଡାପଡା,୨୪ା୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ତେନ୍ତୁଳିଆପଡା ଓ ରସାସିଂ ଅଞ୍ଚଳରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ୍‌)ର ପ୍ରସ୍ତାବିତ ତୈଳ ଭଣ୍ଡାରକୁ ଶନିବାର...

ଖବରଦାତାଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ, (ଡି.ଏନ.ଏ)/ପୁରୀ ଅଫିସ, ୨୫ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ନଂ ୱାର୍ଡର ବାଲିସାହିସ୍ଥିତ ବାସଭବନକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ...

୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା ଅଫିସ,୧୪ା୧୧: ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼ ସୀମାନ୍ତରେ ଦୀର୍ଘଦିନ ଧରି ପିଏଲ୍‌ଏଫ୍‌ଆଇ ନଁ।ରେ ଆତଙ୍କ ସୃଷ୍ଟି କରୁଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାଉରକେଲା ପୋଲିସ...

Advertisement
Archives

Model This Week