୧୫ ଦିନ ହେବ ୭୯ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ନାଉଗଁା,୭ା୧୨(ସ୍ବ.ପ୍ର): ନାଉଗଁା ବ୍ଲକରେ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟରୁ ୭୯ଟି କେନ୍ଦ୍ର ୧୫ ଦିନରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ଓଡ଼ିଶା ଅଙ୍ଗନଓ୍ବାଡି ସଂଘର ଆହ୍ବାନକ୍ରମେ ଏସବୁ କେନ୍ଦ୍ରର କର୍ମୀ ଓ ସହାୟିକାମାନେ ୮ ଦଫା ଦାବି ନେଇ ବିଧାନସଭା ନିକଟରେ ପ୍ରତିବାଦ କରୁଛନ୍ତି। ସେମାନଙ୍କ ଦାବି ମଧ୍ୟରେ ୬ ବହିଷ୍କୃତ ଅଙ୍ଗନଓ୍ବାଡି କର୍ମୀଙ୍କ ପୁନଃ ନିଯୁକ୍ତି, ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି, ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଓ ଖାଲିଥିବା ସମସ୍ତ ସୁପରଭାଇଜର ପଦବୀ ପୂରଣ ଆଦି ଅନ୍ତର୍ଭୁକ୍ତ। ଦାବି ପୁରଣ ନ ହେବା ପର୍ଯ୍ୟନ୍ତ କେନ୍ଦ୍ର ଖୋଲା ହେବା ନାହିଁ ବୋଲି ଓଡ଼ିଶା ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିଯୋଗୁ ପ୍ରତି ଗ୍ରାମରେ ଗର୍ଭବତୀ, ପ୍ରସୂତି , ୦-୩ ବର୍ଷ ପର୍ଯ୍ୟନ୍ତ ଶିଶୁ , ପ୍ରାକ୍‌ ବିଦ୍ୟାଳୟ ପ୍ରଭାବିତ ହୋଇଛନ୍ତି। ଗର୍ଭବତୀ, ପ୍ରସୂତି ମା’ ଓ ଶିଶୁମାନେ ଛତୁଆ ଓ ଅଣ୍ଡା ପାଇପାରୁ ନ ଥିବା ବେଳେ ପ୍ରାକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଏକ ପ୍ରକାର ଠପ୍‌ ହୋଇ ଯାଇଛି। ବନ୍ଦ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଗର୍ଭବତୀ,ପ୍ରସୂତି ଓ ଶିଶୁଙ୍କୁ କିପରି ସୁଷମ ଖାଦ୍ୟ ଦିଆଯାଇପାରିବ ସେନେଇ ପ୍ରୟାସ ଜାରି ରହିଛି ବୋଲି ସିଡିପିଓ ବାସନ୍ତୀ ମାଇନ କହିଛନ୍ତି। ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବୟଂ ସହାୟିକା ଗୋଷ୍ଠୀ ଓ ନିଜସ୍ବ ଉଦ୍ୟମରେ ଖାଦ୍ୟ ବଣ୍ଟନ କରାଯାଉଛି ବୋଲି ସେ କହିଛନ୍ତି। ମାତ୍ର ଅନେକ ସ୍ଥାନରେ ହିତାଧିକାରୀମାନେ ଖାଦ୍ୟ ଗ୍ରହଣ କରୁ ନ ଥିବା ନେଇ ଅଙ୍ଗନଓ୍ବାଡ଼ି କର୍ମୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri