Posted inଜାତୀୟ

ଦ୍ୱନ୍ଦ୍ୱ ଦୂର ପ୍ରୟାସ ସହ ଧମକ

ନୂଆଦିଲ୍ଲୀ,୨୦।୬: ସୈନ୍ୟବାହିନୀରେ ଠିକା ନିଯୁକ୍ତି ଯୋଜନା ଅଗ୍ନିପଥକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେବା ପରେ ଏହାକୁ ପ୍ରଶମିତ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଏଥିସହିତ ଯେଉଁମାନେ ଆନ୍ଦୋଳନରେ ସାମିଲ ହେବେ ସେମାନଙ୍କୁ ସେନାରେ ନିଯୁକ୍ତି ସୁଯୋଗ ମିଳିବ ନାହିଁ ବୋଲି ଏକପ୍ରକାର ଧମକ ମଧ୍ୟ ଦିଆଯାଇଛି।
ଅଗ୍ନିପଥ ଯୋଜନାରେ ବ୍ୟାପକ ନିଯୁକ୍ତି ସମ୍ପର୍କରେ ରବିବାର ତିନି ବାହିନୀର ଶୀର୍ଷ ଅଧିକାରୀ ଗଣମାଧ୍ୟମକୁ ଜଣାଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେମାନେ କହିଛନ୍ତି, ସଶସ୍ତ୍ର ବଳର ବୟସସୀମା କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଅଗ୍ନିପଥ ଯୋଜନାରୁ ସରକାର ଓହରିବେ ନାହିଁ। ତେଣୁ ଯୁବଗୋଷ୍ଠୀ ଆନ୍ଦୋଳନ ବନ୍ଦ କରିବା ଲାଗି ସାମରିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲ୍ୟୁଟନାଣ୍ଟ ଜେନେରାଲ ଅରୁଣ ପୁରୀ କହିଛନ୍ତି। ୩ ବାହିନୀରେ ବୟସ ପ୍ରୋଫାଇଲ କମାଇବା ନେଇ ଦୀର୍ଘଦିନରୁ ବିଚାର କରାଯାଉଥିଲା। କାର୍ଗିଲ ସମୀକ୍ଷା କମିଟି ମଧ୍ୟ ଏନେଇ ଟିପ୍ପଣୀ ଦେଇଥିଲେ। ଏହା ଦୀର୍ଘଦିନରୁ ପଡ଼ିରହିଥିବା ସଂସ୍କାର, ଯେଉଁଥିରେ ସେନାକୁ ଅଧିକ ଯୁବ ଓ ଅଭିଜ୍ଞ କରିବା ଲକ୍ଷ୍ୟ ରହିଛି। ପ୍ରତିବର୍ଷ ୩ ବାହିନୀରୁ ୧୭,୬୦୦ ସୈନ୍ୟ ସମୟ ପୂର୍ବରୁ ଅବସର ନେଉଛନ୍ତି। ଅବସର ପରେ ସେମାନେ କ’ଣ କରିବେ ସେ ନେଇ ତ କେହି ପ୍ରଶ୍ନ କରୁ ନ ଥିବା ପୁରୀ କହିଛନ୍ତି।
ସିଆଚେନ ଓ ଅନ୍ୟାନ୍ୟ ଅଞ୍ଚଳରେ ନିୟମିତ ଯବାନମାନଙ୍କୁ ଯେଉଁ ଭତ୍ତା ସୁବିଧା ମିଳୁଛି, ଅଗ୍ନିବୀରମାନଙ୍କୁ ସେହିସବୁ ସୁବିଧା ମିଳିବ। ଏଥିସହିତ ଦେଶସେବା ବେଳେ ଯଦି ଜୀବନ ଯାଏ, ତେବେ ଅଗ୍ନିବୀରଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯିବ। ଚଳିତ ମାସ ଶେଷ ସୁଦ୍ଧା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୪୬,୦୦୦ଙ୍କୁ ନିଯୁକ୍ତି ମିଳିବ। ପରବର୍ତ୍ତୀ ୪-୫ ବର୍ଷରେ ୫୦ ହଜାରରୁ ୬୦ ହଜାର ଅଗ୍ନିବୀର ନିଯୁକ୍ତ ହେବେ ଓ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୯୦,୦୦୦ରୁ ଲକ୍ଷେକୁ ବୃଦ୍ଧି ପାଇବ ବୋଲି ପୁରୀ ସୂଚନା ଦେଇଛନ୍ତି। ଅଗ୍ନିବୀରରେ ୪ ବର୍ଷ ନିଯୁକ୍ତି ପରେ ଯେଉଁମାନେ ବାହାରିବେ, ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ଲାଗି ସଂରକ୍ଷଣ ଘୋଷଣା କରାଯାଇଛି। ଏଭଳି ସଂରକ୍ଷଣ ଆନ୍ଦୋଳନ ଯୋଗୁ ହୋଇନାହିଁ, ଏହା ପୂର୍ବରୁ ଯୋଜନା ହୋଇଥିଲା ବୋଲି ସାମରିକ ବ୍ୟାପାର ଅତିରିକ୍ତ ସଚିବ ପୁରୀ କହିଛନ୍ତି।
ଅଗ୍ନିପଥ ବିରୋଧରେ ବିକ୍ଷୋଭକୁ ନେଇ ପୁରୀ କହିଛନ୍ତି, ସେନାରେ ଶୃଙ୍ଖଳା ହେଉଛି ମୂଳ। ପୋଡ଼ାଜଳା, ଭଙ୍ଗାରୁଜା କରୁଥିବା ଯୁବଗୋଷ୍ଠୀଙ୍କର ସେନାରେ ସ୍ଥାନ ନାହିଁ। ଅଗ୍ନିବୀର ପାଇଁ ଆବେଦନ ବେଳେ ପ୍ରାର୍ଥୀମାନେ ପୂର୍ବରୁ କୌଣସି ବିକ୍ଷୋଭ କିମ୍ବା ଭଙ୍ଗାରୁଜାରେ ସାମିଲ ନ ଥିଲେ ବୋଲି ଫର୍ମରେ ଉଲ୍ଲେଖ କରିବେ। ଏହାର ପୋଲିସ ଯାଞ୍ଚ ବାଧ୍ୟତାମୂଳକ। ଏହା ବିନା ସେନାରେ ନିଯୁକ୍ତି ଲାଗି ସୁଯୋଗ ମିଳିବ ନାହିଁ ବୋଲି ପୁରୀ ସ୍ପଷ୍ଟ କରିଛନ୍ତି।
ଜୁନ୍‌ ୨୪ରୁ ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହେବ ଏବଂ ଅନ୍‌ଲାଇନ ପରୀକ୍ଷା ଜୁଲାଇ ୨୪ରୁ ହେବ ବୋଲି ଏୟାର ମାର୍ଶାଲ ଏସ୍‌.କେ. ଝା କହିଛନ୍ତି। ଡିସେମ୍ବରରେ ପ୍ରଥମ ବ୍ୟାଚ୍‌ ନିଯୁକ୍ତି ଶେଷ ହେବ ଓ ସେହିମାସ ୩୦ରୁ ପ୍ରଶିକ୍ଷଣ ଆରମ୍ଭ ହେବ ବୋଲି ଝା ସୂଚନା ଦେଇଛନ୍ତି। ନଭେମ୍ବର ୨୧ରୁ ଓଡ଼ିଶାର ଆଇଏନ୍‌ଏସ୍‌ ଚିଲିକାରେ ନାଭାଲ ଅଗ୍ନିବୀରଙ୍କ ପ୍ରଶିକ୍ଷଶ ଆରମ୍ଭ ହେବ ବୋଲି ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି। ଉଭୟ ପୁରୁଷ ଓ ମହିଳାଙ୍କୁ ନୌସେନା ଅଗ୍ନିବୀର ଭାବେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri