ଟିକସ ନ କମାଇ ବୃଥା ଚେଷ୍ଟା

ଭୁବନେଶ୍ୱର, ୨୮।୧୦: ୨୦୨୧ କଥା ଦେଖିଲେ ଜାନୁୟାରୀ ପହିଲାରୁ ଅଦ୍ୟାବଧି ପେଟ୍ରୋଲ ୨୩.୯୭ ଟଙ୍କାରୁ ଊର୍ଦ୍ଧ୍ୱ ଏବଂ ଡିଜେଲ ୨୨.୫୫ ଟଙ୍କା ବଢ଼ିଛି। ଜାନୁୟାରୀ ପହିଲାରେ ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୩.୯୭ ଟଙ୍କା ଏବଂ ୭୪.୧୨ ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୧୦୭.୯୪ ଟଙ୍କା ଏବଂ ୯୬.୬୭ ଟଙ୍କା ରହିଛି। ବର୍ତ୍ତମାନ ତେଲ ଚାହିଦା ବଢ଼ୁଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ମଧ୍ୟ ଲଗାତର ବଢ଼ିଚାଲିଛି। ଫଳରେ ଭାରତରେ ଏହାର ତ୍ୱରିତ ପ୍ରଭାବ ପଡ଼ୁଛି।
ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୫ ଡଲାରରୁ ଊର୍ଦ୍ଧ୍ୱ ରହିଛି। ଆଗାମୀ ୩ରୁ ୬ ମାସରେ ଏହା ୧୦୦ ଡଲାର ଛୁଇଁପାରେ। ଏପରି ହେଲେ ଭାରତରେ ତେଲ ଦର ପ୍ରାୟ ୧୦ ଟଙ୍କା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେହିପରିି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ଅଧିକ ଭାଟ୍‌ ଲାଗୁ କରୁଥିବା ରାଜ୍ୟଗୁଡ଼ିକରେ ଏହି ଦର ଆହୁରି ବଢ଼ିବ। ଗତବର୍ଷ ତୁଳନାରେ ବ୍ରେଣ୍ଟ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ପ୍ରାୟ ୨ ଗୁଣ ବଢ଼ିଛି। ଭାରତର ୨୯ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର କରିଛି। ସେହିଭଳି ଅଧିକାଂଶ ସ୍ଥାନରେ ଡିଜେଲ ୧୦୦ ଟଙ୍କାରେ ବିକ୍ରି ହେଉଛି।
୨୦୨୨ ବେଳକୁ ବ୍ରେଣ୍ଟ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୦ ଡଲାର ଛୁଇଁପାରେ ବୋଲି ଗ୍ଲୋବାଲ ଫାଇନାନ୍ସ କମ୍ପାନୀ ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ସୋମବାର ଆକଳନ କରିଛି। ଏହି ଅନୁମାନ ଯଦି ଠିକ୍‌ ହୁଏ ତେବେ ଭାରତ ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଭାରତ ଏହାର ମୋଟ ତେଲ ଚାହିଦା ମଧ୍ୟରୁ ପ୍ରାୟ ୮୦% ବିଦେଶରୁ ଆମଦାନୀ କରୁଥିବାରୁ ଅଶୋଧିତ ତେଲ ଦର ବଢ଼ିଲେ ପ୍ରଚୁର ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି। ଅପରପକ୍ଷରେ ଭାରତରେ ତେଲ ଦର କମାଇବା ଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରି କେନ୍ଦ୍ର ସରକାର କେବଳ ତେଲ ଉତ୍ପାଦନକାରୀ ଦେଶ ଉପରେ ନିର୍ଭରଶୀଳ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ବୃହତ୍‌ ପରିମାଣର ଟିକସ ହ୍ରାସ ନ ହେବା ଯାଏ ଖାଉଟିଙ୍କୁ ତ୍ୱରିତ ଆଶ୍ୱସ୍ତି ମିଳିପାରିବ ନାହିଁ। ମାତ୍ର ଏଭଳି ପଦକ୍ଷେପ ନେବା ସ୍ଥିତିରେ ସରକାର ନାହାନ୍ତି। କରୋନା ଯୋଗୁ ରାଜସ୍ବ ପ୍ରଭାବିତ ହୋଇଥିବାରୁ ତେଲ ଦର କମାଇ ରାଜକୋଷକୁ ପ୍ରଭାବିତ କରିବା ଭଳି ରିସ୍କ ସରକାର ଉଠାଇବାକୁ ଚାହୁଁନାହାନ୍ତି। ଏପଟେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଇବା ଲାଗି କେରଳ ହାଇକୋର୍ଟ ଜିଏସ୍‌ଟି ପରିଷଦକୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହମତି ଅଭାବରୁ ତେଲରେ ଜିଏସ୍‌ଟି ଲାଗି ପାରୁନାହିଁ। ଏଭଳି ସ୍ଥିତିକୁ ଦେଖିଲେ ସରକାର ଯଦି ଟିକସ ନ କମାନ୍ତି ତେବେ ଲୋକଙ୍କୁ ତେଲ ଦର ତାତିରେ ତଉଲିହେବାକୁ ପଡିବ। ଆଗାମୀ ଦିନଗୁଡିକରେ ତେଲ ଦର ବଢ଼ିବ ପଛେ କମିବ ବୋଲି ଆଶା ମଧ୍ୟ କରାଯାଇ ନ ପାରେ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri