ଦେଶରେ ବିଶ୍ୱାସ ଆଗ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ବର୍ଷେ ୪ ମାସ ହେବ ଲାଗି ରହିଥିବା ଜାତିଆଣ ହିଂସା ପୁଣି ଉଗ୍ର ହେଲାଣି । ୭ ସେପ୍ଟେମ୍ବର ୨୦୨୪ରେ ଜରିବାମ୍‌ ଜିଲାରେ ହିଂସା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧ରୁ ୯ ଜଣଙ୍କ ପ୍ରାଣହାନି ଘଟିଲାଣି ବୋଲି ଖବର ମିଳିଛି। ସରକାରୀ ତଥ୍ୟ କହେ, ୩ ମେ ୨୦୨୩ରୁ ଆରମ୍ଭ ହୋଇଥିବା ସଂଘର୍ଷ ଯୋଗୁ ଅଦ୍ୟାବଧି ୨୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। କିନ୍ତୁ ହିଂସାର ବ୍ୟାପକତାକୁ ଦେଖିଲେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବା ଅନୁମାନଯୋଗ୍ୟ। ଉଲ୍ଲେଖ କରାଯାଇପାରେ ଯେ, ମଣିପୁରରେ ହିନ୍ଦୁ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ତାହାକୁ ବିରୋଧ କରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ କୁକି ଓ ନାଗା ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କ ଅଧିକାରକୁ ସଂଖ୍ୟାଗରିଷ୍ଠ ମେଇତିମାନେ ଛଡ଼ାଇ ନେଉଥିବା ଆଦିବାସୀମାନେ ଅଭିଯୋଗ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଜାରି ରହିଛି। ବର୍ତ୍ତମାନର ସ୍ଥିତି ଅଧିକ ବିଗିଡ଼ି ଯାଇଛି । କାରଣ ଅଶାନ୍ତ ଅଞ୍ଚଳ ଉପରକୁ ଡ୍ରୋନ୍‌ରୁ ଅତି ଶକ୍ତିଶାଳୀ ରକେଟ ଓ ବୋମା ଫିଙ୍ଗା ଗଲାଣି। ଏଥିରୁ ବୁଝିବାକୁ ହେବ ଯେ, ବାହ୍ୟ ଶକ୍ତି ବିଶେଷକରି ମ୍ୟାନ୍‌ମାରରେ ସକ୍ରିୟ ଥିବା ଉଗ୍ରପନ୍ଥୀମାନେ ମଣିପୁରରେ ଅସ୍ଥିରତା ସୃଷ୍ଟି କରିଦେଲେଣି। ଗତବର୍ଷରୁ ଜାତିଆଣ ହିଂସା ହେବାଠାରୁ ମେଇତି ଓ କୁକିମାନେ ପରସ୍ପର ଉପରକୁ ହାତହତିଆର ବ୍ୟବହାର କରୁଥିଲେ। ଏବେ ଯେଉଁ ଡ୍ରୋନ୍‌ ଭଳି ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର ଆରମ୍ଭ ହେଲାଣି, ସେଥିରୁ ସ୍ପଷ୍ଟ ବୁଝିବା କଥା ଯେ ବାହ୍ୟଶକ୍ତିଙ୍କ ପ୍ରବେଶ ଆରମ୍ଭ ହୋଇଗଲାଣି।
ମଣିପୁରରେ ଏହା ପୂର୍ବରୁ ଯେତେବେଳେ ହିଂସା ଶୀର୍ଷକୁ ଯାଇଥିଲା ସେତେବେଳେ ନିର୍ବାଚନର ଦ୍ୱାହିଦେଇ ମଣିପୁରକୁ କରଛଡ଼ା କରିଦିଆଯାଇଥିଲା। ଏବେ ପୁନର୍ବାର ହିଂସା ଅଧିକ ଉଗ୍ର ଓ ଶକ୍ତିଶାଳୀ ହୋଇ ମୁଣ୍ଡ ଟେକିବାର କାରଣ ସେହିି ପୂର୍ବର ଅବହେଳା ଯୋଗୁ ବିଭିନ୍ନ ପ୍ରକାର ଶକ୍ତିକୁ ପ୍ରୋତ୍ସାହିତ କଲାଭଳି ମନେହେଉଛି। ନିର୍ବାଚନରେ ନେତାମାନେ ପ୍ରଚାର କରନ୍ତି ବୋଲି ସମସ୍ତେ ଜାଣନ୍ତି। ପୂର୍ବ ହିଂସାବେଳେ କର୍ନାଟକ ଓ ଅନ୍ୟ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ଉଭୟ ଶାସକ ଓ ବିରୋଧୀ ନେତାଙ୍କୁ ବ୍ୟସ୍ତ ରଖିଥିଲା। ଏବେ ହିଂସା ବୃଦ୍ଧି ପାଉଥିବା ବେଳେ ହରିୟାଣା ଏବଂ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ନେତାଙ୍କୁ ବ୍ୟସ୍ତ ରଖିବା ସ୍ବାଭାବିକ। ତେବେ ଅଶାନ୍ତ ଅଞ୍ଚଳକୁ କୌଣସି ନେତା ଯାଇ ବଡ଼ ପ୍ରକାର ପରିବର୍ତ୍ତନ ଆଣି ପାରିବେ ବୋଲି ବିଶ୍ୱାସ ହେଉନାହିଁ। ଆଜିର ଭାରତରେ ସେଭଳି ଜନନାୟକ ଭାବମୂର୍ତ୍ତି ରଖିଥିବା କୌଣସି ନେତା ନାହାନ୍ତି। ସେଥିପାଇଁ ରାଜନୈତିକ ନେତା ପରିବର୍ତ୍ତେ ସରକାର ତା’ର କର୍ତ୍ତବ୍ୟ ଏବଂ କାର୍ଯ୍ୟ ଆରମ୍ଭ କରିବା ଦରକାର। କେବଳ ମିଲିଟାରୀ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଶ୍ୱାସ ହେଉନାହିଁ। ତତ୍‌ସହିତ ଏହା ମଧ୍ୟ ବିଶ୍ୱାସଯୋଗ୍ୟ ନୁହେଁ ଯେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ମସ୍କୋ ଯାଇ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ମଧ୍ୟସ୍ଥତା କରିପାରିବାର ଯୋଗ୍ୟତା ବହନ କରୁଛନ୍ତି। ଯଦି ବାସ୍ତବରେ ସେଭଳି ଯୋଗ୍ୟତା ଅଛି, ତେବେ ଦେଶର ଆଭ୍ୟନ୍ତରୀଣ ସମସ୍ୟା ବିଶେଷକରି ମଣିପୁର ସଙ୍କଟ ଆଗ ସମାଧାନ କରି ଦେଶବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରାଇବା ଦରକାର। ତା’ ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri