ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ କରିପାରେ। ଏଥିସହିତ ଆମେରିକା ଏବଂ ଚାଇନା ଭଳି ବଜାରଗୁଡ଼ିକ ଆମେରିକା, କାନାଡ଼ା ଓ ବ୍ରାଜିଲକୁ ଖସିଯାଇପାରେ ବୋଲି ଜାତିସଂଘର ଶୀର୍ଷ ଅର୍ଥନୀତିଜ୍ଞ ଆକଳନ କରିଛନ୍ତି। ଟ୍ରମ୍ପ୍‌ ଗତ ସପ୍ତାହରେ ବ୍ୟାପକ ଟାରିଫ ଯୋଜନା କରିଥିବାବେଳେ ଚାଇନା ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ପାଇଁ ଏହାକୁ ୯୦ ଦିନ ସ୍ଥଗିତ ରଖିଛନ୍ତି। ଚାଇନା ଉପରେ ଆମେରିକା ୧୪୫ ପ୍ରତିଶତ ଶୁଳ୍କ ଲଗାଇଥିବାବେଳେ ବେଜିଂ ମଧ୍ୟ ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଜବାବୀ ଶୁଳ୍କ ଲଗାଇଛି। ଏହାର ପ୍ରଭାବରେ ବିଶ୍ୱ ବାଣିଜ୍ୟ ୩ ପ୍ରତିଶତ ହ୍ରାସ ପାଇବା ସହ ବାଣିଜ୍ୟ ଢାଞ୍ଚା ଏବଂ ଅର୍ଥନୈତିକ ଏକୀକରଣରେ ଉଲ୍ଲେଖନୀୟ ଦୀର୍ଘମିଆଦୀ ପରିବର୍ତ୍ତନ ହୋଇପାରେ ବୋଲି ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାମେଲା କୋକ୍‌-ହାମିଲଟନ୍‌ ଜେନେଭାରେ କହିଛନ୍ତି।

ଉଦାହରଣ ସ୍ବରୂପ, ଅତ୍ୟଧିକ ପ୍ରଭାବିତ ହୋଇଥିବା ମେକ୍ସିକୋ ରପ୍ତାନି ଆମେରିକା, ଚାଇନା ଏବଂ ୟୁରୋପୀୟ ବଜାରରୁ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକୁ ଶିଫ୍ଟ ହେଉଛି। କିଛି ପରିମାଣରେ ମେକ୍ସିକୋ ରପ୍ତାନି ଭାରତକୁ ମଧ୍ୟ ଆସୁଛି। ସେହିପରି ଭିଏଟ୍‌ନାମ୍‌ ରପ୍ତାନି ଆମେରିକା, ମେକ୍ସିକୋ, ଚାଇନା ବଜାର ପରିବର୍ତ୍ତେ ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା ବଜାର, ୟୁରୋପୀୟ ୟୁନିୟନ ଏବଂ କୋରିଆ ଚାଲିଯାଉଛି। ବିକଶିତ ରାଷ୍ଟ୍ରଗୁଡ଼ିକ ପାଇଁ ଆର୍ଥତ୍କ
କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୃଷ୍ଟିରେ ପୋଷାକ ଶିଳ୍ପର ବଡ଼ ଭୂମିକା ରହିଥିବାବେଳେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପୋଷାକ ରପ୍ତାନିକାରୀ ବାଂଲାଦେଶ ଉପରେ ଆମେରିକା ୩୭ ପ୍ରତିଶତ ରେସିପ୍ରୋକାଲ ଟାରିଫ୍‌ ଲଗାଇଛି। ଏହା କାର୍ଯ୍ୟକାରୀ ହେଲେ ୨୦୨୯ ସୁଦ୍ଧା ଆମେରିକାକୁ ବାଂଲାଦେଶର ବାର୍ଷିକ ରପ୍ତାନି ୩.୩ ବିଲିୟନ ଡଲାର କ୍ଷତି ସହିପାରେ। ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ହଠାତ୍‌ ନୀତିରେ ପରିବର୍ତ୍ତନ ଜନିତ ବୈଶ୍ୱିକ ଝଟ୍‌କା ଅତିକ୍ରମ କରିବାକୁ ହେଲେ ବିକାଶଶୀଳ ଦେଶଗୁଡ଼ିକୁ ବିବିଧୀକରଣ, ମୂଲ୍ୟ ବୃଦ୍ଧି ଏବଂ ଆଞ୍ଚଳିକ ଏକୀକରଣ ଉପରେ ପ୍ରାଥମିକତା ଦେବାକୁ ହେବ ବୋଲି ପାମେଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri