ଗୁଗ୍‌ଲରେ ଟ୍ରମ୍ପଙ୍କୁ ସର୍ଚ୍ଚ କରିଛନ୍ତି ସର୍ବାଧିକ ଲୋକ, ଏହା ପରେ ରହିଛି ଏହି ବ୍ୟକ୍ତିଙ୍କ ନାମ…

ଓ୍ବାଶିଂଟନ, ୧୧।୧୨: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଚଳିତବର୍ଷ ଗୁଗ୍‌ଲରେ ସର୍ବାଧିକ ଲୋକ ସର୍ଚ୍ଚ କରିଛନ୍ତି। ଗୁଗ୍‌ଲର ‘ଇୟର ଇନ୍‌ ସର୍ଚ୍ଚ ୨୦୨୪’ ତାଲିକାର ବ୍ୟକ୍ତିତ୍ୱ ଶ୍ରେଣୀରେ ବିଶ୍ୱବ୍ୟାପୀ ସର୍ବାଧିକ ଲୋକ ଟ୍ରମ୍ପ୍‌ଙ୍କୁ ସର୍ଚ୍ଚ କରିଛନ୍ତି। ଓ୍ବେଲ୍ସ ଯୁବରାଣୀ କେଟ୍‌ ମିଡିଲଟନ୍‌ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚଳିତବର୍ଷ କେଟ୍‌ ସଫଳତାର ସହ କର୍କଟ ରୋଗ ସହ ଲଢ଼ିଥିବାବେଳେ ଟ୍ରମ୍ପ୍‌ ଏକ ନିର୍ବାଚନୀ ରାଲି ବେଳେ ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଥିଲେ। ତେଣୁ ଉଭୟଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ବିଶ୍ୱବ୍ୟାପୀ ଲୋକମାନେ ଗୁଗ୍‌ଲ ମାଧ୍ୟମରେ ଖୋଜିଥିବା ନେଇ ଅନୁମାନ କରାଯାଉଛି। ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କଠାରୁ ପରାସ୍ତ ହୋଇଥିବା ଡେମୋକ୍ରାଟ୍‌ ପ୍ରାର୍ଥୀ କମଲା ହାରିସ୍‌ ଗୁଗଲର ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଆର୍ଜେଣ୍ଟିନାର ପ୍ରଫେସ୍‌ନାଲ ବକ୍ସର ଇମାନେ ଖଲିଫ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଉକ୍ତ ତାଲିକାର ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ବିଶ୍ୱବ୍ୟାପୀ ଗୁଗଲ ଦ୍ୱାରା ଖୋଜା ଯାଇଥିବା ଶ୍ରେଷ୍ଠ ୧୦ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଆମେରିକୀୟ ବକ୍ସର ମାଇକ୍‌ ଟାଇସନ୍‌, ଆମେରିକାର ନିର୍ବାଚିତ ଉପରାଷ୍ଟ୍ରପତି ଜେଡି ଭାନ୍ସ, ସ୍ପେନ୍‌ର ଫୁଟ୍‌ବଲର ଲାର୍ମିନେ ୟମଲ, ଆମେରିକୀୟ ଜିମ୍ନାଷ୍ଟ ସିମନ ବାଇଲ୍ସ ଓ ଆମେରିକୀୟ ରାପର ସିନ୍‌ ଜନ୍‌ କମ୍ବସ୍‌ ମଧ୍ୟ ରହିଛନ୍ତି।
୨୦୨୪ ଟ୍ରମ୍ପ୍‌ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ସାବ୍ୟସ୍ତ ହୋଇଛି। କ୍ଷମତାକୁ ଫେରିବା ପାଇଁ ତାଙ୍କୁ ଆମେରିକୀୟ ଜନସାଧାରଣଙ୍କର ସମର୍ଥନ ମିଳିଛି। ଗତ ଜୁଲାଇରେ ପେନ୍‌ସିଲ୍‌ଭାନିଆସ୍ଥିତ ବଟ୍‌ଲରଠାରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଜଣେ ଆତତାୟୀ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ଗୁଳିଟି ଟ୍ରମ୍ପ୍‌ଙ୍କ କାନରେ ବାଜିଥିଲା ଫଳରେ ତାଙ୍କ କାନରୁ ରକ୍ତସ୍ରାବ ଘଟିଥିଲା। ଆହତ ଅବସ୍ଥାରେ ସୁରକ୍ଷା କର୍ମୀମାନେ ଟ୍ରମ୍ପ୍‌ଙ୍କୁ ରାଲି ସ୍ଥଳରୁ ନେଇ ଯାଇଥିଲେ। ଉକ୍ତ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଆକ୍ରମଣ ପରେ ଗୁଗଲରେ ‘ଟ୍ରମ୍ପ୍‌ ଆସିନେଶନ ଆଟେମ୍ପ୍ଟ’ ସର୍ବାଧିକ ସର୍ଚ୍ଚ କରାଯାଇଥିବା ବାକ୍ୟାଂଶ ହୋଇଥିବା ନେଇ ଗୁଗଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ପ୍ରିନ୍ସେସ୍‌ ଅଫ୍‌ ଓ୍ବେଲ୍ସ କେଟ୍‌ ଗତ ମାର୍ଚ୍ଚରେ କ୍ୟାନ୍‌ସର ପୀଡ଼ିତ ଥିବା ପ୍ରଥମଥର ପାଇଁ ଘୋଷଣା କରିଥିଲେ। ଏହି ରୋଗ ସହ ଲଢ଼ିବା ପାଇଁ ସେ ପ୍ରତିଷେଧକ କେମୋଥେରାପି ନେଉଥିବା ଜଣାଇଥିଲେ। କ୍ୟାନ୍‌ସରରେ ପୀଡ଼ିତ ଥିବାରୁ ଚଳିତ ବର୍ଷ ତାଙ୍କୁ ସର୍ବସାଧାରଣ ସ୍ଥାନରେ ବେଶି ଦେଖିବାକୁ ମିଳି ନ ଥିଲା। ତେବେ ତାଙ୍କ କେମୋଥେରାପି ଶେଷ ହୋଇଛି ଏବଂ ସେ କ୍ୟାନ୍‌ସର ମୁକ୍ତ ରହିବା ଉପରେ ଫୋକସ୍‌ କରୁଛନ୍ତି ବୋଲି କେଟ୍‌ ଗତ ସେପ୍ଟେମ୍ବରରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ବୃହତ୍‌ ବିଜୟ ଦିଗରେ ଆର୍‌ଏସ୍‌ପି: ୬ ମାସ ପରେ…

କାଠମାଣ୍ଡୁ,୭ା୩(ପି.ଟି.):ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ହିଂସାତ୍ମକ ଜେନ୍‌ ଜି ଆନ୍ଦୋଳନ ଯୋଗୁ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ପତନ ଘଟିଥିଲା। ଏହାର ୬ ମାସ ପରେ…

ଇରାନ୍‌ର ଆତ୍ମସମର୍ପଣ ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ଦୁବାଇ,୭ା୩: ଇରାନ୍‌ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଇରାନ୍‌ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍‌ ଆତ୍ମସମର୍ପଣ…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

ଗ୍ରାହକଙ୍କୁ ବଡ଼ ଝଟକା: ଯୁଦ୍ଧ ଯୋଗୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ଦେଶରେ ପଡୁଛି। ଇରାନ ହେର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ଫଳରେ ଆମଦାନୀ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri