ଗୋଟିଏ ପରେ ଗୋଟିଏ ଜାତିସଂଘ ପରିଷଦରୁ ଅଲଗା ହେଉଛି ଆମେରିକା, ସହାୟତା ରାଶି ଉପରେ ଲାଗିଲା ରୋକ୍‌

ନ୍ୟୁୟର୍କ, ୫।୨: ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରୁ ଆମେରିକା ଅଲଗା ହୋଇଛି। ଏନେଇ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦସ୍ତଖତ କରିଛନ୍ତି। ଏହି ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପାଲେଷ୍ଟେନୀୟ ଶରଣାର୍ଥୀମାନଙ୍କ ପାଇଁ ଆମେରିକା ପକ୍ଷରୁ ଭବିଷ୍ୟତରେ ୟୁଏନ୍‌ଏଚ୍‌ଆର୍‌ସିକୁ ମିଳିବାକୁ ଥିବା ସହାୟତା ରାଶି ଉପରେ ରୋକ୍‌ ଲଗାଯାଇଛି।

ସେହିପରି ମିଳିତ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ)ରେ ଆମେରିକାର ଭାଗିଦାରୀକୁ ନେଇ ସମୀକ୍ଷା କରିବାକୁ ଟ୍ରମ୍ପ ତାଙ୍କ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ୍‌ ଦସ୍ତଖତ କରିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ କୁହାଯାଇଛି, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଭବିଷ୍ୟତର ବିଶ୍ୱ ବିବାଦକୁ ରୋକିବା ଏବଂ ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜାତିସଂଘର ସ୍ଥାପନାରେ ଆମେରିକା ସହଯୋଗ କରିଥିଲା। ତେବେ ଜାତିସଂଘର କିଛି ଏଜେନ୍ସି ଏବଂ ସଂସ୍ଥା ଏବେ ଏହି ମିଶନରୁ ଦୂରେଇ ଯାଇଛନ୍ତି ଏବଂ ଏହା ବଦଳରେ ସେମାନେ ଆମେରିକାର ସ୍ବାଥର୍‌ବ ବିରୋଧୀ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

ଶକ୍ତି ସଙ୍କଟକୁ ନେଇ ବଡ଼ ଚେତାବନୀ ଦେଲେ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସର ହେଗରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶକ୍ତି ସଙ୍କଟ ବିଷୟରେ ସତର୍କ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ…

ଖବରଦାତାଙ୍କ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ ତୁମର ରିପୋର୍ଟିଂ ଦେଶଦ୍ରୋହ…

ଓ୍ବାଶିଂଟନ,୧୬।୫ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ମମତା ପଶ୍ଚିମବଙ୍ଗରେ ପ୍ରଦାନ କରିଥିଲେ ୧.୬୯ କୋଟି SC-ST-OBC ପ୍ରମାଣପତ୍ର, କଡ଼ା ଯାଞ୍ଚ ନିର୍ଦ୍ଦେଶ ଦେଲେ ଶୁଭେନ୍ଦୁ ସରକାର

କୋଲକାତା,୧୬ା୫: ୨୦୧୧ରୁ ଜାରି ହୋଇଥିବା ସମସ୍ତ ୧.୬୯ କୋଟି SC-ST-OBC ବର୍ଗ ପ୍ରମାଣପତ୍ରକୁ ପୁନଃ ଯାଞ୍ଚ କରିବାକୁ ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ଜିଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

ଅଲିମ୍ପିକ୍ସ ଆୟୋଜନ, ବିଶ୍ୱ ବିକାଶର ଇଞ୍ଜିନ, … ନେଦରଲ୍ୟାଣ୍ଡସ ଗସ୍ତ ସମୟରେ ଭାରତର ଏଜେଣ୍ଡା ସ୍ଥିର କଲେ ପ୍ରଧାନମନ୍ତ୍ରୀ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସ୍‌ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ସମ୍ମୁଖରେ ‘ନୂତନ ଭାରତ’ର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ…

ଭାରତ ଆସିବେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ! ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ..

ନୂଆଦିଲ୍ଲୀ,୧୬।୫: ୨୦୨୬ ଆଇପିଏଲ ଫାଇନାଲ ଦିନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ଅହମଦାବାଦରେ ଉପସ୍ଥିତ ରହିପାରନ୍ତି। ପ୍ରକୃତରେ, ଅହମଦାବାଦରେ ଏକ ଆଇସିସି (ଆନ୍ତର୍ଜାତୀୟ…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri