ଟ୍ରମ୍ପକୁ ନେଇ ଆସିଲା ବଡ଼ ଖବର, ରାତି ୧୧.୩୦ରେ ଦେବେ ଇସ୍ତଫା!

ଓ୍ବାଶିଂଟନ୍‌,୨।୯: ଟାରିଫକୁ ନେଇ ଏବେ ଦେଶ ବିବାଦରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାରି ଭିତରେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି, ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଟ୍ରମ୍ପ । ଏହି କାରଣରୁ ତାଙ୍କ ସୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏବେ ହୱାଇଟ ହାଉସ ସୂଚନା ଦେଇଛି ଯେ, ଟ୍ରମ୍ପ ଆଜି ରାତି ୧୧:୩୦ ରେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ତେବେ ଟ୍ରମ୍ପ କ’ଣ ଘୋଷଣା କରିବେ? ତାକୁ ନେଇ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଲୋକମାନେ କହୁଛନ୍ତି ଯେ, ଟ୍ରମ୍ପ ଇସ୍ତଫା ଦେବାକୁ ଯାଉଛନ୍ତି। କେତେକ କହୁଛନ୍ତି ଯେ ଏକ ବଡ଼ ଘୋଷଣା ହେବାକୁ ଯାଉଛି, ଯାହା ଆଜି ପର୍ଯ୍ୟନ୍ତ ଆମେରିକାର ଇତିହାସରେ କେବେ ଘଟିନାହିଁ।

ହୱାଇଟ ହାଉସ ପ୍ରେସକୁ କହିଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨, ମଙ୍ଗଳବାର ଦିନ ୨ଟା (ଆମେରିକା ସମୟ) ଅର୍ଥାତ ରାତି ୧୧:୩୦ ରେ (ଭାରତୀୟ ସମୟ) ଏକ ବଡ଼ ଘୋଷଣା କରିବେ। ଏହା ପରେ, ନୂତନ ଥିଓରୀ ସାମ୍ନାକୁ ଆସୁଛି। ଟ୍ରମ୍ପଙ୍କୁ ଗତ ସପ୍ତାହରୁ ସାର୍ବଜନୀନ ଭାବରେ ଦେଖାଯାଇନାହିଁ। ଏହି କାରଣରୁ ତାଙ୍କ ସୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ଗୁଜବ ବ୍ୟାପିବାରେ ଲାଗିଛି।

ଗତ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ Trump Is Dead ଏବଂ Where Is Trump? ଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଅଗଷ୍ଟ ୨୭ ତାରିଖରେ ହୱାଇଟ ହାଉସ କ୍ୟାବିନେଟ ବୈଠକ ପରେ ଟ୍ରମ୍ପଙ୍କୁ ସାଧାରଣରେ ଦେଖାଯାଇ ନଥିଲା। ସେହି ବୈଠକର ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ହାତରେ ଆଘାତର ଚିହ୍ନ ଦେଖାଯାଉଥିଲା। ହୱାଇଟ ହାଉସର ପ୍ରେସ ସଚିବ କାରୋଲିନ ଲେଭିଟ ସ୍ପଷ୍ଟ କରିଥିଲେ ଯେ, ଟ୍ରମ୍ପଙ୍କ ହାତରେ ଏହି ଚିହ୍ନ ଲଗାତାର ହାତ ମିଳାଇବା ଯୋଗୁଁ ଆସିଥିଲା, କିନ୍ତୁ ଗୁଜବ ବନ୍ଦ ହୋଇନଥିଲା। ଅଗଷ୍ଟ ୩୦ ତାରିଖରେ ଟ୍ରମ୍ପଙ୍କୁ ଭର୍ଜିନିଆରେ ତାଙ୍କ ଗଲ୍ଫ କ୍ଲବରେ ଦେଖାଯାଇଥିଲା। କିଛି ଲୋକ ମଜା କରି ଲେଖିଥିଲେ ଯେ ହୁଏତ ଆଜି ଜଣେ ନୂତନ ରାଷ୍ଟ୍ରପତି ଘୋଷଣା ହେବାକୁ ଯାଉଛନ୍ତି। ଏହାପରେ ଆଉ କିଛି କହିଥିଲେ କି, ହୁଏତ ଟ୍ରମ୍ପ ସୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଉଛନ୍ତି ଏବଂ ତୁରନ୍ତ ନୂତନ ଉପରାଷ୍ଟ୍ରପତି ର୍ନିବାଚିତ ହେବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?