ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ ସମର୍ଥକ !

ୱାଶିଂଟନ,୧୩ ।୧: ଆମେରିକା ସୁରକ୍ଷା ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନ(ଏଫ୍‌ବିଆଇ) ଓ ହୋମଲ୍ୟାଣ୍ଡ ସିକ୍ୟୁରିଟି ଏକ ନୂଆ ଚେତାବନୀ ଜାରି କରିଛନ୍ତି । ଏମାନେ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବକୁ ଟାର୍ଗେଟ କରିଛନ୍ତି । ଏମାନେ ସେହି ସମୟରେ ପୁଣି ବିରୋଧ ପ୍ରଦର୍ଶନ କରିପାରନ୍ତି ଓ ଅଶାନ୍ତ ପରିବେଶ ସୃଷ୍ଟି କରିପାରନ୍ତି । ୨୦ ଜାନୁୟାରୀରେ ଟ୍ରମ୍ପ ସମର୍ଥକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି । ଏବେଠାରେ ଏମାନେ ୱାଶିଂଟନ ପାଖାପାଖି ସହରରେ ଜମା ହେବା ଆରମ୍ଭ କରିଥିବା ଏଫ୍‌ବିଆଇ କହିଛି । ଅନ୍ୟପଟେ ଚାପରେ ପଡି ଟ୍ରମ୍ପ ୱାଶିଂଟନରେ ୨୪ ଜାନୁୟାରୀ ପର୍ଯ୍ୟନ୍ତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି । ମିଳିଥିବା ରିପୋର୍ଟରୁ ଜଣାପଡିଛି କି ଜାନୁୟାରୀ ୨୦ରେ ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛ ଭାରତ ଅଭିଯାନ: ମୋଦିଙ୍କୁ ମିଳିବ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୪।୯: ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯିବ। ବିଲ୍‌-ମିଲେଣ୍ଡା ଫାଉଣ୍ଡେସନ୍‌ ପକ୍ଷରୁ ଏହି...

କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି।...

ଲସ୍‌ ଏଞ୍ଜେଲସ୍‌ରେ ବିକ୍ଷୋଭ

ଲସ୍‌ ଏଞ୍ଜେଲସ୍‌,୩ା୯: ପୋଲିସ ଗୁଳିରେ କୃଷ୍ଣକାୟଙ୍କ ମୃତ୍ୟୁ ଘଟଣାରେ ଲସ୍‌ ଏଞ୍ଜେଲସ୍‌ରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ମଙ୍ଗଳବାର ବିକ୍ଷୋଭକାରୀ ଦକ୍ଷିଣ ଲସ୍‌ ଏଞ୍ଜେଲସ୍‌ରେ ଏକତ୍ର ହୋଇ...

ଅନ୍‌ଲାଇନ ବାଇବେଲ୍‌ କ୍ଲାସ୍‌ରେ ଚାଲିଲା ଅଶ୍ଳୀଳ ଭିଡିଓ

ସାନ୍‌ ଫ୍ରାନ୍ସିସ୍କୋ,୧୭।୫: ସାରା ବିଶ୍ୱରେ ସମ୍ପ୍ରତି ଲୋକପ୍ରିୟତା ସାଉଣ୍ଟୁଥିବା ଭିଡିଓ କନ୍‌ଫରେନ୍ସିଂ ଆପ୍‌ ‘ଜୁମ୍‌’ ବିରୋଧରେ ମକଦ୍ଦମା ରୁଜୁ କରିଛି ଆମେରିକା କାଲିଫର୍ନିଆର ଏକ ଚର୍ଚ୍ଚ।...

‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି...

ଭାରତ ପାଇଁ ୩ ଆକାଶ ପଥ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୮।୮: ଜମ୍ମୁ-କଶ୍ମୀରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଏକ ପ୍ରକାର ଅଡୁଆରେ ପଡିଯାଇଛି ପାକିସ୍ତାନ। ନିଜକୁ ଅସୁରକ୍ଷିତ ଭାବି ସେ ଭାରତ ସହ ଗୋଟିଏ...

ମହାରାଣୀଙ୍କୁ କ୍ଷମା ମାଗିଲେ ବୋରିସ୍‌

ଲଣ୍ଡନ,୩୦ା୯(ପି.ଟି.): ବ୍ରିଟେନ ପାର୍ଲାମେଣ୍ଟକୁ ୫ ସପ୍ତାହ ପାଇଁ ନିଲମ୍ବନ କରିବା ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ...

ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ବିବାହ ପାଇଁ ଏହି ମହିଳାଙ୍କୁ ଦେଇଥିଲେ ୫ ଥର ପ୍ରସ୍ତାବ

ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇାଡେନ। ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ସେ ଏହି ସଫଳତା ପାଇଛନ୍ତି। ତାଙ୍କର ବିଜୟ ସହିତ ସ୍ତ୍ରୀ...

Play 250+ Trending Games
Archives

Model This Week

Why Dharitri