ଆମେରିକାରେ ୪୫ ଦିନ ପାଇଁ ଟିକ୍‌ଟକ୍‌ ବ୍ୟାନ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭ା୮: ଚାଇନା ସହିତ ଲାଗି ରହିଥିବା ବିବାଦ ନେଇ କଡ଼ା ପଦକ୍ଷେପ ନେଇଛି ଆମେରିକା। ଚାଇନାର ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ପ୍ରତି ୪୫ ଦିନ ପ୍ରତିବନ୍ଧକ ଲଗାଇଛି ଏହି ଦେଶ। ଟିକ୍‌ଟକ୍‌ ଚଳାଉଥିବା ଚାଇନାର ବାଇଟ୍‌ଡାନ୍ସ ଏହାକୁ ୪୫ ଦିନରେ ବିକ୍ରି କରିବା ଉଚିତ୍‌। ନଚେତ୍‌ ୪୫ ଦିନ ପାଇଁ ଏହି ପ୍ରତିବନ୍ଧକ ରହିବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଯଦି ବାଇଟ୍‌ଡାନ୍ସ ଏହାକୁ ବିକ୍ରି କରେ ତେବେ ଏହି ଆପ୍‌ର ବ୍ୟବହାର ଉପରୁ ପ୍ରତିବନ୍ଧକ ହଟାଇ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହିତ ଟ୍ରମ୍ପ୍‌ କହିଛନ୍ତି ଟିକ୍‌ଟକ୍‌ ସ୍ବଂୟ ଭାବରେ ଉପଭୋକ୍ତାମାନଙ୍କ ତଥ୍ୟ ସଂଗ୍ରହ କରିଥାଏ। ଏଥିରେ ଇଣ୍ଟର୍‌ନେଟ ଏବଂ ଅନ୍ୟାନ୍ୟ ନେଟୱାର୍କ ବିଷୟରେ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ। ଯେପରିକି ଅବସ୍ଥାନ ତଥ୍ୟ, ବ୍ରାଉଜିଂ ଏବଂ ସର୍ଚ୍ଚ ହିଷ୍ଟ୍ରି ମଧ୍ୟ ରହିଛି। ତଥ୍ୟ ସଂଗ୍ରହ କରି ଚାଇନାର କମ୍ୟୁନିଷ୍ଟ ପାର୍ଟି ଆମେରିକାର ଲୋକଙ୍କୁ ଧମକ ଦେଇପାରେ। ଏହାର ଅପବ୍ୟବହାର ହୋଇପାରେ। ଆହୁରି ମଧ୍ୟ, ଆମର ଫେଡେରାଲ କର୍ମଚାରୀ ଏବଂ କଣ୍ଟ୍ରାକ୍ଟରମାନଙ୍କର ଠିକଣା ବା ସ୍ଥାନ ଚାଇନା ଜାଣିପାରିବ। ଏହି ସୋସିଆଲ ମିଡିଆ ଆପ୍‌ ମାଧ୍ୟମରେ ଜମା ହୋଇଥିବା ବ୍ୟକ୍ତିଗତ ତଥ୍ୟ ସହିତ ଚାଇନା ଆମେରିକାର ଯେ କୌଣସି ନାଗରିକଙ୍କୁ ବ୍ଲାକମେଲ କରିପାରିବ। କେବଳ ଏତିକି ନୁହେଁ, ଚାଇନା ଆମେରିକାରେ କର୍ପୋରେଟ ଠକେଇ କିମ୍ବା କ୍ଷତି ମଧ୍ୟ କରିପାରେ।
ଏହିକ୍ରମରେ ସ୍ପଷ୍ଟ ଭାବରେ ଟ୍ରମ୍ପ୍‌ ଆଦେଶ ଜାରି କରିବା ପରେ ୪୫ ଦିନ ପାଇଁ ଏହି ସମସ୍ତ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯିବ। କେବଳ ଆମେରିକୀୟ ଆଇନ ଆଧାରରେ ଏହାର କାର୍ଯ୍ୟକୁ ଅନୁମତି ଦିଆଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ପଞ୍ଝାରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ, ଏକକାଳୀନ ୩ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର,୧୩ା୭: ଭୁବନେଶ୍ୱର ଆଇଟିଡିଏ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କେସପେଟାଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍‌ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା…

ମୃତ୍ୟୁ ପୂର୍ବରୁ, ଲିଣ୍ଡସେ ଟ୍ରମ୍ପଙ୍କ ପାଇଁ ତିନୋଟି କାର୍ଯ୍ୟ ତାଲିକାଭୁକ୍ତ କରିଥିଲେ, ରୁଷିଆ କଥା ଉଲ୍ଲେଖ କରି ଫୋନରେ କହିଥିଲେ, ‘ମୁଁ ଏବେ ମରିପାରିବି ନାହିଁ…’

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ କମି ନାହିଁ, ଯାହା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇତି ମଧ୍ୟରେ, ବରିଷ୍ଠ…

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

ଇରାନରେ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ନିର୍ବାଚନ ଘୋଷଣା, ୫୩ ବର୍ଷ ମଧ୍ୟରେ ପ୍ରଥମ ଥର ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କଲେ ସରକାର

ଜେରୁଜେଲମ,୧୩।୭: ଇସ୍ରାଏଲର ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି; ଭୋଟିଂ ୨୭ ଅକ୍ଟୋବର, ୨୦୨୬ ରେ ହେବ। ଉଲ୍ଲେଖନୀୟ ଯେ, ଏହା ୩୮ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri