ଅନ୍ଧାରରେ ରଖିଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୮: ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍‌ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କାଲିଫର୍ନିଆ ସିନେଟର କମଲା ହାରିସ୍‌ ନିଜ ନିଜ ପ୍ରାର୍ଥତ୍ତ୍ୱକୁ ଗ୍ରହଣ କରିଛନ୍ତି। ଡେମୋକ୍ରାଟିକ୍‌ ନ୍ୟାଶନାଲ କନ୍‌ଭେନଶନ (ଡିଏନ୍‌ସି)ର ଚତୁର୍ଥ ଦିନରେ ବିଡେନ୍‌ ତାଙ୍କ ରନିଂ ମେଟ୍‌ ହାରିସ୍‌ଙ୍କୁ ‘ଶକ୍ତିଶାଳୀ ସ୍ବର’ ଭାବେ ଅଭିହିତ କରି ପ୍ରଶଂସା କରିଛନ୍ତି। ଏହାସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାକୁ ଅନ୍ଧକାର ମଧ୍ୟରେ ବାନ୍ଧି ଦେଇଥିବା ବିଡେନ ସମାଲୋଚନା କରିଛନ୍ତି।
ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଡେମୋକ୍ରାଟିକ୍‌ ଓ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ପ୍ରଚାର ଅଭିଯାନ ଜୋର୍‌ଦାର କରାଯାଇଛି। ଗୁରୁବାର ରାତିରେ ଏନ୍‌ଡିସି ଉଦ୍‌ଯାପନ ଅବସରରେ ୭୭ ବର୍ଷୀୟ ବିଡେନ ଆନୁଷ୍ଠାନିକ ଭାବେ ପ୍ରାର୍ଥିତ୍ୱ ସ୍ବୀକାର କରି ଭାଷଣ ଦେଇଥିଲେ। କହିଥିଲେ, ଆମେରିକାରେ ସମସ୍ତଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୁନଃ ଅବସ୍ଥାପିତ କରିବା ପରବର୍ତ୍ତୀ ରାଷ୍ଟ୍ରପତିଙ୍କ କାର୍ଯ୍ୟ ହେବ। ଏହାକୁ ସେ ଏକୁଟିଆ କରିପାରିବେ ନାହିଁ। ତାଙ୍କ ସାଙ୍ଗରେ ଜଣେ ମହାନ୍‌ ଉପରାଷ୍ଟ୍ରପତି ରହିବେ। ହାରିସ୍‌ଙ୍କ ପାରିବାରିକ ଐତିହ୍ୟର ବିବିଧତା ରହିଛି। ତାଙ୍କ ମା’ ଭାରତୀୟ ଓ ବାପା ଜାମାଇକାର। ତାଙ୍କ ଦୃଢ଼ତା ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ବଳ ଯୋଗାଇଛି ବୋଲି ବିଡେନ୍‌ କହିଥିଲେ। ସେ ଆମେରିକାକୁ ଭଲ ଭାବେ ଜାଣନ୍ତି। ତାଙ୍କ କାହାଣୀ ହେଉଛି ଆମେରିକାର କାହାଣୀ। ମହିଳା, କୃଷ୍ଣକାୟ ମହିଳା, କୃଷ୍ଣକାୟ ଆମେରିକୀୟ, ଦକ୍ଷିଣ ଏସୀୟ ଆମେରିକୀୟ ଓ ପ୍ରବାସୀ। ଏମାନଙ୍କ ସହ ଅବହେଳିତ ଓ ପଛୁଆବର୍ଗର ଲୋକଙ୍କ ପାଇଁ ସେ କାର୍ଯ୍ୟ କରିବେ।
ଗତ ମେ’ରେ ମିନିଆପଲିସରେ ଜଣେ ପୋଲିସ ଅଧିକାରୀଙ୍କ ହାତରେ ପ୍ରାଣ ହରାଇଥିବା କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ କଥାକୁ ବିଡେନ ମନେପକାଇଥିଲେ। ଜର୍ଜ ଫ୍ଲୟଡ୍‌ଙ୍କ ୬ ବର୍ଷୀୟା ଝିଅ ଜିଆନ୍ନାଙ୍କ ‘ବାପା ବିଶ୍ୱକୁ ବଦଳାଇଦେଲେ’ ଉକ୍ତି ତାଙ୍କ ହୃଦୟକୁ ଆନ୍ଦୋଳିତ କରିଛି କହି ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼ିବା ପାଇଁ ଆମେରିକୀୟଙ୍କୁ ସେ ଆହ୍ବାନ ଦେଇଥିଲେ। ଡେମୋକ୍ରାଟିକ୍‌ ପାର୍ଟିରୁ ପୂର୍ବରୁ ରାଷ୍ଟ୍ରପତି ହୋଇଥିବା ବାରାକ ଓବାମାଙ୍କ ସହ ପ୍ରାୟ ୮ ବର୍ଷ କାମ କରିବାର ସୁଯୋଗ ପାଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ।
ସେ ଜଣେ ମହାନ୍‌ ରାଷ୍ଟ୍ରପତି ଥିଲେ, ଯାହାଙ୍କ ସମ୍ପର୍କରେ ପିଲାମାନେ ଅନେକ କିଛି ଜାଣିବାକୁ ଚାହାନ୍ତି। କିନ୍ତୁ ବର୍ତ୍ତମାନ ହ୍ବାଇଟ୍‌ ହାଉସ୍‌ରେ ଥିବା ଟ୍ରମ୍ପ୍‌ଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳେନାହିଁ। ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ଆଉ ୪ ବର୍ଷ ଦିଆଗଲେ ସେ ବିଗତ ୪ ବର୍ଷ ଯେମିତି ଶାସନ କଲେ ସେମିତି କରିବେ। ଟ୍ରମ୍ପ୍‌ ଏପରି ଜଣେ ରାଷ୍ଟ୍ରପତି, ଯିଏକି କୌଣସି କାମ ପାଇଁ ଉତ୍ତରଦାୟୀ ହୁଅନ୍ତି ନାହିଁ, ନେତୃତ୍ୱ ନେବାକୁ ମନାକରନ୍ତି, ଅନ୍ୟମାନଙ୍କ ଉପରେ ଦୋଷ ଲଦନ୍ତି, ଏକଚ୍ଛତ୍ରବାଦୀଙ୍କ ଭଳି ବ୍ୟବହାର କରନ୍ତି ଏବଂ ଘୃଣା ଓ ବିଭାଜନକୁ ପ୍ରୋତ୍ସାହନ ଦେଇଥାଆନ୍ତି। ଟ୍ରମ୍ପ୍‌ ପୁଣିଥରେ ଜିତିଲେ କେବଳ ନିଜ କଥା ଚିନ୍ତା କରିବେ। ସେ ଅନ୍ୟ କାହାକୁ ପଚାରିବେ ନାହିଁ ବୋଲି ବିଡେନ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri