ଭାରତକୁ ଅପରିଚ୍ଛନ୍ନ କହିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୪ା୧୦: ଭାରତ ଅପରିଚ୍ଛନ୍ନ। ଭାରତ, ଚାଇନା ଓ ରୁଷିଆ ସେମାନଙ୍କ ପ୍ରଦୂଷିତ ବାୟୁର ଯନତ୍ ନେଉନାହାନ୍ତି ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମାଲୋଚନା କରିଛନ୍ତି। ଡେମୋକ୍ରାଟ ନୋମିନି ଜୋ ବିଡେନଙ୍କ ସହ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିତର୍କ ବେଳେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ଟ୍ରମ୍ପ୍‌ ଏପରି କହିଛନ୍ତି।
ନଭେମ୍ବର ୩ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଜୋ ବିଡେନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ନାଶଭିଲେରେ ଗୁରୁବାର ରାତିରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଅନ୍ତିମ ବିତର୍କରେ ଭାଗନେଇ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ନିଜ ମତାମତ ରଖିବା ସହ ପରସ୍ପରକୁ ଘେରିଥିଲେ। ଏହି ଅବସରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବିଡେନଙ୍କ ଯୋଜନାକୁ ଟ୍ରମ୍ପ୍‌ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, ଚାଇନାକୁ ଦେଖ, କେତେ ଅପରିଷ୍କୃତ। ରୁଷିଆ ଓ ଭାରତକୁ ମଧ୍ୟ ଦେଖ। ଏହି ଦେଶଗୁଡ଼ିକ ଅପରିଚ୍ଛନ୍ନ ଏବଂ ନିଜ ପ୍ରଦୂଷଣ ରୋକିବା ପାଇଁ କିଛି ପଦକ୍ଷେପ ନେଉନାହାନ୍ତି। ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ନୂଆଦିଲ୍ଲୀକୁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଗସ୍ତ କରିବା ପୂର୍ବରୁ ଟ୍ରମ୍ପ୍‌ ଏପରି ମନ୍ତବ୍ୟ ଦେଇଛନ୍ତି।
ବେଳେ ଟ୍ରମ୍ପ୍‌ ବିଡେନଙ୍କ କ୍ଲାଇମେଟ୍‌ ପ୍ଲାନ୍‌କୁ ଟେକ୍ସାସ ଏବଂ ଓକ୍‌ଲାହୋମା ଭଳି ରାଜ୍ୟ ପାଇଁ ଏକ ‘ଅର୍ଥନୈତିକ ବିପର୍ଯ୍ୟୟ’ ଭାବେ ସମାଲୋଚନା କରିଥିଲେ। ରାଷ୍ଟ୍ରପତି ହେବା ପାଇଁ ଅଣ୍ଟାଭିଡ଼ୁଥିବା ବିଡେନ୍‌ କହିଥିଲେ, ଜଳବାୟୁ ପରିବର୍ତ୍ତନ ହେଉଛି ‘ମାନବ ଜାତି ପ୍ରତି ଏକ ବିଦ୍ୟମାନ ବିପଦ’। ଏହାର ମୁକାବିଲା କରିବା ଆମର ନୈତିକ ଦାୟିତ୍ୱ। ଆସନ୍ତା ୧୦ ବର୍ଷରେ ଆମେ ଏପରି ସମୟ ଦେଇ ଗତି କରିବାକୁ ଯାଉଛୁ, ଯେଉଁଠୁ କେହି ଫେରନ୍ତି ନାହିଁ। ପୃଥିବୀର ତାପମାତ୍ରା ପ୍ରାକ୍‌-ଶିଳ୍ପ ସ୍ତରରୁ ୧ ଡିଗ୍ରୀ ସେଲ୍‌ସିୟସ୍‌ (୩୪ ଡିଗ୍ରୀ ଫାରେନ୍‌ହିଟ) ବଢ଼ିସାରିଛି, ଯାହାକି ଘାତକ ତାପ ପ୍ରବାହ, ମରୁଡ଼ି ଓ ଗ୍ରୀଷ୍ମମଣ୍ଡଳୀୟ ଝଡ଼ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ବୋଲି ବିଡେନ କହିଥିଲେ।
ପ୍ରକାଶଯୋଗ୍ୟ, ୨୦୧୫ ପ୍ୟାରିସ୍‌ ଜଳବାୟୁ ଚୁକ୍ତିରୁ ଆମେରିକା ୨୦୧୭ରେ ଓହରିଯାଇଥିଲା। ସେତେବେଳେ ଟ୍ରମ୍ପ୍‌ ଯୁକ୍ତି ବାଢ଼ିଥିଲେ, ବିଶ୍ୱର ତାପମାତ୍ରାକୁ ୨ ଡିଗ୍ରୀ ହାସ କରିବା ପାଇଁ ଏହି ଆନ୍ତର୍ଜାତିକ ରାଜିନାମା ଆମେରିକାର ଶ୍ରମିକମାନଙ୍କ ହିତରେ ନୁହେଁ। ଭାରତ ଓ ଚାଇନା ଭଳି ଦେଶ ପ୍ୟାରିସ୍‌ ଏଗ୍ରିମେଣ୍ଟରୁ ଫାଇଦା ନେଉଛନ୍ତି ବୋଲି ଟ୍ରମ୍ପ୍‌ ଲଗାତର କହୁଥିଲେ। ସେ ଗତ ସପ୍ତାହରେ ମଧ୍ୟ ନର୍ଥ କାରୋଲିନାର ଏକ ସଭାରେ ନିଜ ଉଲ୍ଲସିତ ସମର୍ଥକମାନଙ୍କୁ ସମ୍ବୋଧିତ କରି ବିଶ୍ୱର ବାୟୁ ପ୍ରଦୂଷଣ ପାଇଁ ଚାଇନା, ଭାରତ ଓ ରୁଷିଆ ଭଳି ଦେଶକୁ ଦୋଷ ଦେଇଥିଲେ। ସୂଚନାଯୋଗ୍ୟ, ଚାଇନା ହେଉଛି ବିଶ୍ୱର ସବୁଠୁ ବେଶି ଅଙ୍ଗାରକାମ୍ଳ ଉର୍ତ୍ସଜନକାରୀ ଦେଶ। ଏହା ପଛକୁ ଅଛନ୍ତି ଆମେରିକା, ଭାରତ ଓ ୟୁରୋପୀୟ ସଂଘ।
ଟ୍ରମ୍ପ୍‌ କହିଲେ, କରୋନା ପାଇଁ ମୁଁ ଉତ୍ତରଦାୟୀ
ଜୋ ବିଡେନ ଟ୍ରମ୍ପ୍‌ଙ୍କୁ ଟାର୍ଗେଟ କରି କହିଲେ, ଆମେ କରୋନା ଭାଇରସ୍‌ ଯୋଗୁ ମରୁଛୁ। କିନ୍ତୁ ଟ୍ରମ୍ପ୍‌ ଏଥିପାଇଁ ନିଜକୁ ଉତ୍ତରଦାୟୀ କରୁନାହାନ୍ତି। ଏହାର ଜବାବରେ ଟ୍ରମ୍ପ୍‌ କହିଥିଲେ, ମୁଁ ନିଜକୁ ଉତ୍ତରଦାୟୀ କରୁଛି। କିନ୍ତୁ ଏହି ଭୂତାଣୁ ଚାଇନାରୁ ଆସିଛି। ଟ୍ରମ୍ପ୍‌ ଆମେରିକାରେ ଉନ୍ନତ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ନେଇ କହିଥିଲେ, ଆମ ଏଠାରେ ୯୯% ଯୁବପିଢ଼ି କରୋନାକୁ ହରାଇସାରିଛନ୍ତି।
ଘଣ୍ଟା ପ୍ରତି ବେତନ ୧୫ ଡଲାର କରିବୁ: ବିଡେନ
ଜୋ ବିଡେନ୍‌ ଟ୍ରମ୍ପ୍‌ଙ୍କ ସହ ବିତର୍କ ବେଳେ ଲୋକଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଥିଲେ, ଆମ ସରକାର ଆସିଲେ ଆମେରିକାରେ ଦିଆଯାଉଥିବା ଘଣ୍ଟା ପ୍ରତି ବେତନକୁ ୧୫ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିବୁ। ଏଥିରୁ କ୍ଷୁଦ୍ର ବ୍ୟବସାୟୀଙ୍କୁ କିଛି କ୍ଷତି ସହିବାକୁ ପଡ଼ିବ ନାହିଁ। ଟ୍ରମ୍ପ୍‌ ଏହାର ଜବାବରେ କହିଥିଲେ, ସର୍ବନିମ୍ନ ବେତନ କେତେ ହେବା ଦରକାର ତାହା ରାଜ୍ୟଗୁଡ଼ିକ ଉପରେ ଛାଡ଼ିଦେବା ଉଚିତ।

କିମ୍‌ଙ୍କ ସହ ସମ୍ପର୍କ କଥା ବି ଉଠିଲା
ଡେମୋକ୍ରାଟ ବିଡେନ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ସହ ସମ୍ପର୍କକୁ ନେଇ ଟାର୍ଗେଟ କରିଥିଲେ। ବିଡେନ କହିଥିଲେ, ଟ୍ରମ୍ପ୍‌ ଜଣେ ଠକ ନେତାଙ୍କ ସହିତ ବନ୍ଧୁତା କରିଛନ୍ତି। ସେ ଏପରି କୂଟନୀତିର ତୁଳନା ହିଟଲରଙ୍କ ସାଙ୍ଗରେ ବନ୍ଧୁତା ସହ କରି କହିଥିଲେ, ଟ୍ରମ୍ପ୍‌ ଏପର୍ଯ୍ୟନ୍ତ କିମ୍‌ଙ୍କ ସହ ସମ୍ପର୍କ ରଖି ଯୁଦ୍ଧ ଏଡ଼ାଇବା କଥା କହିଆସୁଛନ୍ତି। କିନ୍ତୁ କିମ୍‌ ଜଙ୍ଗ୍‌ ଉନ୍‌ ଜଣେ ବିଶ୍ୱାସଘାତକ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri