ସହର ଭିତରେ ଦୋକାନକୁ ପଶିଗଲା ଟ୍ରକ

ବଲାଙ୍ଗିର,୧୨।୧୦ -( ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସହର ଭିତରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସହରର ଗାନ୍ଧୀନଗର ପଡାଠାରେ ରାସ୍ତା କଡରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଗଲା ଟ୍ରକ। ଏଥିରେ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ରାସ୍ତାରେ ଥିବା ଦୁଇଟି ଗାଈକୁ ଧକା ଦେଇଥିଲା ଟ୍ରକ। ଫଳରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି । ଅନ୍ୟ ଏକ ଗାଈ ଗୁରୁତର ଆହତ ହୋଉଛି। ଟ୍ରକ ଡ୍ରାଇଭର ମଧ୍ୟ ଆହତ ହୋଉଥିବା ବେଳେ, ତାକୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ସହର ଭିତରେ ବୁଲା ଗାଈଗୋରୁ ଘୁରି ବୁଲୁଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଅନ୍ୟ ପଟେ ଗାଡି ଡ୍ରାଇଭରମାନେ ବେପୁରିଆ ଢଙ୍ଗରେ ଗାଡି ଚଳାଉ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟାଇ ସାଧାରଣ ଲୋକଙ୍କ ଜୀବନ ହାନି ହେଉଛି। ବିଳମ୍ବିତ ରାତିରେ ଦୋକାନ ବଜାର ବନ୍ଦ ଥିବା ସମୟରେ ଟ୍ରକଟି ଦୁର୍ଘଟଣା ଘଟାଇ ଥିବାରୁ ରାସ୍ତା କଡ଼ରେ ଥିବା ଦୋକାନୀମାନେ ଓ ରାସ୍ତାରେ ଯିବା ଆସିବା କରୁଥିବା ସାଧାରଣ ଲୋକ ବଡ ବିପଦରୁ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri