ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା ମିଳୁନାହିଁ। ତେଣୁ ସେମାନଙ୍କ ଭୂମିକାକୁ ନେଇ ପୋଲିସର ସନ୍ଦେହ ହୋଇଛି। ଉଭୟଙ୍କ ଫୋନ ସୁଇଚ୍‌ ଅଫ୍‌ ଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜଣେ ଡ୍ରାଇଭର ଓ ଜଣେ ହେଲପର୍‌ ଭୁବନେଶ୍ୱର ବାଳକାଟିର ଅନଙ୍ଗ ମୋହନ ଦାସଙ୍କ ଟ୍ରକରେ ୩ ମାସ ହେବ କାମ କରୁଥିଲେ। ଗତ ମଙ୍ଗଳବାର ଡ୍ରାଇଭର ଓ ହେଲପର୍‌ ଗାଡ଼ି ଧରି ବିନିକା ତସୁ ଆଣିବା ପାଇଁ ଯାଇଥିଲେ। ସେଠାରେ ଚାଉଳରୁ ବାହାରୁଥିବା ତସୁ ଧରି କଟକ ଜଗତପୁର ଅଭିମୁଖେ ବାହାରିଥିଲେ। ଏହାପରେ ଗାଡ଼ିର ଚାଳକ ଏବଂ ହେଲପରଙ୍କ ଫୋନ ଲାଗି ନ ଥିଲା। ଏଥିସହ ଗାଡିରେ ଲାଗିଥିବା ଜିପିଏସ ମଧ୍ୟ ଭାଙ୍ଗି ଦିଆଯାଇଥିବା ଯୋଗୁ ତାହା ମଧ୍ୟ ଲାଗି ନ ଥିଲା । ତେଣୁ ଗାଡି ମାଲିକ ବିନିକା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିସହ ଗାଡି ମାଲିକ ନିଜେ ଗାଡ଼ିକୁ ଖୋଜୁଥିଲେ। କିନ୍ତୁ ଗାଡ଼ିର ସୂଚନା ପାଉ ନ ଥିଲେ। ଏହିଭଳି ପରିସ୍ଥିତିରେ ରବିବାର ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସାନକୋଦଣ୍ଡାର ଏକ ଆମ୍ବ ତୋଟାରେ ଏକ ଗାଡି ପରିତ୍ୟକ୍ତ ଅବସ୍ଥାରେ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଗାଡ଼ିର ଇଞ୍ଜିନ ନମ୍ବରରୁ ଗାଡି ମାଲିକଙ୍କ ଠିକଣା ବାହାର କରି ଆଇଆଇସି ଗାଡ଼ି
ମାଲିକଙ୍କୁ ସୂଚନା ଦେଇଥିଲେ। ଏହାପରେ ଅନଙ୍ଗ ଭଞ୍ଜନଗର ଥାନାରେ ପହଞ୍ଚି ଗାଡ଼ିକୁ ଚିହ୍ନଟ କରିଥିଲେ। ଏହି ସମୟରେ ଗାଡିର ବ୍ୟାଟେରୀ, ତେଲ, ଲକ୍ଷାଧିକ ଟଙ୍କାର ତସୁ ନ ଥିବା ଜାଣିବାକୁ ପାଇଥିଲେ। ଗାଡ଼ିର ହେଲପର, ଡ୍ରାଇଭରଙ୍କୁ ଖୋଜା ଯାଉଥିବା ବେଳେ ସେମାନେ ଧରାପଡ଼ିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri