Posted inଜାତୀୟ

ଟ୍ରକ-ବସ୍‌ ମୁହାଁମୁହିଁ, ୫ ଜୀବନ୍ତ ଦଗ୍ଧ …

ଜୟପୁର,୧୦।୧୧: ରାଜସ୍ଥାନର ବାଡ଼ମେର୍‌-ଯୋଧପୁର ହାଇଓ୍ବେରେ ଭାଣ୍ଡିଆଓ୍ବାସ୍‌ ଗାଁ ନିକଟରେଏକ ଟ୍ରକ ଏବଂ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ବହୁ ଲୋକ ଏହି ଘଟଣାରେ ଆହତ ହୋଇଛନ୍ତି।

ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ପକ୍ଷରୁ କୁହାଯାଇଛି। ବସ୍‌ରେ ୨୫ ଜଣ ଯାତ୍ରୀ ଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏନେଇ ଶୋକ ପ୍ରକାଶ କରିବା ସହିତ ଜିଲାପାଳଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ବସ୍‌କୁ ଭୁଲ୍‌ ରାସ୍ତାରେ ଯାଉଥିବା ଟ୍ରକ୍‌ ଧକ୍କା ଦେଇଥିଲା। ପ୍ରଚଣ୍ଡ ବିସ୍ଫୋରଣ ହେବା ସହିତ ଟ୍ରକ ଏବଂ ବସ୍‌ ଜଳିବାକୁ ଆରମ୍ଭ କରିଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥତା ହାର ୯୮.୨୦ ପ୍ରତିଶତ…

ନୂଆଦିଲ୍ଲୀ,୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୨...

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୪ ।୧: ତୈଳ ଦର ବୃଦ୍ଧିକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋଦି...

ଓଡ଼ିଶାରେ ହେଲିକପ୍ଟର ସେବା କେବେ: ଉତ୍ତର ଦେଲାନି କେନ୍ଦ୍ର

ନୂଆଦିଲ୍ଲୀ,୧୦ା୨: ଓଡ଼ିଶାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଆହତଙ୍କୁ ଏୟାରଲିଫ୍ଟିଂ ପାଇଁ ନିରବଚ୍ଛିନ୍ନ ହେଲିକପ୍ଟର ସେବାକୁ ନେଇ ବିଜେଡି ପକ୍ଷରୁ କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ...

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଅଣାଯିବ ନୂଆ ଅବସର ବୟସ ସୀମା !

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ନୂଆ ଅବସର ବୟସ ସୀମା ଘୋଷଣା କରିବାକୁ ଯାଉଛନ୍ତି। ନୂଆ...

ମାତା-ପିତା ଉଭୟଙ୍କର ସ୍ନେହ ସନ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨।୧୦: ମାତା-ପିତାଙ୍କ ସ୍ନେହ ସନ୍ତାନଙ୍କ ପାଇଁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମାତା-ପିତାଙ୍କ ଲାଗି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ ବୋଲି ଶନିବାର ସୁପ୍ରିମ୍‌କୋର୍ଟ ରାୟ...

ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…

ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି...

ଭୋର ୫ଟା ୪୭ରୁ ପ୍ରତ୍ୟାହାର କରାଗଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ସକାଳ ରାଜ୍ୟ ରାଜନୀତି ପାଇଁ ପାଲଟି ଯାଇଛି ଏକ ଅଭୁଲା ଦିନ। ମହାରାଷ୍ଟ୍ରରେ ଲାଗୁ ହୋଇଥିବା...

ହଟ୍ଟଗୋଳରୁ ରାଜ୍ୟ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ, ୨୩ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗର ତଦନ୍ତ ଦାବି...

Advertisement
Archives

Model This Week