Posted inଫୁରସତ

୪୦ ବର୍ଷ ଧରି ଜଙ୍ଗଲରେ ରହୁଛନ୍ତି ଏହି ବ୍ୟକ୍ତି, ସହରକୁ ଫେରିବା ପାଇଁ ଆଦୌ ଚାହୁଁନାହାନ୍ତି; କାରଣ ଜାଣିଲେ…

ସ୍କଟ୍‌ଲାଣ୍ଡର ଜଣେ ୭୪ ବର୍ଷୀୟ ବ୍ୟକ୍ତି ଆଧୁନିକ ଦୁନିଆଠାରୁ ଅଲଗା ରହି ଜଙ୍ଗଲରେ ଜୀବନ ବିତାଉଛନ୍ତି। ତାଙ୍କର ନାଁ ହେଲା କେନ୍‌ ସ୍ମିଥ୍‌। ସେ ଜଙ୍ଗଲରେ ରହି ଆଉ ସହରୀ ସଭ୍ୟତାକୁ ଫେରିବାକୁ ଚାହୁଁନାହାନ୍ତି। ପାହାଡ଼ିଆ ଅଞ୍ଚଳରେ ନାଁ ଅଛି ବିଜୁଳି ନାଁ ଅଛି ଅନ୍ୟ କେଉଁ ସୁବିଧା। ତଥାପି ସ୍ମିଥ୍‌ ବେଶ୍‌ ଆରାମରେ ଜଙ୍ଗଲରେ ରହୁଛନ୍ତି। ତାଙ୍କୁ ଡାକିଲେ ବି ସେ ଘରକୁ ଫେରୁନାହାନ୍ତି।

ଜଙ୍ଗଲରେ ସେ ଏକ ଝୁମ୍ପୁଡ଼ି କରି ରହିଛନ୍ତି। ସେ ଫଳମୂଳ ଖାଇଥାନ୍ତି। ମାଛ ଧରିବା ସହ ପନପରିବା ସିଝାଇ ଥାନ୍ତି। ଜୀବନଧାରଣ ପାଇଁ ସେ କେବଳ ପ୍ରାକୃତିକ ଜିନିଷ ଉପରେ ନିର୍ଭର କରିଥାନ୍ତି।

ସ୍ମିଥ୍‌ଙ୍କୁ ଯେତେବେଳେ ୨୬ ବର୍ଷ ହୋଇଥିଲା ତାଙ୍କ ସହ ଏକ ଘଟଣା ଘଟିଥିଲା। ତାଙ୍କୁ ବାଟରେ ଏକ ଲୁଟେରା ଗ୍ୟାଙ୍ଗ୍‌ ଅଟକାଇ ମାଡ଼ ମାରିବା ସହ ସମସ୍ତ ଜିନିଷ ଲୁଟି ନେଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ୨୩ ଦିନ ବେହୋସ ହୋଇପଡ଼ିଥିଲେ। ସ୍ମିଥ୍‌ କୁହନ୍ତି, ସେ କେବେ ଭାବି ନ ଥିଲେ ଜୀବନ ଫେରିପାଇବେ। ତାଙ୍କର ହୋସ୍‌ ଆସିବା ପରେ ନିଜକୁ ଏକ ଜଙ୍ଗଲରେ ଦେଖିଲେ। ସେହିଦିନ ଠାରୁ ସେ ଶପଥ କରିଥିଲେ, ଆଉ ସେ ଗାଁକୁ ଫେରିବେ ନାହିଁ। ଲୋକମାନେ ବହୁତ ଭୟଙ୍କର। ଜଙ୍ଗଲରେ ଜୀବନ ବିତାଇବେ ପଛେ ଏ ସହରୀ ସଭ୍ୟତାକୁ ଆଉ ଫେରିବେ ନାହିଁ। ଫଳରେ ସେ ଆଜିଯାଏ ସେହି ଜଙ୍ଗଲକୁ ଆପଣାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନେଉଛନ୍ତି ସାପ: ଥରେ କି ଦୁଇଥର ନୁହେଁ, କାମୁଡ଼ିଲେଣି ୭୨ ଥର; ତଥାପି..

ଅନିଷ୍ଟ କରିଥିବା ବ୍ୟକ୍ତିଠାରୁ ସାପ ପ୍ରତିଶୋଧ ନିଏ ବୋଲି କୁହାଯାଏ। ଏହା କେତେ ସତ କେତେ ମିଛ କେହି ବି ଜାଣେନା। ମାତ୍ର ଏଭଳି ଏକ...

ଗୋଟିଏ ଗୋଡରେ ସ୍ବପ୍ନ ପୂରଣ ପାଇଁ ଲାଗିପଡିଛନ୍ତି କୁନି ଝିଅ ସୀମା

କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ।...

କରୋନା ଟିକା ନେବା ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ଯୁବକ, ଚକିତ ହେଲେ…

ହର୍ଷ ଗୋୟନକା ନାମକ ଜଣେ ଯୁବ ବ୍ୟବସାୟୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ହର୍ଷ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି।...

ରାସ୍ତାରେ ଗଡୁଛି ଘର, ଏଥିରେ ରହିଛି ବେଡ୍‌ରୁମଠାରୁ ଆରମ୍ଭ କରି ଯାବତୀୟ ସୁବିଧା

ସୋସିଆଲ ମିଡିଆରେ ଏବେ ଲକ୍ଷେ ଟଙ୍କିଆ ଘରର ଏକ ଫଟୋ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଏହାର ବିଶେଷତ୍ତ୍ୱ ହେଲା ଯେଉଁଆଡ଼େ ଚାହିଁବେ ଏହି...

ସମୁଦ୍ର କୂଳରେ ନଗ୍ନ ଫଟୋ ଶୁଟ

ଜେରୁଜେଲମ: ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଢଙ୍ଗରେ ଫଟୋ ଶୁଟ୍‌ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା...

ଚିଠି: ଦିନେ ଯୋଡ଼ୁଥିଲା ସମ୍ପର୍କ, ଆଜି କେବଳ…

ଉଦୁଉଦିଆ ଦ୍ୱିପ୍ରହର। ଗାଁ ଭିତରକୁ ପ୍ରବେଶ ମାତ୍ରେ କାହାରି ନଜର ପଡ଼ିପାରେ ସାହି କୋଠଘର, ମଣ୍ଡପ କି ବରଗଛ ଚାନ୍ଦିନୀରେ ବସି ତାସପାଲି ପକାଉଥିବା ଥୋକେ...

୩୦୦ ବର୍ଷ ପରେ ଚର୍ଚ୍ଚାରେ ଔରଙ୍ଗଜେବ

ମୋଗଲ ସାମ୍ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବାଦ୍‌ଶାହ ଥିଲେ ମୁହି ଅଲ୍‌-ଦିନ ମହମ୍ମଦ, ଯେକି ଔରଙ୍ଗଜେବ ଭାବେ ପରିଚିତ। ସେ ଥିଲେ ମୋଗଲ ସାମ୍ରାଜ୍ୟର ଷଷ୍ଠତମ ସମ୍ରାଟ।...

ପରୀକ୍ଷା ଦେବାକୁ ଆସି ପୁତ୍ର ସନ୍ତାନ ଜନ୍ମଦେଲେ ଛାତ୍ରୀ, ସ୍ୱାମୀ ନାମ ରଖିଲେ ‘ପରୀକ୍ଷା’

ମୁଜାଫରପୁର,୨୦ ।୨: ବିହାରର ମୁଜାଫରପୁର ଜିଲାରେ ଏମ୍‌ଡିଡିଏମ୍ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀ ଶାନ୍ତି ଦେବୀ ପରୀକ୍ଷା ଦେଉଥିବା ସମୟରେ ଗର୍ଭଯନ୍ତ୍ରଣା ପାଇଥିଲେ । ଆମ୍ବୁଲାନ୍ସ...

Advertisement
Archives

Model This Week