ବିଜୟଙ୍କୁ ପଛରେ ପକାଇଦେଲେ ତ୍ରିଶା: ଖେଳିଗଲା…

ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ଏବଂ ସୂର୍ଯ୍ୟା ଅଭିନୀତ ଫିଲ୍ମ ‘କରୁପ୍ପୁ’ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଛି। ଫିଲ୍ମ ମୁକ୍ତିଲାଭ କରିବାର ଦୁଇ ସପ୍ତାହ ପୂରିଛି। ‘କରୁପ୍ପୁ’ ବିଶ୍ୱବ୍ୟାପୀ ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି। ଅଭିନେତା ଥାଲାପତି ବିଜୟଙ୍କ ‘ଭାରିସୁ’ର ବିଶ୍ୱବ୍ୟାପୀ ଜୀବନକାଳ ସଂଗ୍ରହ(ଓର୍‌ବର୍ଲଡଓ୍ବାଇଡ୍‌ ଲାଇଫ୍‌ଟାଇମ୍‌ କଲେକ୍ସନ)କୁ ଅତିକ୍ରମ କରିଛି।
‘କରୁପ୍ପୁ’ ବିଶ୍ୱବ୍ୟାପୀ ୩୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ସଫଳତା ସହିତ ତ୍ରିଶା ଏବଂ ସୂର୍ଯ୍ୟା ଅଭିନୀତ ଫିଲ୍ମଟି ବିଜୟ ଏବଂ ରଶ୍ମିକା ମନ୍ଦାନାଙ୍କ ୨୦୨୩ରେ ମୁକ୍ତିଲାଭ କରିଥିବା ‘ଭାରିସୁ’ର ବିଶ୍ୱବ୍ୟାପୀ ଜୀବନକାଳ ସଂଗ୍ରହକୁ ପଛରେ ପକାଇ ଦେଇଛି। ‘ଭାରିସୁ’ ବିଶ୍ୱବ୍ୟାପୀ ୨୯୭.୫୫ କୋଟି ଟଙ୍କା ରୋଜଗାର କରିଥିଲା। ସମ୍ପ୍ରତି ‘କରୁପ୍ପୁ’ ନିର୍ଦ୍ଦେଶକ ବାଲାଜୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫିଲ୍ମର ସଦ୍ୟତମ ବକ୍ସ ଅଫିସ ସଂଖ୍ୟା ଶେୟାର କରିଛନ୍ତି। ସେ ଲେଖିଛନ୍ତି, କରୁପ୍ପୁ ୩୦୦ନଟ ଆଉଟ।

’କରୁପ୍ପୁ’ ହୁଏତ ‘ଭାରିସୁ’ ସଂଗ୍ରହକୁ ପଛରେ ପକାଇଦେଇପାରେ, କିନ୍ତୁ ଏହା ଏପର୍ଯ୍ୟନ୍ତ ଶିବକାର୍ତ୍ତିକେୟନ ଏବଂ ସାଇ ପଲ୍ଲବୀଙ୍କ ୨୦୨୪ରେ ରିଲିଜ ହୋଇଥିବା ‘ଅମରନ’ର ରେକର୍ଡ ଭାଙ୍ଗିପାରିନାହିଁ, ଯାହା ଜୀବନବ୍ୟାପୀ ୩୩୩.୬୭ କୋଟି ରୋଜଗାର କରିଥିଲା। ଭାରତ ଭିତରେ ‘କରୁପ୍ପୁ’ ୧୯୪.୫୫ କୋଟି ଆୟ କରିଛି।
‘କରୁପ୍ପୁ’ର ଚମତ୍କାର ବକ୍ସ ଅଫିସ ସଫଳତାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକ ଆରଜେ ବାଲାଜୀ ଫିଲ୍ମର ଏକ ସମ୍ଭାବ୍ୟ ସିକ୍ୱେଲ ସମ୍ପର୍କରେ ଏକ ଇଙ୍ଗିତ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?