ଦିଗପହଣ୍ଡିରେ ତ୍ରିରଙ୍ଗା ଶୋଭାଯାତ୍ରା, ଯୋଗଦେଲେ ଖଣି ମନ୍ତ୍ରୀ-ବିଧାୟକ

ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଭାରତୀୟ ସେନାର ଅପରେଶନ ସିନ୍ଦୂର ସଫଳତାକୁ ନେଇ ଯବାନଙ୍କ ମନୋବଳ ଏବଂ ସେମାନଙ୍କ ପରାକ୍ରମକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଦିଗପହଣ୍ଡି ସହରରେ ନିର୍ବାଚନମଣ୍ଡଳୀସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ। ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ଛକ , ପୋଲିସ ଥାନା, ବସଷ୍ଟାଣ୍ଡ ଏବଂ ପୁଞ୍ଜିଙ୍କୟା ଛକ, ମେଡିକାଲ ରୋଡ଼ ଦେଇ ହାଇସ୍କୁଲ ଖେଳ ପଡ଼ିଆଠାରେ କାର୍ଯ୍ୟକ୍ରମ ଉଦଯାପନ ହୋଇଥିଲା। ଏହି ଶୋଭାଯାତ୍ରାରେ ପୂର୍ବତନ ସରପଞ୍ଚ ତଥା ସେବା ସମବାୟ ସମିତି ସମୂହର ପୂର୍ବତନ ଜିଲା ସଭାପତି ସନାତନ ସଂଗ୍ରାମ ସିଂ, କୁକୁଡାଖଣ୍ଡି ବ୍ଳକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର , ଦଳୀୟ ନେତୃବୃନ୍ଦ ମହନ୍ତ ଚିନ୍ମୟା ନନ୍ଦ ଦାସ , ପରେଶ ଚନ୍ଦ୍ର ରଥ, ମନୋଜ କୁମାର ପଣ୍ଡା,ସନ୍ତୋଷ କୁମାର ସାହୁ, ବାପି ପ୍ରଧାନ , କିଶୋର ସାହୁ , ଭବାନୀ ଶଙ୍କର ପଣ୍ଡା , ଟୁନା ଚୌଧୁରୀ, ପ୍ରଶାନ୍ତ ପୂଜାରୀ , ନରସିଂହ ପାତ୍ର , ପୂର୍ବତନ ସରପଞ୍ଚ ବନମାଳୀ ଜେନା, ପ୍ରତାପ କୁମାର ସାହୁ , ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ବାମୀ , ଲିଙ୍ଗରାଜ ଦୋରା, ବିଜୟ ପ୍ରଧାନ, ଗିତାଞ୍ଜଳୀ ଜାନୀ, ସୀତାରାମ ସେଠୀ, ସରପଞ୍ଚ ପ୍ରତିନିଧି ଏମ. ସନ୍ତୋଷ , ସନ୍ତୋଷ ଦୋରା , ଶ୍ୟାମ ନାୟକ, ଆଦିତ୍ୟ ସାହୁ , ବୁଲୁ ସେଠୀ, ବିପ୍ରଚରଣ ସେଠୀ, ସୂର୍ଯ୍ୟ ନାରାୟଣ ସାହୁ, ରବିଚନ୍ଦ୍ର ଗୈାଡ ଙ୍କ ସମେତ ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକର ବହୁ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ପଦ୍ମନାଭପୁର ନାଗରିକ କମିଟି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ରେ ଏମ. କେଶବ ରାଓ,ପରେଶ ଚନ୍ଦ୍ର ରଥ,ଭବାନୀ ଶଙ୍କର ପଣ୍ଡା, ଅଭିମନ୍ୟୁ ଜାନି, ବଦ୍ରି ନାରାୟଣ ପାତ୍ର,ସୁଶାନ୍ତ ସେଠୀ,ଟି.ରାମାରାଓ , ତ୍ରିପତୀ ସୁବୁଦ୍ଧି,ସନ୍ତୋଷ ଜାନି,ଦଣ୍ଡପାଣି ପାତ୍ର,ଶ୍ରୀଧର ସେଠୀ,ସୁଷମା ଗୌଡ଼,ଭଗବାନ ସେଠୀ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?