ପ୍ରଦୂଷଣ ଲୁଚାଇବାକୁ ଫନ୍ଦି

ଯାଜପୁର ଅଫିସ,୨୦।୧୦: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଓଡ଼ିଶାରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍‌ପିସିବି ବୈଠକରେ ଏହି ମର୍ମରେ ରାଜ୍ୟର ୭ ସ୍ଥାନରେ କଣ୍ଟିନିୟସ ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟେଶନ (ସିଏଏକ୍ୟୁଏମ୍‌ଏସ୍‌) ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କଟକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୋଳ ଓ ଭୁବନେଶ୍ୱର ସ୍ଥାନ ପାଇଛି। ତେବେ ଖଣି ଓ ଶିଳ୍ପସମୃଦ୍ଧ ଏବଂ ଅତି ପ୍ରଦୂଷିତ ଜିଲା ଭାବେ ପରିଚିତ ଯାଜପୁରକୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ଏହା ଜଣାପଡ଼ିବା ପରେ ଜିଲାବାସୀ ଉଦ୍‌ବେଗ ପ୍ରକାଶ କରିବା ସହ ରବିବାର ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିି। ଅନଲାଇନ ମନିଟରିଂ ଷ୍ଟେଶନ ପ୍ରତିଷ୍ଠା କ୍ଷେତ୍ରରେ ଅତି ପ୍ରଦୂଷିତ କଳିଙ୍ଗନଗର, ଧର୍ମଶାଳା ଏବଂ ସୁକିନ୍ଦାକୁ କାହିଁକି ବାଦ୍‌ ଦିଆଗଲା ବୋଲି ଟୁଇଟ୍‌ରେ ପ୍ରଶ୍ନ କରାଯାଇଛି।
ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ରିପୋର୍ଟ ଆଧାରରେ ଦେଶର ୧୦୬ ସହର
ମଧ୍ୟରୁ ଓଡିଶାର ୭ ସହର ଅତି ପ୍ରଦୂଷଣ
ତାଲିକାଭୁକ୍ତ ହୋଇଛି। ଏହି ତାଲିକାରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରହିଛି। ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗରରେ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ସ୍ଥାପନ ଓ ଉପତ୍ାଦନକ୍ଷମ ହେବା ପରେ ବାୟୁ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ,  ସାଂଘାତିକ ହେଉଛି ବୋଲି ମତପ୍ରକାଶ ପାଇଛି। ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ୨୦୧୫ରୁ ୨୦୧୭ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାୟୁ ଗୁଣାମତ୍କ ମାନ ପ୍ରତି ଘନମିଟର (କ୍ୟୁବିକ୍‌ମିଟର) ପିଛା ୧୧୩ ମାଇକ୍ରୋଗ୍ରାମ୍‌ ରହିଥିଲା। ଏହି
୩ ବର୍ଷ ମଧ୍ୟରେ ସିମେଣ୍ଟ କାରଖାନାର ଆଗମନ ଏବଂ ସୁକିନ୍ଦା ରେଳଓ୍ବେ ସାଇଡିଂରେ ବିଭିନ୍ନ କଞ୍ଚାମାଳ ଅନଲୋଡିଂ ବୃଦ୍ଧି ଯୋଗୁ ଘନମିଟର ପିଛା ୧୨୦ ମାଇକ୍ରୋଗ୍ରାମ୍‌ରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି। ୨୦୧୯ରେ ଗ୍ରୀନଫିସ୍‌ ନାମକ ଏକ ସର୍ଭେ ସଂସ୍ଥାର ରିପୋର୍ଟ ଅନୁସାରେ କଳିଙ୍ଗନଗର ରାଜ୍ୟର ଦ୍ୱିତୀୟ ସର୍ବାଧିକ ପ୍ରଦୂଷଣ ସହର ଭାବେ ଅବିହିତ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା, ଯାହାକି ପାଳନ କରିବାରେ ଏସପିସିବି ବିଫଳ ହେଉଛି ବୋଲି ଅଭିଯୋଗ ହୋଇଛି।
ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ୨ ବର୍ଷ ମଧ୍ୟରେ ଯକ୍ଷ୍ମାରୋଗରେ ଜିଲାରେ ୨୦୧ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ କେବଳ ଖଣି, ଶିଳ୍ପାଞ୍ଚଳ ସୁକିନ୍ଦା ଓ ଦାନଗଦୀ ଅଞ୍ଚଳର ୧୦୭ ଜଣ ରହିଛନ୍ତି। ଅର୍ଥାତ୍‌ କେବଳ ଖଣି ଓ ଶିଳ୍ପାଞ୍ଚଳରେ ୫୩ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ସୂଚନା ମିଳିଛି। ଏଥିରୁ ବାୟୁ ପ୍ରଦୂଷଣର ଭୟାବହତା ଜଳଜଳ ଦିଶୁଛି। ସୁକିନ୍ଦା ଖଣିରେ ବ୍ୟାପକ କ୍ରୋମ୍‌ ଉତ୍ତୋଳନ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ହୋଇଛି। ସେହିପରି ଧର୍ମଶାଳା ତହସିଲ ଅଞ୍ଚଳରେ ଶତାଧିକ ପଥର ଖାଦାନ ଓ କ୍ରଶର ବାୟୁ ପ୍ରଦୂଷଣକୁ ଅନିୟନ୍ତ୍ରିତ କରିଛି। ନିର୍ଦ୍ଧାରିତ ପରିବେଶ ମାନଦଣ୍ଡକୁ ଯେଉଁ ଶିଳ୍ପ କମ୍ପାନୀ ମାନୁନାହାନ୍ତି ସେଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଗତ ନଭେମ୍ବର ୭ରେ ଏସ୍‌ପିସିବିକୁ ନିର୍ଦ୍ଦେଶ (ପତ୍ର ସଂଖ୍ୟା ୯୪୩୨) ଦେଇଥିଲେ। ହେଲେ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରୁନାହିଁ।
କେନ୍ଦୁଝର ଜିଲାରେ ଗତ ଜୁଲାଇର ବାୟୁ ପ୍ରଦୂଷଣ ମାତ୍ରା ଘନମିଟର ପିଛା ୪୩ ମାଇକ୍ରୋଗ୍ରାମ ରହିଥିଲାବେଳେ କଳିଙ୍ଗନଗରରେ ସର୍ବାଧିକ ଘନମିଟର ପିଛା ୧୦୮ ମାଇକ୍ରୋଗ୍ରାମ ରହିଥିଲା। କିନ୍ତୁ କେନ୍ଦୁଝର ଜିଲାରେ ଅନଲାଇନ ମନିଟରିଂ ଷ୍ଟେଶନ ସ୍ଥାପନ ନିଷ୍ପତ୍ତି ହୋଇଥିବାବେଳେ କଳିଙ୍ଗନଗରକୁ କାହିଁକି ବାଦ ଦିଆଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାଣିଶୁଣି କଳିଙ୍ଗନଗରର ପ୍ରଦୂଷଣକୁ ଲୁଚାଇବାକୁ ଏଭଳି ଫନ୍ଦି କରାଯାଇଛି ବୋଲି ଲୋକେ ସନ୍ଦେହ କରୁଛନ୍ତି।
ଆଡଭୋକେଟ ସତ୍ୟପ୍ରକାଶ ବେହୁରିଆ, ଛାତ୍ର ଦିଗାମ୍ବର ସାହୁ କହିଛନ୍ତି କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା ଅତ୍ୟଧିକ ରହିଛି। ତଥାପି ଅନଲାଇନ ମନିଟରିଂ ଷ୍ଟେଶନ ସ୍ଥାପନ କରିବାରେ ଯାଜପୁର ଜିଲାକୁ ବାଦ୍‌ ଦେବା ବିଡମ୍ବନା ଛଡ଼ା କିଛି ନୁହେଁ। ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ଅଭିଯୋଗ ବାର୍ତ୍ତା ସେ ପାଇଛନ୍ତି। କାର୍ଯ୍ୟଦିବସରେ ମୁଖ୍ୟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri