ପ୍ରଦୂଷଣ ଲୁଚାଇବାକୁ ଫନ୍ଦି

ଯାଜପୁର ଅଫିସ,୨୦।୧୦: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଓଡ଼ିଶାରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍‌ପିସିବି ବୈଠକରେ ଏହି ମର୍ମରେ ରାଜ୍ୟର ୭ ସ୍ଥାନରେ କଣ୍ଟିନିୟସ ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟେଶନ (ସିଏଏକ୍ୟୁଏମ୍‌ଏସ୍‌) ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କଟକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୋଳ ଓ ଭୁବନେଶ୍ୱର ସ୍ଥାନ ପାଇଛି। ତେବେ ଖଣି ଓ ଶିଳ୍ପସମୃଦ୍ଧ ଏବଂ ଅତି ପ୍ରଦୂଷିତ ଜିଲା ଭାବେ ପରିଚିତ ଯାଜପୁରକୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ଏହା ଜଣାପଡ଼ିବା ପରେ ଜିଲାବାସୀ ଉଦ୍‌ବେଗ ପ୍ରକାଶ କରିବା ସହ ରବିବାର ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିି। ଅନଲାଇନ ମନିଟରିଂ ଷ୍ଟେଶନ ପ୍ରତିଷ୍ଠା କ୍ଷେତ୍ରରେ ଅତି ପ୍ରଦୂଷିତ କଳିଙ୍ଗନଗର, ଧର୍ମଶାଳା ଏବଂ ସୁକିନ୍ଦାକୁ କାହିଁକି ବାଦ୍‌ ଦିଆଗଲା ବୋଲି ଟୁଇଟ୍‌ରେ ପ୍ରଶ୍ନ କରାଯାଇଛି।
ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ରିପୋର୍ଟ ଆଧାରରେ ଦେଶର ୧୦୬ ସହର
ମଧ୍ୟରୁ ଓଡିଶାର ୭ ସହର ଅତି ପ୍ରଦୂଷଣ
ତାଲିକାଭୁକ୍ତ ହୋଇଛି। ଏହି ତାଲିକାରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରହିଛି। ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗରରେ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ସ୍ଥାପନ ଓ ଉପତ୍ାଦନକ୍ଷମ ହେବା ପରେ ବାୟୁ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ,  ସାଂଘାତିକ ହେଉଛି ବୋଲି ମତପ୍ରକାଶ ପାଇଛି। ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ୨୦୧୫ରୁ ୨୦୧୭ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାୟୁ ଗୁଣାମତ୍କ ମାନ ପ୍ରତି ଘନମିଟର (କ୍ୟୁବିକ୍‌ମିଟର) ପିଛା ୧୧୩ ମାଇକ୍ରୋଗ୍ରାମ୍‌ ରହିଥିଲା। ଏହି
୩ ବର୍ଷ ମଧ୍ୟରେ ସିମେଣ୍ଟ କାରଖାନାର ଆଗମନ ଏବଂ ସୁକିନ୍ଦା ରେଳଓ୍ବେ ସାଇଡିଂରେ ବିଭିନ୍ନ କଞ୍ଚାମାଳ ଅନଲୋଡିଂ ବୃଦ୍ଧି ଯୋଗୁ ଘନମିଟର ପିଛା ୧୨୦ ମାଇକ୍ରୋଗ୍ରାମ୍‌ରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି। ୨୦୧୯ରେ ଗ୍ରୀନଫିସ୍‌ ନାମକ ଏକ ସର୍ଭେ ସଂସ୍ଥାର ରିପୋର୍ଟ ଅନୁସାରେ କଳିଙ୍ଗନଗର ରାଜ୍ୟର ଦ୍ୱିତୀୟ ସର୍ବାଧିକ ପ୍ରଦୂଷଣ ସହର ଭାବେ ଅବିହିତ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା, ଯାହାକି ପାଳନ କରିବାରେ ଏସପିସିବି ବିଫଳ ହେଉଛି ବୋଲି ଅଭିଯୋଗ ହୋଇଛି।
ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ୨ ବର୍ଷ ମଧ୍ୟରେ ଯକ୍ଷ୍ମାରୋଗରେ ଜିଲାରେ ୨୦୧ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ କେବଳ ଖଣି, ଶିଳ୍ପାଞ୍ଚଳ ସୁକିନ୍ଦା ଓ ଦାନଗଦୀ ଅଞ୍ଚଳର ୧୦୭ ଜଣ ରହିଛନ୍ତି। ଅର୍ଥାତ୍‌ କେବଳ ଖଣି ଓ ଶିଳ୍ପାଞ୍ଚଳରେ ୫୩ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ସୂଚନା ମିଳିଛି। ଏଥିରୁ ବାୟୁ ପ୍ରଦୂଷଣର ଭୟାବହତା ଜଳଜଳ ଦିଶୁଛି। ସୁକିନ୍ଦା ଖଣିରେ ବ୍ୟାପକ କ୍ରୋମ୍‌ ଉତ୍ତୋଳନ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ହୋଇଛି। ସେହିପରି ଧର୍ମଶାଳା ତହସିଲ ଅଞ୍ଚଳରେ ଶତାଧିକ ପଥର ଖାଦାନ ଓ କ୍ରଶର ବାୟୁ ପ୍ରଦୂଷଣକୁ ଅନିୟନ୍ତ୍ରିତ କରିଛି। ନିର୍ଦ୍ଧାରିତ ପରିବେଶ ମାନଦଣ୍ଡକୁ ଯେଉଁ ଶିଳ୍ପ କମ୍ପାନୀ ମାନୁନାହାନ୍ତି ସେଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଗତ ନଭେମ୍ବର ୭ରେ ଏସ୍‌ପିସିବିକୁ ନିର୍ଦ୍ଦେଶ (ପତ୍ର ସଂଖ୍ୟା ୯୪୩୨) ଦେଇଥିଲେ। ହେଲେ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରୁନାହିଁ।
କେନ୍ଦୁଝର ଜିଲାରେ ଗତ ଜୁଲାଇର ବାୟୁ ପ୍ରଦୂଷଣ ମାତ୍ରା ଘନମିଟର ପିଛା ୪୩ ମାଇକ୍ରୋଗ୍ରାମ ରହିଥିଲାବେଳେ କଳିଙ୍ଗନଗରରେ ସର୍ବାଧିକ ଘନମିଟର ପିଛା ୧୦୮ ମାଇକ୍ରୋଗ୍ରାମ ରହିଥିଲା। କିନ୍ତୁ କେନ୍ଦୁଝର ଜିଲାରେ ଅନଲାଇନ ମନିଟରିଂ ଷ୍ଟେଶନ ସ୍ଥାପନ ନିଷ୍ପତ୍ତି ହୋଇଥିବାବେଳେ କଳିଙ୍ଗନଗରକୁ କାହିଁକି ବାଦ ଦିଆଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାଣିଶୁଣି କଳିଙ୍ଗନଗରର ପ୍ରଦୂଷଣକୁ ଲୁଚାଇବାକୁ ଏଭଳି ଫନ୍ଦି କରାଯାଇଛି ବୋଲି ଲୋକେ ସନ୍ଦେହ କରୁଛନ୍ତି।
ଆଡଭୋକେଟ ସତ୍ୟପ୍ରକାଶ ବେହୁରିଆ, ଛାତ୍ର ଦିଗାମ୍ବର ସାହୁ କହିଛନ୍ତି କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା ଅତ୍ୟଧିକ ରହିଛି। ତଥାପି ଅନଲାଇନ ମନିଟରିଂ ଷ୍ଟେଶନ ସ୍ଥାପନ କରିବାରେ ଯାଜପୁର ଜିଲାକୁ ବାଦ୍‌ ଦେବା ବିଡମ୍ବନା ଛଡ଼ା କିଛି ନୁହେଁ। ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ଅଭିଯୋଗ ବାର୍ତ୍ତା ସେ ପାଇଛନ୍ତି। କାର୍ଯ୍ୟଦିବସରେ ମୁଖ୍ୟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri