ଭୂପେନ୍‌ଦା’ଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ସେପ୍ଟେମ୍ବର ୮ ତାରିଖ। ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତ ପ୍ରତି ଆଗ୍ରହ ରଖୁଥିବା ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆଉ ବିଶେଷ ଭାବେ ମୋର ଆସାମର ଭାଇଭଉଣୀମାନଙ୍କ ପାଇଁ ଆଜିର ଦିନ ଅଧିକ ସ୍ବତନ୍ତ୍ର। ଆଜି ଭାରତରତ୍ନ ଡକ୍ଟର ଭୂପେନ୍‌ ହଜାରିକାଙ୍କ ଜୟନ୍ତୀ। ସେ ଭାରତର ସବୁଠୁ ଅସାଧାରଣ ଓ ସବୁଠୁ ପ୍ରଭାବଶାଳୀ ଗାୟକଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଚଳିତ ବର୍ଷ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନର ଅୟମାରମ୍ଭ ହେବା ଖୁସିର ବିଷୟ। ଏହା ଭାରତୀୟ କଳାଜଗତ ଓ ଜନଚେତନା ଦିଗରେ ତାଙ୍କର ମହାନ୍‌ ଅବଦାନକୁ ସ୍ମୃତିଚାରଣ କରିବାର ଏକ ଅବସର।
ଭୂପେନ୍‌ଦା’ ଆମକୁ ଯାହା ଦେଇଥିଲେ, ତାହା ସଙ୍ଗୀତଠାରୁ ଢେର ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ। ତାଙ୍କର କାର୍ଯ୍ୟଗୁଡ଼ିକ ସ୍ବରକୁ ଅତିକ୍ରମ କରୁଥିବା ଭାବନାକୁ ମୂର୍ତ୍ତିମନ୍ତ କରିଥିଲା। କେବଳ ଏକ କଣ୍ଠସ୍ବର ନୁହେଁ, ବରଂ ସେ ଲୋକମାନଙ୍କ ହୃଦୟର ସ୍ପନ୍ଦନ ଥିଲେ। ଅନେକ ପିଢ଼ି ତାଙ୍କ ଗୀତ ଶୁଣି ବଡ଼ ହୋଇଛନ୍ତି। ତାଙ୍କ ସଙ୍ଗୀତରେ ସବୁବେଳେ ଦୟା, ଅନୁକମ୍ପା, ସାମାଜିକ ନ୍ୟାୟ, ଏକତା ଏବଂ ଗଭୀର ସମ୍ପର୍କବୋଧର ବିଷୟବସ୍ତୁ ସହିତ ଗୁଞ୍ଜରିତ ହୋଇଥାଏ।
ଭୂପେନ୍‌ଦା’ଙ୍କ ରୂପରେ ଆସାମରୁ ଉତ୍ପତ୍ତି ହୋଇଥିବା ଏହି ସ୍ବର ଏକ କାଳଜୟୀ ନଦୀ ପରି ପ୍ରବାହିତ ହୋଇଥିଲା। ଭୂପେନ୍‌ଦା’ ସଶରୀରରେ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କ ସ୍ବର ଆଜି ବି ଆମେ ଶୁଣିପାରୁଛୁ। ସେ ସ୍ବର ଆଜି ବି ସବୁ ସୀମା ଏବଂ ସଂସ୍କୃତିକୁ ଅତିକ୍ରମ କରିଛି। ସେଥିରେ ରହିଛି ମାନବୀୟ ଭାବନାର ସ୍ପର୍ଶ।
ଭୂପେନ୍‌ଦା’ ବିଶ୍ୱ ପରିଭ୍ରମଣ କରିଥିଲେ, ସମାଜର ସବୁବର୍ଗର ଲୋକଙ୍କ ସହ ମିଶିଥିଲେ। କିନ୍ତୁ ସେ ଆସାମ ସହିତ ଗଭୀର ଭାବରେ ଜଡ଼ିତ ଥିଲେ। ଆସାମର ସମୃଦ୍ଧ ମୌଖିକ ପରମ୍ପରା, ଲୋକସଙ୍ଗୀତ ଏବଂ ଲୋକକଥା କହିବାର ଧାରା ତାଙ୍କ ଶୈଶବକୁ ଗଭୀର ଭାବରେ ଗଢ଼ିତୋଳି ଥିଲା। ଏହି ଅଭିଜ୍ଞତା ତାଙ୍କର କଳାତ୍ମକ ଶବ୍ଦକୋଷର ମୂଳଦୁଆ ଥିଲା। ସେ ସବୁବେଳେ ଆସାମର ଜନଜାତିଙ୍କ ପରିଚୟ ଏବଂ ଏହାର ଲୋକଙ୍କ ନୀତିକୁ ସାଙ୍ଗରେ ନେଇ ଚାଲୁଥିଲେ।
ଖୁବ୍‌କମ୍‌ ବୟସରେ ଭୂପେନ୍‌ଦା’ଙ୍କ ନିକଟରେ ଥିବା ପ୍ରତିଭାର ପରିପ୍ରକାଶ ଘଟିଥିଲା। ମାତ୍ର ପାଞ୍ଚ ବର୍ଷ ବୟସରେ ସେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ। ଖୁବ୍‌ଶୀଘ୍ର ସେ ଅନ୍ୟ କାହାର ନୁହେଁ ବରଂ ଅହମିୟା ସାହିତ୍ୟର ଅଗ୍ରଦୂତ ଲକ୍ଷ୍ମୀନାଥ ବେଜବରୁଆଙ୍କ ଧ୍ୟାନଆକର୍ଷଣ କରିଥିଲେ। କିଶୋର ବୟସ ବେଳକୁ ସେ ତାଙ୍କର ପ୍ରଥମ ଗୀତ ରେକର୍ଡ କରିଥିଲେ।
କିନ୍ତୁ ସଙ୍ଗୀତ ତାଙ୍କ ବ୍ୟକ୍ତିତ୍ୱର କେବଳ ଗୋଟିଏ ଦିଗ ଥିଲା। ଭୂପେନ୍‌ଦା’ ହୃଦୟରେ ଜଣେ ବୌଦ୍ଧିକ ବ୍ୟକ୍ତିତ୍ୱ ଥିଲେ। ସେ ଜିଜ୍ଞାସୁ, ସ୍ପଷ୍ଟବାଦୀ ଥିଲେ ଏବଂ ଦୁନିଆକୁ ଜାଣିବାର ଏକ ଅତୃପ୍ତ ଇଚ୍ଛା ତାଙ୍କ ଭିତରେ ରହିଥିଲା। ଜ୍ୟୋତି ପ୍ରସାଦ ଅଗ୍ରୱାଲା ଏବଂ ବିଷ୍ଣୁ ପ୍ରସାଦ ରଭାଙ୍କ ପରି ସାଂସ୍କୃତିକ କିମ୍ବଦନ୍ତୀଙ୍କ ବ୍ୟକ୍ତିତ୍ୱ ତାଙ୍କ ମନରେ ଗଭୀର ଛାପ ଛାଡ଼ିଥିଲା। ଏହା ତାଙ୍କର ଜିଜ୍ଞାସୁ ମନୋଭାବକୁ ମଧ୍ୟ ଗଭୀର କରିଥିଲା।
ଶିଖିବା ପ୍ରତି ତାଙ୍କର ଅଦମ୍ୟ ଇଚ୍ଛା, ତାଙ୍କୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କଟନ କଲେଜ ପର୍ଯ୍ୟନ୍ତ ଟାଣିଆଣି ଥିଲା। ସେ ବିଏଚ୍‌ୟୁରେ ରାଜନୀତି ବିଜ୍ଞାନର ଛାତ୍ର ଥିଲେ, କିନ୍ତୁ ତାଙ୍କର ଅଧିକାଂଶ ସମୟ ସଙ୍ଗୀତ ସାଧନାରେ ବିତୁଥିଲା। ବନାରସ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସଙ୍ଗୀତମନସ୍କ କରିଥିଲା। କାଶୀର ସାଂସଦ ହୋଇଥିବା ଦୃଷ୍ଟିରୁ ତାଙ୍କ ଜୀବନଯାତ୍ରା ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ ଅନୁଭବ କରିପାରୁଛି ଏବଂ ଏହାକୁ ନେଇ ମଁୁ ଅତ୍ୟନ୍ତ ଗର୍ବିତ।
କାଶୀଠାରୁ ଆଗକୁ ବଢ଼ିଥିବା ଜୀବନଯାତ୍ରାରେ ସେ କିଛି ସମୟ ଆମେରିକାରେ ବିତାଇଥିଲେ। ସେଠାରେ ସେ ତତ୍କାଳୀନ ସମୟର ଶ୍ରେଷ୍ଠ ବିଦ୍ୱାନ୍‌, ଚିନ୍ତାନାୟକ ଏବଂ ସଙ୍ଗୀତଜ୍ଞମାନଙ୍କ ସହ ବିଚାର ମନ୍ଥନ କରିବାର ସୁଯୋଗ ପାଇଥିଲେ। ସେ କିମ୍ବଦନ୍ତୀ କଳାକାର ଏବଂ ମାନବାଧିକାର ନେତା ପଲ୍‌ ରବସନଙ୍କୁ ଭେଟିଥିଲେ। ରବସନଙ୍କ ଗୀତ ‘ଓଲ୍ଡ ମ୍ୟାନ ରିଭର’ ଭୂପେନ୍‌ଦା’ଙ୍କ ପ୍ରତୀକାତ୍ମକ ରଚନା ‘ବିସ୍ତୀର୍ଣ୍ଣୋ ଦୁପାରେର…’ପାଇଁ ପ୍ରେରଣା ପାଲଟିଥିଲା। ଆମେରିକାର ପୂର୍ବତନ ପ୍ରଥମ ମହିଳା ଏଲିନର ରୁଜଭେଲ୍ଟ ତାଙ୍କୁ ଭାରତୀୟ ଲୋକ ସଙ୍ଗୀତ ପରିବେଷଣ ପାଇଁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ।
ଭୂପେନ୍‌ ହଜାରିକା ସଙ୍ଗୀତ ସହିତ ମା’ ଭାରତୀଙ୍କର ଜଣେ ସଚ୍ଚା ଉପାସକ ଥିଲେ। ଭୂପେନ୍‌ଦା’ଙ୍କ ପାଖରେ ଆମେରିକାରେ ରହି ଉଚ୍ଚ ପଦପଦବୀ ହାସଲ କରିବାର ଅନେକ ବିକଳ୍ପ ଥିଲା, କିନ୍ତୁ ସେ ଭାରତ ଫେରିଆସିଲେ ଏବଂ ସଙ୍ଗୀତ ସାଧନାରେ ନିଜକୁ ନିମଗ୍ନ କରିଦେଲେ। ରେଡିଓରୁ ଆରମ୍ଭ କରି ରଙ୍ଗମଞ୍ଚ ପର୍ଯ୍ୟନ୍ତ, ଚଳଚ୍ଚିତ୍ରଠାରୁ ଆରମ୍ଭକରି ଶିକ୍ଷା ସମ୍ପର୍କିତ ଡକ୍ୟୁମେଣ୍ଟାରୀ ପର୍ଯ୍ୟନ୍ତ, ସେ ପ୍ରତ୍ୟେକ ମାଧ୍ୟମରେ ପାରଙ୍ଗମ ଥିଲେ। ସେ ଯେଉଁଠାକୁ ଯାଉଥିଲେ, ନୂଆ ପ୍ରତିଭାଙ୍କୁ ସମର୍ଥନ କରିବା ଉପରେ ଗୁରୁତ୍ୱ ଦେଉଥିଲେ।
ଭୂପେନ୍‌ଦା’ଙ୍କର କୃତିରେ ଗୀତିକବିତାର ସୌନ୍ଦର୍ଯ୍ୟ ଭରିରହିଥିଲା। ସେ ଅବିସ୍ମରଣୀୟ ସାମାଜିକ ବାର୍ତ୍ତା ମଧ୍ୟ ଦେଇଥିଲେ। ଗରିବ ଓ ଅବହେଳିତଙ୍କ ପାଇଁ ନ୍ୟାୟ, ଗ୍ରାମୀଣ ବିକାଶ, ସାଧାରଣ ନାଗରିକଙ୍କ ଶକ୍ତି ଇତ୍ୟାଦି ପ୍ରସଙ୍ଗକୁ ସ୍ପର୍ଶକରିଥିଲା। ତାଙ୍କ ସଙ୍ଗୀତ ମାଧ୍ୟମରେ ସେ ଆସାମର ବ୍ରହ୍ମପୁତ୍ର ସମେତ ଅନ୍ୟାନ୍ୟ ନଦୀମାନଙ୍କରେ ନୌକା ବାହିନେଉଥିବା ନାଉରିଆ, ଚା’ ବଗିଚା ଶ୍ରମିକ, ମହିଳା, କୃଷକ ଆଦିଙ୍କ ଆଶା ଆକାଂକ୍ଷାକୁ ସ୍ବର ଦେଇଥିଲେ। ତାଙ୍କ ରଚନା ଲୋକମାନଙ୍କର ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରୁଥିଲା। ଭୂପେନ୍‌ଦା’ଙ୍କ କୃତି ଆଧୁନିକତାକୁ ଦେଖିବା ପାଇଁ ଏକ ଶକ୍ତିଶାଳୀ ଦୃଷ୍ଟିକୋଣ ମଧ୍ୟ ପାଲଟିଥିଲା। ଅନେକ ଲୋକ, ବିଶେଷକରି ସାମାଜିକ ଭାବରେ ପଛୁଆବର୍ଗର ଲୋକମାନେ ତାଙ୍କ ସଙ୍ଗୀତରୁ ଶକ୍ତି ଏବଂ ଆଶା ପାଇଛନ୍ତି… ଆଜି ମଧ୍ୟ ପାଉଛନ୍ତି।
ଭୂପେନ୍‌ଦା’ଙ୍କ ଜୀବନ ଯାତ୍ରାରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଥାଏ। ତାଙ୍କର କୃତି ଦେଶସାରା ଲୋକଙ୍କୁ ଏକତ୍ରିତ କରିବା ପାଇଁ ଭାଷାଗତ ଏବଂ ଆଞ୍ଚଳିକ ସୀମା ଅତିକ୍ରମ କରିଥିଲା। ସେ ଅହମିୟା, ବଙ୍ଗଳା ଏବଂ ହିନ୍ଦୀ ଭାଷାରେ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ। ତାଙ୍କ ସ୍ବରରେ ଯେଉଁ ପୀଡ଼ାର କାହାଣୀ ରହିଥିଲା, ତାହା ସବୁବେଳେ ଆମ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥାଏ। ‘ଦିଲ୍‌ ହୁମ୍‌ ହୁମ୍‌ କରେ’ରେ ଯେଉଁ ପୀଡ଼ାର ପ୍ରଭାବ ଦେଖିବାକୁ ମିଳିଥାଏ, ତାହା ସିଧା ହୃଦୟର ଗଭୀରତାକୁ ସ୍ପର୍ଶ କରିନିଏ। ଆଉ ଯେତେବେଳେ ସେ ପଚାରନ୍ତି, ଗଙ୍ଗା ବହତି ହେ କୁଁ୍ୟ’, ଏମିତି ଲାଗେ ଯେମିତି ପ୍ରତ୍ୟେକ ଆତ୍ମାକୁ ବିଦାରିତ କରି ସେ ଜବାବ ମାଗୁଛନ୍ତି।
ସେ ସାରା ଭାରତ ଆଗରେ ଆସାମର କଥା କହିଥିଲେ, ଦେଖାଇଥିଲେ ଏବଂ ଅନୁଭବ କରାଇଥିଲେ। ଏହା କହିବା ଆଦୌ ଅତିଶୟୋକ୍ତି ହେବ ନାହିଁ ଯେ ସେ ଆଧୁନିକ ଆସାମର ସାଂସ୍କୃତିକ ପରିଚୟ ଗଢ଼ିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଆସାମ ଭିତରେ ଏବଂ ସାରା ଦୁନିଆରେ ଥିବା ପ୍ରବାସୀ ଆସାମୀଙ୍କ ପାଇଁ ସେ ଆସାମର ସ୍ବର ପାଲଟିଥିଲେ।
ଭୂପେନ୍‌ଦା’ ଜଣେ ରାଜନୈତିକ ବ୍ୟକ୍ତି ନ ଥିଲେ, କିନ୍ତୁ ସେ ଜନସେବା ଜଗତ ସହିତ ନିବିଡ଼ ଭାବରେ ଜଡ଼ିତ ଥିଲେ। ୧୯୬୭ ମସିହାରେ ସେ ଆସାମର ନୌବୋଇଚା ନିର୍ବାଚନମଣ୍ଡଳୀରୁ ଜଣେ ନିର୍ଦ୍ଦଳୀୟ ବିଧାୟକ ଭାବରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ଦେଖାଇଥିଲା ଯେ ସାଧାରଣ ଲୋକଙ୍କର ତାଙ୍କ ଉପରେ କେତେ ବିଶ୍ୱାସ ଥିଲା। ସେ ରାଜନୀତିକୁ ନିଜ କ୍ୟାରିଅର ରୂପେ ବାଛି ନ ଥିଲେ, କିନ୍ତୁ ସବୁବେଳେ ଲୋକଙ୍କ ସେବାରେ ନିୟୋଜିତ ରହିଥିଲେ।
ଭାରତବାସୀ ଏବଂ ଭାରତ ସରକାର ବର୍ଷ ବର୍ଷଧରି ତାଙ୍କର ବିପୁଳ ଅବଦାନକୁ ସ୍ବୀକୃତି ପ୍ରଦାନ କରିଆସିଛନ୍ତି। ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ, ଦାଦାସାହେବ ଫାଲ୍‌କେ ପୁରସ୍କାର ଏବଂ ଅନ୍ୟାନ୍ୟ ବହୁ ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୧୯ରେ ଆମ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯିବା ମୋ ପାଇଁ ବ୍ୟକ୍ତିଗତ ଭାବରେ ଏବଂ ଏନ୍‌ଡିଏ ସରକାରଙ୍କ ଲାଗି ଏକ ଗୌରବର ମୁହୂର୍ତ୍ତ ଥିଲା। ସାରା ବିଶ୍ୱର ଲୋକମାନେ, ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ଜନସାଧାରଣ ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିବାରୁ ଅପାର ଆନନ୍ଦ ପ୍ରକାଶ କରିଥିଲେ। ଏହା ଥିଲା ଭୂପେନ୍‌ଦା’ଙ୍କ ହୃଦୟରେ ଥିବା ସିଦ୍ଧାନ୍ତ ପ୍ରତି ସମ୍ମାନ। ସେ କହୁଥିଲେ, ସତ୍ୟତାରୁ ନିଃସୃତ ହୋଇଥିବା ସଙ୍ଗୀତ କୌଣସି ଗୋଟିଏ ପରିଧି ମଧ୍ୟରେ ସୀମିତ ରହି ନ ଥାଏ। ଗୋଟିଏ ଗୀତ ଲୋକଙ୍କ ସ୍ବପ୍ନରେ ଡେଣା ଯୋଡ଼ି ପାରେ ଏବଂ ସାରା ଦୁନିଆର ଲୋକଙ୍କ ହୃଦୟକୁ ଛୁଇଁ ପାରେ।
୨୦୧୧ରେ ଭୂପେନ୍‌ଦା’ଙ୍କ ବିୟୋଗ ସମୟ ମୋର ମନେଅଛି। ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ଲକ୍ଷଲକ୍ଷ ଲୋକ ସାମିଲ ହେବା ମୁଁ ଟିଭିରେ ଦେଖିଛି। ସେହି ସମୟରେ ପ୍ରତ୍ୟେକ ଆଖି ଲୁହଛଳଛଳ ଥିଲା। ବଞ୍ଚିଥିବା ସମୟ ଭଳି ମୃତ୍ୟୁ ସମୟରେ ମଧ୍ୟ ଲୋକମାନେ ତାଙ୍କ ସହ ରହିଥିଲେ। ସେଥିପାଇଁ ତାଙ୍କୁ ବ୍ରହ୍ମପୁତ୍ର ନଦୀ ଆଡ଼କୁ ମୁହଁ କରାଇ ଜଲୁକବାଡ଼ି ପାହାଡ଼ ଉପରେ ଅନ୍ତିମ ବିଦାୟ ଦିଆଯାଇଥିଲା। ବ୍ରହ୍ମପୁତ୍ର ହେଉଛି ସେହି ନଦୀ ଯାହା ତାଙ୍କର ସଙ୍ଗୀତ, ତାଙ୍କର ପ୍ରତୀକ ଏବଂ ସ୍ମୃତିଗୁଡ଼ିକର ଜୀବନରେଖା ସାଜିଥିଲା। ଆସାମ ସରକାର ଭୂପେନ୍‌ ହଜାରିକା ସାଂସ୍କୃତିକ ଟ୍ରଷ୍ଟର କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇଦେବା ଖୁସିର ବିଷୟ। ଏହି ଟ୍ରଷ୍ଟ ଯୁବପିଢ଼ିଙ୍କ ମଧ୍ୟରେ ଭୂପେନ୍‌ଦା’ଙ୍କ ଜୀବନ ଯାତ୍ରାକୁ ଯୋଡ଼ିବାରେ ନିୟୋଜିତ ରହିଛି।
ଭୂପେନ୍‌ଦା’ଙ୍କ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଦେବା ଲାଗି ଦେଶର ସବୁଠୁ ବଡ଼ ସେତୁକୁ ଭୂପେନ୍‌ ହଜାରିକା ସେତୁ ନାମରେ ନାମକରଣ କରାଯାଇଛି। ୨୦୧୭ରେ ଯେତେବେଳେ ମୋତେ ଏହି ସେତୁ ଉଦ୍‌ଘାଟନ କରିବାର ସୁଯୋଗ ମିଳିଲା, ସେତେବେଳେ ମୁଁ ଅନୁଭବ କରିଥିଲି ଯେ ଆସାମ ଏବଂ ଅରୁଣାଚଳ ପ୍ରଦେଶକୁ ଯୋଡ଼ିଥିବା ତଥା ଦୁଇ ରାଜ୍ୟ ମଧ୍ୟରେ ଦୂରତା ହ୍ରାସ କରୁଥିବା ଏହି ସେତୁର ନାମକରଣ ଭୂପେନ୍‌ଦା’ଙ୍କ ନାମରେ ହେବା ସବୁଠୁ ଉପଯୁକ୍ତ ହେବ।
ଭୂପେନ୍‌ ହଜାରିକାଙ୍କ ଜୀବନ ଆମକୁ କରୁଣାର ଶକ୍ତି ବିଷୟରେ ଅନୁଭବ କରାଇଥାଏ। ଲୋକଙ୍କ କଥା ଶୁଣିବା ଏବଂ ନିଜ ମାଟି ସହ ଯୋଡ଼ି ହୋଇ ରହିବା ଶିଖାଇଥାଏ। ଆଜି ବି ପିଲାଠୁ ବୁଢ଼ା ଯାଏ ସମସ୍ତଙ୍କ କଣ୍ଠରେ ତାଙ୍କର ଗୀତ ଶୁଣିବାକୁ ମିଳିଥାଏ। ତାଙ୍କ ସଙ୍ଗୀତ ଆମକୁ ସ୍ବାଭିମାନୀ ଏବଂ ସାହସୀ ହେବାକୁ ଶିଖାଏ। ଏହା ଆମକୁ ଆମ ନଦୀ, ଆମ ଶ୍ରମିକ, ଆମ ଚା’ ବଗିଚା ଶ୍ରମିକ, ଆମ ନାରୀଶକ୍ତି ଏବଂ ଆମ ଯୁବଶକ୍ତିକୁ ମନେରଖିବାକୁ ଅନୁପ୍ରାଣିତ କରେ। ଏହା ଆମକୁ ବିବିଧତା ମଧ୍ୟରେ ଏକତାରେ ବିଶ୍ୱାସ କରିବାକୁ ପ୍ରେରଣା ଦେଇଥାଏ।
ଭୂପେନ୍‌ ହଜାରିକାଙ୍କ ଭଳି ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ପାଇ ଭାରତ ଧନ୍ୟ ହୋଇଛି। ଆମେ ତାଙ୍କ ଜନ୍ମଶତାବ୍ଦୀ ବର୍ଷ ପାଳନ ଆରମ୍ଭ କରୁଛୁ। ଆସନ୍ତୁ ଆମେ ତାଙ୍କ ବାର୍ତ୍ତାକୁ ଦୂରଦୂରାନ୍ତରରେ ପହଞ୍ଚାଇବା ଲାଗି ଆମ ପ୍ରତିବଦ୍ଧତାକୁ ଦୋହରାଇବା। ଏହି ସଂକଳ୍ପ ଆମକୁ ସଙ୍ଗୀତ, କଳା ଏବଂ ସଂସ୍କୃତି ପାଇଁ ଅଧିକ କାମକରିବା ଲାଗି ପ୍ରେରଣା ଦେଉ, ନୂଆ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରୁ, ଭାରତରେ ସୃଜନଶୀଳତା ଏବଂ କଳାତ୍ମକ ଉତ୍କର୍ଷକୁ ଆଗକୁ ବଢ଼ାଉ। ମୋର ଅନେକ ଅନେକ ଶୁଭକାମନା।

ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?