ନୟାଗଡ଼,୩୦।୫(ଲୋକନାଥ ମିଶ୍ର):ନୟାଗଡ଼ ବନଖଣ୍ଡ ପଂଚରିଡା ରେଞ୍ଜ ଗୋଛା ସରନଖିତ ଜଙ୍ଗଲରେ ଶିକାରୀ ଗୁଳିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ସୂର୍ଯ୍ୟମଣି ପ୍ରଧାନ (୪୨)। ଘର ଶରଣକୁଳ ଥାନାର ଗୋଛା ଗାଁରେ। ସୂର୍ଯ୍ୟମଣି ଗୁରୁବାର ବିଳମ୍ବିତ ରାତିରେ ଗୋଛା ଜଙ୍ଗଲକୁ ଯାଇଥିବା ବେଳେ ବଧିସାହି ଅଞ୍ଚଳର ଶିକାରୀ ଶିକାର ଭାବି ଗୁଳି କରିଥିଲେ। ଘଟଣାସ୍ଥଳରେ ସୂର୍ଯ୍ୟମଣି ତଳି ପଡ଼ିଥିଲେ। ଘଟଣାସ୍ଥଳକୁ ଆସି ଶିକାରୀ ଦେଖିବା ବେଳକୁ ଶିକାରୀ ମଣିଷ ହୋଇଥିବାର ଜଣାପଡିଥିଲା। ଏ ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି।


