ଆଦିବାସୀ ଯୁବକଙ୍କୁ ପିଟିଲା ପୋଲିସ

ସମ୍ବଲପୁର, ୭ା୭ (ପ୍ରମୋଦ ବହିଦାର)ପୋଲିସ ବର୍ବରତାର ଆଉ ଏକ କାହାଣୀ ଲୋକଲୋଚନକୁ ଆସିଛି। ବ୍ୟାଟେରି ଚୋରି ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ଗାଁ ଲୋକଙ୍କ ଉପସ୍ଥିତିରେ ପୋଲିସ ମାଡ଼ ମାରିଛି। ଏପରି କି ସେତିକିରେ ମନ ବୁଝି ନ ଥିଲା ଯେ ଫାଣ୍ଡିକୁ ନେଇ ମଧ୍ୟ ନିସ୍ତୁକ ପିଟିଛି। ପରେ ଯୁବକଙ୍କ ଚୋରିରେ ସମ୍ପୃକ୍ତ ନ ଥିବା ଜାଣିବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଛି। ସମ୍ବଲପୁର ଜିଲା ବୁର୍ଲା ଥାନା ଅଧୀନ ଚିପିଲିମା ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ଯୁବକ ଜଣକ ହେଉଛନ୍ତି ରାଜେଶ ମିର୍ଦ୍ଧା। ଏହାକୁ ନେଇ ସମ୍ପୃକ୍ତ ଯୁବକଙ୍କ ମା’ ସୁବାସିନୀ ମିର୍ଦ୍ଧା ଶନିବାର ସମ୍ବଲପୁର ଏସ୍‌ପି ଓ ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଅପରପକ୍ଷରେ ପୋଲିସ ବିରୋଧରେ ହୋଇଥିବା ଅଭିଯୋଗ ସତ୍ୟ ହୋଇଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।
ସୁବାସିନୀଙ୍କ ଅଭିଯୋଗ ଅନୁସାରେ ଗତ ୩ ତାରିଖ ସକାଳ ପ୍ରାୟ ସାଢେ ୭ଟାରେ ବୁର୍ଲା ଥାନା ଅଧୀନ ଚିପିଲିମା ଫାଣ୍ଡିର ୨ଜଣ ପୋଲିସ କର୍ମଚାରୀ ସାହାଜବାହାଲ ଗ୍ରାମକୁ ଆସି ତାଙ୍କ ପୁଅ ରାଜେଶଙ୍କୁ ଏକ ବ୍ୟାଟେରି ଚୋରି ସନ୍ଦେହରେ ଘରୁ ଉଠାଇ ନେଇଥିଲେ। ଏହାପରେ ଗାଁ ଦାଣ୍ଡ ମନ୍ଦିର ସମ୍ମୁଖରେ ରାଜେଶଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ଚୋରି ସମ୍ପର୍କରେ ପଚରାଉଚରା କରିବା ସହ ମାଡ଼ ମାରିବା ପରେ ତାଙ୍କୁ ଫାଣ୍ଡିକୁ ନେଇ ପୋଲିସ ନିସ୍ତୁକ ପିଟିଥିଲା। ଏପରି କି ମାଡ଼ ମାରିବା ବେଳେ ପୋଲିସ ରାଜେଶଙ୍କୁ ଜାତିଆଣ ଆକ୍ଷେପ କରିଥିଲା ବୋଲି ସୁବାସିନୀ ଅଭିଯୋଗରେ ଦର୍ଶାଇଛନ୍ତି। ପରେ ଚୋରିରେ ତାଙ୍କର ସମ୍ପୃକ୍ତି ନ ଥିବା ଅନୁଭବ କରି ଫାଣ୍ଡିରେ ଏକ ସାଦା କାଗଜରେ ରାଜେଶଙ୍କ ଦସ୍ତଖତ କରାଇ ଅପରାହ୍ନରେ ଆଣି ତାଙ୍କୁ ଘରେ ଛାଡ଼ିଥିଲା। ରାଜେଶଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାରକୁ ନେଇଥିଲେ। ତେବେ ନିଜ ଦୋଷ ଲୁଚାଇବାକୁ

କେତେଜଣ ପୋଲିସ କର୍ମଚାରୀ ତାଙ୍କ ଘରକୁ ଆସି ଏନେଇ କେସ୍‌ ନ କରିବାକୁ ତାଙ୍କୁ ଧମକ ଚମକ ଦେଇଥିବା ସୁବାସିନୀ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ବ୍ୟାଟେରି ଚୋରିରେ ସମ୍ପୃକ୍ତ ନାହିଁ ବୋଲି ଯେତେ ନେହୁରା ହେଲେ ମଧ୍ୟ ପୋଲିସ ତାଙ୍କୁ ମାଡ଼ ମାରିବାରୁ ନିବୃତ୍ତ ହୋଇ ନ ଥିଲା। ଖାଲି ସେତିକି ନୁହେଁ, ଯଦି ତାଙ୍କ ପୁଅ ଅଭିଯୁକ୍ତ ତା’ହେଲେ ତାଙ୍କୁ କୋର୍ଟ ଚାଲାଣ ନ କରି ପୋଲିସ ଘରେ ଆଣି କାହିଁକି ଛାଡ଼ିଲା ବୋଲି ସୁବାସିନୀ ପ୍ରଶ୍ନ କରିଛନ୍ତି। ରାଜେଶ ସୁସ୍ଥ ହୋଇ ଘରକୁ ଫେରିବାପରେ ସୁବାସିନୀ ଜିଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ପୁଅ ପାଇଁ ସୁରକ୍ଷା ମାଗିଛନ୍ତି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଭାଗୀରଥି ପଟେଲ କହିଛନ୍ତି, ଅଭିଯୋଗର ତଦନ୍ତ ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଅଭିଯୋଗପତ୍ର ପଠାଯାଇଛି। ଉକ୍ତ ଘଟଣାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ କହିଛନ୍ତି, ଘଟଣାର ତଦନ୍ତ ପାଇଁ ବୁର୍ଲା ଏସ୍‌ଡିପିଓଙ୍କୁ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri