ଭାରତର ଆଦିବାସୀ ଲୋକକଥା

ଦେବଦତ୍ତ ପଟ୍ଟନାୟକ

ଭାରତର ପୁରାଣ କଥା ସମ୍ପର୍କରେ କହିବା ସମୟରେ ଆମେ ମୁଖ୍ୟତଃ ବୌଦ୍ଧ, ଜୈନ ଏବଂ ହିନ୍ଦୁ ଧର୍ମର କାହାଣୀ, ପ୍ରତୀକ ଏବଂ ପର୍ବପର୍ବାଣିଗୁଡ଼ିକ ଉପରେ ଧ୍ୟାନ ଦେଇଥାଉ। ଆଲୋଚନାରେ ଏହି ସବୁ ଧର୍ମକୁ ଆମେ ପ୍ରାଧାନ୍ୟ ଦେଉଥିବାବେଳେ ଭାରତର ବିଭିନ୍ନ ଆଦିବାସୀଙ୍କ ପରମ୍ପରାଗତ ବିଶ୍ୱାସ କିମ୍ବା ଲୋକକଥାଗୁଡ଼ିକୁ ଅଣଦେଖା କରାଯାଏ। ଦେଖିବାକୁ ଗଲେ ଆଦିବାସୀମାନେ ଉପମହାଦେଶକୁ ଆର୍ଯ୍ୟମାନଙ୍କ ଆଗମନର ବହୁ ପୂର୍ବରୁ ଆସିଥିଲେ। ଆଦିମ ଆଦିବାସୀଙ୍କ ବସତି, ଜୀବନ ଓ ଜୀବିକା ଦୃଷ୍ଟିରୁ ସେମାନଙ୍କ କାହାଣୀ ତଥା କିମ୍ବଦନ୍ତୀ ଓ ଲୋକକଥାଗୁଡ଼ିକ ବେଶ୍‌ ଚିତ୍ତାକର୍ଷକ।
ବିଶ୍ୱରେ ଭାରତ ଏକ ଆଦିବାସୀ ବହୁଳ ଦେଶ। ଏହି ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ବର୍ଗର ଆଦିବାସୀ ରହିଛନ୍ତି। ସେମାନଙ୍କ ଚାଲିଚଳନ ଓ ଆଧ୍ୟାମତ୍ିକ ବିଶ୍ୱାସରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଏଭଳି ଆଦିବାସୀମାନଙ୍କ ମଧ୍ୟରେ ସାନ୍ତାଳ ହେଉଛନ୍ତି ଏକ ବର୍ଗ। ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ସାନ୍ତାଳମାନେ ରହିଛନ୍ତି। ସେମାନଙ୍କ ବିଶ୍ୱାସ ଯେ, ପରମେଶ୍ୱର ଠାକୁରଦେବ ଓ ଅନ୍ୟ ଦେବଦେବୀ ଏକ ମାଈ ଓ ଅଣ୍ଡିରା ହଂସ ସୃଷ୍ଟି କରିଥିଲେ। ହଂସ ଅଣ୍ଡାରୁ ମଣିଷର ଉଦ୍ଭବ କିଭଳି ହୋଇଛି ସେ ସମ୍ପର୍କରେ ସେମାନଙ୍କ ଲୋକକଥା ଦର୍ଶାଏ। କ୍ଷୁୁଦ୍ରତର ଆମତ୍ାକୁ ସେମାନେ ବୋଙ୍ଗାସ ବୋଲି କହିଥାନ୍ତି। ସେମାନେ ମଧ୍ୟ ବିଶ୍ୱ ସୃଷ୍ଟିକୁ ନେଇ ବି ସେମାନଙ୍କର ଲୋକକଥା ରହିଛି। ସେମାନେ କହନ୍ତି ଯେ, ସୃଷ୍ଟି ଆରମ୍ଭରୁ ସାରା ବିଶ୍ୱ ଜଳମୟ ଥିଲା। ଜିଆମାନେ ପୃଥିବୀକୁ ସଂଗ୍ରହ କରି ଏକ କଇଁଚ୍ଛ ପିଠିରେ ରଖିବା ପୂର୍ବରୁ ବିଶ୍ୱ ଏଭଳି ଜଳମୟ ରହିଥିଲା। ଅପରପକ୍ଷରେ ଆମ ପୌରାଣିକ କାହାଣୀରେ କଇଁଛ ପିଠି ଉପରେ ହାତୀମାନେ ପୃଥିତ୍ବୀକୁ ଧରି ରଖିଥିବା ଦର୍ଶାଯାଇଛି। ତେବେ ଏଭଳି ପୌରାଣିକ ବିଚାରଧାରାକୁ ଆଦିବାସୀମାନଙ୍କ ଲୋକକଥା ପ୍ରେରିତ ବା ସମର୍ଥନ କରୁ ନାହିଁ କି?
ଏବେ ଆସିବା କୋରକୁ ଆଦିବାସୀଙ୍କ କିମ୍ବଦନ୍ତୀ ଆଧାରିତ ବିଶ୍ୱାସକୁ। କୋରକୁମାନେ ମଧ୍ୟପ୍ରଦେଶ ଓ ମଧ୍ୟପ୍ରଦେଶର ସବୁଆଡ଼େ ବସତି ସ୍ଥାପନ କରି ରହିଛନ୍ତି। ସେମାନଙ୍କ ଲୋକକଥା ଓ କିମ୍ବଦନ୍ତୀରେ ମୃଗ ସ୍ଥାନ ପାଇଛି। ଏହା ସେମାନଙ୍କ ପୂର୍ବପୁରୁଷଙ୍କ ଅନୁସୃତ କଥା। ଏହା ଦର୍ଶାଏ ଯେ, ଥରେ ଏକ ମୃଗ ପାହାଡ଼ ଗୁମ୍ଫାରେ ଅଦୃଶ୍ୟ ହୋଇଗଲା। ମୃଗ ବାହାରକୁ ଆସିବ ବୋଲି ସେମାନେ ଭାବି ନେଲେ। ଏଣୁ ସେମାନେ ସେହି ଗୁମ୍ଫା ବାହାରେ ମୃଗକୁ ଅପେକ୍ଷା କରି ବସିଲେ। ଏହି ସମୟରେ ସେଠାରେ ଜଣେ ତପସ୍ବୀଙ୍କ ସହ ସେମାନଙ୍କର ସାକ୍ଷାତ ହେଲା। ତପସ୍ବୀ ସେମାନଙ୍କୁ କିଛି ଅନ୍ନ ଖାଇବାକୁ ଦେଲେ। ତା’ପରେ ସେହି ତପସ୍ବୀ ଜଣକ ନିଜକୁ ଶିବ ବୋଲି ପରିଚୟ ଦେଲେ। ପରେ କୋରକୁଙ୍କ ପୂର୍ବପୁରୁଷମାନଙ୍କୁ କୃଷକ ଭାବେ ସ୍ଥାୟୀ ବସତି ସ୍ଥାପନ କରି ରହିବାକୁ କହିଲେ। ସେ ଶିକାର କରିବାକୁ ପୂରା ମନା କରିଦେଲେ। କୋରକୁଙ୍କ ଲୋକକଥାରେ ଆଉ ଏକ କାହାଣୀ ରହିଛି। ରାବଣ କିଭଳି ନିଜ ସ୍ଥାନ ଛାଡ଼ି ଏକ ସୁନ୍ଦର ପରିବେଶମୟ ତଥା ଜନଶୂନ୍ୟ ଜଙ୍ଗଲକୁ ଚାଲିଗଲେ, ତାହା ହିଁ ଉକ୍ତ କାହାଣୀର ସାରାଂଶ। ସେହି ଜଙ୍ଗଲକୁ ଜନମୟ କରିବା ଲାଗି ରାବଣ ଶିବଙ୍କୁ ପ୍ରାର୍ଥନା କଲେ। ଏତିକିବେଳେ ଶିବ ତାଙ୍କ ବାର୍ତ୍ତାବାହକ ବା ଦୂତ କାଉ ଖଗେଶ୍ୱରକୁ ପାହାଡ଼ିଆ ଅଞ୍ଚଳରୁ ଲାଲ ମାଟି ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେହି ସଂଗୃହୀତ ମାଟିରେ ଶିବ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୂର୍ତ୍ତି ଗଢ଼ିଲେ। ତେବେ ଶିବ ସେହି ମୂର୍ତ୍ତି ଦ୍ୱୟରେ ଜୀବନ ସଞ୍ଚାର କରିବା ପୂର୍ବରୁ କ୍ରୋଧୀ ଇନ୍ଦ୍ର ତାଙ୍କ ଘୋଡ଼ାକୁ ପଠାଇ ମୂର୍ତ୍ତିଗୁଡ଼ିକୁ ଭାଙ୍ଗିଦେଲେ। ଫଳରେ ଶିବ ରାଗିଗଲେ ଓ ଆଉ ମଣିଷ ମୂର୍ତ୍ତି ନ କରି ସେ ଲାଲ ମାଟିରେ ଦୁଇଟି କୁକୁର ତିଆରି କଲେ ଓ ସେମାନଙ୍କୁ ଜୀବନଦାନ ଦେଇ ଇନ୍ଦ୍ରଙ୍କ ଘୋଡାଗୁଡ଼ିକୁ ତଡ଼ିଦେଲେ। ଘୋଡ଼ା ଚାଲିଯିବା ପରେ ଶିବ ପୁନର୍ବାର ଦୁଇଟି ମାନବ ମୂର୍ତ୍ତି ଗଢ଼ି ତାଙ୍କୁ ଜୀବଦାନ ଦେଲେ। ପୁରୁଷ ଜଣଙ୍କ ନାମ ମୋଲା ଏବଂ ମହିଳାଙ୍କ ନାମ ମୋଲି ରଖିଲେ । ସେହି ମୋଲା ଓ ମୋଲି ହେଉଛନ୍ତି କୋରକୁ ଆଦିବାସୀଙ୍କ ପୂର୍ବଜ। କୋରକୁମାନେ ଶିବ, ରାବଣ ଓ କୁକୁରଙ୍କୁ ପୂଜା କରନ୍ତି। ଇନ୍ଦ୍ରଙ୍କୁ ଘଉଡାଇବା କଥାକୁ ସଭ୍ୟ ଆର୍ଯ୍ୟମାନେ ଅସ୍ବୀକାର କରନ୍ତି। କାରଣ ସେମାନେ ଶିବଙ୍କୁ ବେଦିକ ଦେବତା ଭାବେ ଗ୍ରହଣ କରନ୍ତି।
ବୈଗା ଜନଜାତିର ଲୋକେ ମଧ୍ୟପ୍ରଦେଶର ସବୁଆଡ଼େ ଖେଳାଇ ହୋଇ ରହିଛନ୍ତି। ସେମାନଙ୍କର ମଧ୍ୟ ପୃଥିବୀ ସୃଷ୍ଟି ଓ ଦେବଦେବୀଙ୍କୁ ନେଇ ଭିନ୍ନ ବିଶ୍ୱାସ ରହିଛି। ସେମାନେ କହନ୍ତି ଯେ, ସୃଷ୍ଟି ଆରମ୍ଭରୁ ସବୁଆଡ଼େ ଜଳମୟ ଥିଲା। କୌଣସିଠାରେ ମାଟି ନ ଥିତ୍ଲା। ପରେ ବ୍ରହ୍ମା ପାଣି ମଧ୍ୟରେ ଭୂଭାଗ ସୃଷ୍ଟି କଲେ। ଭୂଭାଗ ସୃଷ୍ଟି କରିବା ପରେ ସେଥିରୁ ଦୁଇ ଜଣ ଲୋକ ଉଭା ହେଲେ। ଜଣେ ବ୍ରାହ୍ମଣ ଓ ଆଉ ଜଣେ ଥିଲେ ସାଧୁ। ସାଧୁଙ୍କ ନାମ ଥିଲା ନାଗ ବୈଗା। ବ୍ରହ୍ମା ବ୍ରାହ୍ମଣମାନଙ୍କୁ ପଢ଼ିବା ଓ ଲେଖିବା ଲାଗି କିଛି କାଗଜ ଦେଲେ। ପରେ ବ୍ରହ୍ମା ବୈଗାଙ୍କୁ ଏକ ଟାଙ୍ଗିଆ ବା ଦା ଦେଲେ। ସେ ମଧ୍ୟ ବୈଗାଙ୍କୁ କିଛି ମାଣ୍ଡିଆ ଓ ଏକ ପ୍ରକାର ଔଷଧୀୟ ଗଛ( କୁଟକି) ଦେଲେ। ପରେ ଚାଷ ଆରମ୍ଭ କରିବା ସକାଶେ ନାଗବୈଗାଙ୍କୁ ନିର୍ଦ୍ଦେଶ ଦେଲେ। ସେହିଦିନଠାରୁ ବୈଗାମାନେ କେବଳ କୃଷିକାର୍ଯ୍ୟ କରି ଆସୁଛନ୍ତି ଓ ବ୍ରାହ୍ମଣମାନେ ଶିକ୍ଷାପ୍ରାପ୍ତି ଉପରେ ଅଧିକ ଧ୍ୟାନ ଦେଇଆସୁଛନ୍ତି।
ଭାରତରେ ୫୦୦ରୁ ଊର୍ଦ୍ଧ୍ୱ ବର୍ଗର ଆଦିବାସୀ ରହିଛନ୍ତି ଓ ପ୍ରତ୍ୟେକଙ୍କର ଈଶ୍ୱର ବା ଦେବଦେବୀ ଏବଂ ସୃଷ୍ଟି ସମ୍ପର୍କିତ ଭିନ୍ନ ଧରଣର ଲୋକକଥା ରହିଛି। କିନ୍ତୁ ଆମେ ସେମାନଙ୍କ ଲୋକକଥାକୁ ବହୁ ସମୟରେ ଅଣଦେଖା କରୁଛୁ। ଲୋକକଥା, କିମ୍ବଦନ୍ତୀ ଏବଂ ପୌରାଣିକ କାହାଣୀର ବ୍ୟାପକ ଧାରା ଓ ରୀତି ଉପରେ ଅନୁଧ୍ୟାନ କରିବା ସମୟରେ ଏଭଳି ସ୍ଥିତି ଦେଖାଯାଉଛି। ବହୁ ସମୟରେ ସେଗୁଡ଼ିକୁ ସରଳ ଭାବେ ଦେଖୁଛୁ, ଐତିହାସିକ ତଥା ପୌରାଣିକ ଦୃଷ୍ଟିରୁ ତାହାର କାରଣ ବି ଖୋଜୁଛୁ। ଏପରି କି ସେମାନଙ୍କ ଲୋକକଥା ବା କିମ୍ବଦନ୍ତୀର ଗଭୀର ମନସ୍ତାତ୍ତ୍ୱିକ ଅନ୍ତର୍ଦୃଷ୍ଟି ରହିଥିତ୍ଲେ ବି ବେଳେବେଳେ ଇତିହାସ ପୂର୍ବର ଏବଂ ଇତିହାସ ସମୟ ମଧ୍ୟରେ ଅନ୍ୟ ସଭ୍ୟତାର କଥା ବା କାହାଣୀ ଲିପିବଦ୍ଧ ହୋଇଥିବାବେଳେ ଆଦିବାସୀଙ୍କର ଏ ସମ୍ପର୍କରେ କିଛି ନାହିଁ। କିନ୍ତୁ ଦେଖିବାକୁ ଗଲେ ସେମାନଙ୍କ ଜାତି ଓ ଧର୍ମ ବିଶ୍ୱାସ ପ୍ରତି ଗବେଷକମାନଙ୍କ ପ୍ରବଳ ଅନାଦର, ଅବିଶ୍ୱାସ କିମ୍ବା କେବଳ ଆଦିବାସୀଙ୍କ ସରଳପ୍ରବୃତ୍ତି ଯୋଗୁ ଏଭଳି ହେଉଥିବା କୁହାଯାଇପାରେ। ଏଠାରେ ଆମତ୍ସମୀକ୍ଷା ଉପରେ ଗୁରୁତ୍ୱ ଦିଆ ନ ଯାଇ ଜୀବନର କର୍ମକାଣ୍ଡ ଆବୃତ୍ତି ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହା ଆଦିବାସୀ ଲୋକକଥା ଉପରେ ହିନ୍ଦୁ ବିଶ୍ୱାସ ଓ ପରମ୍ପରାର ପ୍ରଭାବକୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି, କିନ୍ତୁ ଏହାର ବିପରୀତ ପ୍ରତିକ୍ରିୟା ମଧ୍ୟ ସତ୍ୟ। ଈଶ୍ୱର ବରାହ ରୂପରେ ସାଗର ତଳୁ ପୃଥିବୀକୁ ଉଠାଇ ଧରିଥିବା କଥା ବେଦରେ ଦେଖିବାକୁ ମିଳେ। ଆଦିବାସୀଙ୍କ ଆଦ୍ୟ ବା ମୂଳ ଲୋକକଥା ସହ ଏହି ପୌରାଣିକ କଥାର ସମ୍ପର୍କ ରହିଛି।
devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri