ଦଳିତ, ଆଦିବାସୀଙ୍କୁ ମିଳୁନି ଘରଡିହ ପଟ୍ଟା

ନୟାଗଡ଼ ଅଫିସ,୨୦।୧୧: ସରକାର ଦଳିତ ଓ ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ଏହା ସେମାନଙ୍କ ପାଇଁ ଅପହଞ୍ଚ ହୋଇରହିଛି। ରଣପୁର ତହସିଲର ବିଭିନ୍ନ ପଞ୍ଚାୟତରେ ୫୦୦ରୁ ଊର୍ଦ୍ଧ୍ୱ ଦଳିତ ଓ ଆଦିବାସୀ ପରିବାର ସରକାରୀ ଜମିରେ କାହିଁ କେଉଁ ଅମଳରୁ ରହିଆସୁଥିଲେ ମଧ୍ୟ ପଟ୍ଟା ପାଇପାରୁ ନାହାନ୍ତି। ତହସିଲ ପକ୍ଷରୁ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଉଠିଛି। ବାସସ୍ଥାନ ପ୍ରମାଣପତ୍ର ପାଇ ନ ଥିବାରୁ ସରକାରୀ ସୁବିଧା ହାସଲ କରିପାରୁ ନାହାନ୍ତି। ଏହି ସମସ୍ୟା ନେଇ ସେମାନେ ବିଭିନ୍ନ ସମୟରେ ତହସିଲଦାର, ବିଡିଓ, ଉପଜିଲାପାଳ, ଜିଲାପାଳଙ୍କୁ ଭେଟିଥିଲେ ମଧ୍ୟ ସୁଫଳ ମିଳୁନି। ଏପରିସ୍ଥଳେ ଏହି ଭୂମିହୀନ ପରିବାର ଗୁରୁବାର ଭାରତ ରତ୍ନ ଡକ୍ଟର ବି. ଆର୍‌. ଆମ୍ବେଡକର ସୋସିଆଲ ୱେଲ୍‌ଫେୟାର ଅର୍ଗାନାଇଜେଶନ ସହଯୋଗରେ ଜିଲାପାଳଙ୍କୁ ଭେଟି ନିଜ ସମସ୍ୟା ଜଣାଇବା ସହ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ରଣପୁର ତହସିଲ ରାଜସୁନାଖଳା ପଞ୍ଚାୟତ କୋଟଗଡ଼ ଆଦିବାସୀ ସାହିର ୧୫, କୋଟଗଡ଼ ନୂଆସାହିର ୭, ଗୋଡ଼ିସାହିର ୫ ପରିବାର ୨୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ସରକାରୀ ଜମିରେ ରହି ଆସୁଛନ୍ତି। ସେହିଭଳି କୁଳାସର ପଞ୍ଚାୟତ ନିରାକାରପୁରର ୨ ପରିବାର, ଗୋପାଳପୁର ପଞ୍ଚାୟତ ୧୬ ନଂ. ୱାର୍ଡ ହରିଜନ ସାହିର ୧୨୫, ଚାନ୍ଦପୁର ପଞ୍ଚାୟତ ଚାନ୍ଦପୁର ଭୋଇସାହିର ୧୫ ପରିବାର ଭୂମିହୀନ। ଅନୁରୂପ ଭାବେ ବଜ୍ରକୋଟ ପଞ୍ଚାୟତର ୩୦, ଦର୍ପନାରାୟଣପୁରର ୧୦୦, ଖତିଆ ପଞ୍ଚାୟତ ଦଳିତସାହିର ୧୦, ରଙ୍କଦେଉଳି ପଞ୍ଚାୟତ ଗୋଡିମଡା ଦଳିତସାହିର ୩୦ ପରିବାର ପଟ୍ଟା ପାଇପାରି ନାହାନ୍ତି। ଏ ନେଇ ରଣପୁର କୋଡିଏ କାହାଣିଆ ଗଁାର ଗଙ୍ଗାଧର ନାୟକ, ଦୀନବନ୍ଧୁ ନାୟକ, ଚାନ୍ଦପୁରର ତନୁଲତା ଭୋଇ କୁହନ୍ତି, ଦଳିତ ଓ ଆଦିବାସୀ ଲୋକ ଘରବାରି ପଟ୍ଟା ନ ପାଇବାରୁ ସରକାରୀ ସୁବିଧା ସୁଯୋଗ ନେଇପାରୁ ନାହାନ୍ତି। ପଟ୍ଟା ପାଇବା ପାଇଁ ବିଭିନ୍ନ ସମୟରେ ଆବେଦନ ସହ ଅଭିଯୋଗ, ପ୍ରତିବାଦ ପରେ କେବଳ ପ୍ରତିଶ୍ରୁତି ମିଳୁଛି। ଦଳିତ ଓ ଆଦିବାସୀ ନେତା ନାରାୟଣ ଚନ୍ଦ୍ର ଦାସ, ଦିବାକର ଭୋଇ କୁହନ୍ତି, ଦଳିତ ଓ ଆଦିବାସୀଙ୍କ ସମସ୍ୟା ଅନେକ। ତେବେ ଭୂମିହୀନ ଦଳିତ ଓ ଆଦିବାସୀଙ୍କ ସମସ୍ୟାଙ୍କୁ ଗୁରୁତ୍ୱ ଦିଆଯାଇ ସମାଧାନ କରାଯିବା ଦରକାର। ସେମାନଙ୍କ ପାଇଁ ସ୍ବତନ୍ତ୍ର ଶ୍ମଶାନ, କୋଠଘର, ପୋଖରୀ, ବେକାର ଯୁବତୀଯୁବକଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇବା ଆବଶ୍ୟକ। ଜିଲାପାଳଙ୍କ ଅନୁପସ୍ଥିତିରେ ଆମେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛୁ। ସେ ଜିଲାପାଳଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri