ଅପପୁଷ୍ଟିରେ ଆଦିବାସୀ ପରିବାର

କଳିଙ୍ଗନଗର,୨୩ା୩(ଡି.ଏନ.ଏ.): ଯାଜପୁର ଜ଼ିଲା ସୁକିନ୍ଦା ନିର୍ବାଚନୀମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟିର ଚିତ୍ର। ଗ୍ରାମରେ ବାସ କରନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ସ୍ତ୍ରୀ ତୁଳସୀ ହେମ୍ବ୍ରମ ଏବଂ ୯ଟି ପିଲା। ୯ ପିଲା ମଧ୍ୟରୁ ୭ଝିଅ ଓ ୨ ପୁଅ। ବାଙ୍କୁ ମୂଲମଜୁରି ଲାଗି ଯାହା ଆଣନ୍ତି ସେଥିରେ ପରିବାରର ୧୧ ପ୍ରାଣୀ ଚଳିବା କଷ୍ଟକର। ଓଳିଏ ଖାଇଲେ ଆର ଓଳି ଉପାସ। ଏପରିସ୍ଥିତିରେ ଅପପୁଷ୍ଟିରେ ବାଙ୍କୁଙ୍କ ଦୁଇଟି ପୁଅ ମଧ୍ୟରୁ ଜଣେ କିଛି ଦିନ ପୂର୍ବେ ମୃତ୍ୟୁବରଣ କରିଥିବାବେଳେ ଏବେ ଝିଅ କୁନି ହେମ୍ବ୍ରମ ଏବଂ ଶାନ୍ତି ହେମ୍ବ୍ରମ ଅପପୁଷ୍ଟିର ଶିକାର ହୋଇ ଘରେ ଶୋଇରହିଛନ୍ତି। ବାଙ୍କୁଙ୍କୁ ସରକାରୀ ସହାୟତା ଭାବେ ରାଶନ କାର୍ଡ ମିଳିଛି। ହେଲେ ସେଥିରେ ମିଳୁନି ରାଶନ ସାମଗ୍ରୀ। ଫଳରେ ମୁଲମଜୁରୀ ଲାଗି ବହୁ କଷ୍ଟରେ ପରିବାର ଚଳାଉଥିବା ବାଙ୍କୁ ଶେଷରେ ପିଲାଙ୍କ ଅବସ୍ଥା ଦେଖି ଅସହାୟ ହୋଇପଡ଼ିଛନ୍ତି। ଏହି ଅପପୁଷ୍ଟି ଘଟଣା ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିସିପିଓ) ଶରତଚନ୍ଦ୍ର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ ଆକ୍ରାନ୍ତ ପିଲାଙ୍କୁ ପୁଷ୍ଟିସାଧନ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଡିସିପିଓଙ୍କ ଏକ ଟିମ୍‌ ଦାନଗଦି ସିଡିପିଓ ଦେବକୀ ପାତ୍ରଙ୍କ ସହିତ ମିଳିତ ଆଲୋଚନା ପରେ ବାଙ୍କୁଙ୍କ ଘରେ ପହଞ୍ଚତ୍ ଆଉ ୫ ଶିଶୁଙ୍କୁ ସୁକିନ୍ଦାସ୍ଥିତ ଆମ ଘର ଶିଶୁ ଯତ୍ନଗୃହରେ ଥଇଥାନ କରିଛନ୍ତି। ଏନେଇ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଜ୍ୟୋତିରଞ୍ଜନ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ବହୁବାର ଡାକ୍ତରୀ ଟିମ୍‌ ଯାଇଥିଲେ ମଧ୍ୟ ବାଙ୍କୁ ପୁଷ୍ଟି ସାଧନକେନ୍ଦ୍ରକୁ ଆସିବାକୁ ଅରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଉନି ଶୋଷ ସଂଘର୍ଷ

ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) ନଦୀକୂଳିଆ ଗାଁ । କୂଅ ଅଛି। ନଳକୂଅ ବସାଯାଇଛି। ପାଇପ୍‌ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି। ତଥାପି ଶୋଷ ମେଣ୍ଟାଇବାକୁ...

ନିମ୍ନମାନର ରାସ୍ତାକୁ ନେଇ ଉତ୍ତେଜନା: କାମ ବନ୍ଦ କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନିର୍ମାଣାଧୀନ ଆଳଦା-କଇଥଗଡିଆ ପ୍ରଧାନମନ୍ତ୍ରୀ ସଡକ ଅତ୍ୟନ୍ତ ବେପରୁଆ ଭାବେ ଚାଲିଛି ା ବ୍ୟବହୃତ କଞ୍ଚମାଲ ଅତ୍ୟନ୍ତ ନିମ୍ନମାନର...

ଅବସରପ୍ରାପ୍ତ କନଷ୍ଟେବଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଆଁରମୁଣ୍ଡା,୨୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅଧୀନ ଦଲକି ପଞ୍ଚାୟତ କଲୋନୀପଡ଼ା ବସ୍ତିରେ କଲେବର ପ୍ରଧାନ(୬୨) ନାମକ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଟାଙ୍ଗିଆରେ ହାଣି...

ପାଇକ କଳାକୁ ନାହିଁ ପ୍ରୋତ୍ସାହନ

ବନ୍ତଳା,୧୨ା୧ ଶତ୍ରୁ ଆକ୍ରମଣ ବେଳେ ରାଜାଙ୍କ ଗଡ଼କୁ ସୁରକ୍ଷା ଦେଉଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ରଧରି ଇଂରେଜମାନଙ୍କ ପଥରୋଧ କରିଥିଲେ। ସ୍ବତନ୍ତ୍ର ସମରକଳାରେ ନିପୁଣ କ୍ଷତ୍ରିୟ ପାଇକମାନେ ସେତେବେଳେ...

ମାଓବାଦୀ-ଗ୍ରାମବାସୀ ଲଢ଼େଇ: ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା

ମାଲକାନଗିରି,୨୭।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୫ ତାରିଖରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ...

ଆନ୍ଦୋଳନକୁ ସମର୍ଥନ ମିଳୁଛି, ଜନ ଅସନ୍ତୋଷ ବଢ଼ୁଛି

କେନ୍ଦ୍ରାପଡ଼ା ଅଫିସ, ୧।୨: ଖଡିଅଙ୍ଗସ୍ଥିତ ପୁରୁଣା କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅପନ୍ତରା ହୋଇଛି। ଅପରପାର୍ଶ୍ୱରେ ଏହି ସ୍ଥାନରେ ସିଟି ହସ୍ପିଟାଲ ସ୍ଥାପନ ଦାବି...

ଶିଶୁକନ୍ୟା ପାଟିରେ ପଶିଗଲା ରଡ୍‌

ବ୍ରହ୍ମପୁର,୨ା୮: ଗଞ୍ଜାମ ଜିଲା କେଶପୁର ନିକଟ ପାଳକଷଣ୍ଢ ଗାଁରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଘର ଛାତ ଉପରେ ଖେଳୁଥିବା ସମୟରେ ଏକ ୪ବର୍ଷର...

୧୪ ବର୍ଷରେ ତୁଳସୀନଗରପଡ଼ା ଦୁର୍ଗାପୂଜା

ବଲାଙ୍ଗୀର ଅଫିସ, ୩ା୧୦: ବଲାଙ୍ଗୀର ତୁଳସୀନଗରପଡା ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ତୁଳସୀନଗର ଦୁର୍ଗାପୂଜା କମିଟି ପକ୍ଷରୁ ତିନିଦିନାତ୍ମକ ଦୁର୍ଗାପୂଜା ଆରମ୍ଭ...

Advertisement
Archives

Model This Week