ଅପପୁଷ୍ଟିରେ ଆଦିବାସୀ ପରିବାର

କଳିଙ୍ଗନଗର,୨୩ା୩(ଡି.ଏନ.ଏ.): ଯାଜପୁର ଜ଼ିଲା ସୁକିନ୍ଦା ନିର୍ବାଚନୀମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟିର ଚିତ୍ର। ଗ୍ରାମରେ ବାସ କରନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ସ୍ତ୍ରୀ ତୁଳସୀ ହେମ୍ବ୍ରମ ଏବଂ ୯ଟି ପିଲା। ୯ ପିଲା ମଧ୍ୟରୁ ୭ଝିଅ ଓ ୨ ପୁଅ। ବାଙ୍କୁ ମୂଲମଜୁରି ଲାଗି ଯାହା ଆଣନ୍ତି ସେଥିରେ ପରିବାରର ୧୧ ପ୍ରାଣୀ ଚଳିବା କଷ୍ଟକର। ଓଳିଏ ଖାଇଲେ ଆର ଓଳି ଉପାସ। ଏପରିସ୍ଥିତିରେ ଅପପୁଷ୍ଟିରେ ବାଙ୍କୁଙ୍କ ଦୁଇଟି ପୁଅ ମଧ୍ୟରୁ ଜଣେ କିଛି ଦିନ ପୂର୍ବେ ମୃତ୍ୟୁବରଣ କରିଥିବାବେଳେ ଏବେ ଝିଅ କୁନି ହେମ୍ବ୍ରମ ଏବଂ ଶାନ୍ତି ହେମ୍ବ୍ରମ ଅପପୁଷ୍ଟିର ଶିକାର ହୋଇ ଘରେ ଶୋଇରହିଛନ୍ତି। ବାଙ୍କୁଙ୍କୁ ସରକାରୀ ସହାୟତା ଭାବେ ରାଶନ କାର୍ଡ ମିଳିଛି। ହେଲେ ସେଥିରେ ମିଳୁନି ରାଶନ ସାମଗ୍ରୀ। ଫଳରେ ମୁଲମଜୁରୀ ଲାଗି ବହୁ କଷ୍ଟରେ ପରିବାର ଚଳାଉଥିବା ବାଙ୍କୁ ଶେଷରେ ପିଲାଙ୍କ ଅବସ୍ଥା ଦେଖି ଅସହାୟ ହୋଇପଡ଼ିଛନ୍ତି। ଏହି ଅପପୁଷ୍ଟି ଘଟଣା ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିସିପିଓ) ଶରତଚନ୍ଦ୍ର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ ଆକ୍ରାନ୍ତ ପିଲାଙ୍କୁ ପୁଷ୍ଟିସାଧନ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଡିସିପିଓଙ୍କ ଏକ ଟିମ୍‌ ଦାନଗଦି ସିଡିପିଓ ଦେବକୀ ପାତ୍ରଙ୍କ ସହିତ ମିଳିତ ଆଲୋଚନା ପରେ ବାଙ୍କୁଙ୍କ ଘରେ ପହଞ୍ଚତ୍ ଆଉ ୫ ଶିଶୁଙ୍କୁ ସୁକିନ୍ଦାସ୍ଥିତ ଆମ ଘର ଶିଶୁ ଯତ୍ନଗୃହରେ ଥଇଥାନ କରିଛନ୍ତି। ଏନେଇ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଜ୍ୟୋତିରଞ୍ଜନ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ବହୁବାର ଡାକ୍ତରୀ ଟିମ୍‌ ଯାଇଥିଲେ ମଧ୍ୟ ବାଙ୍କୁ ପୁଷ୍ଟି ସାଧନକେନ୍ଦ୍ରକୁ ଆସିବାକୁ ଅରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri