‘ଶ୍ରୀମନ୍ଦିରରେ ଅନ୍‌ଲାଇନ ଦର୍ଶନ ପାଇଁ ବିଚାରବିମର୍ଶ’

ପୁରୀ ଅଫିସ,୭ା୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା ଗ୍ରହଣ କରାଯିବ। ଏନେଇ ବିଚାର ବିମର୍ଶ ଚାଲିଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି। ତେବେ ଏନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅପରପକ୍ଷରେ ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏହି ବ୍ୟବସ୍ଥା ଲାଗୁ ହେଲେ ଦୃଢ଼ ବିରୋଧ କରାଯିବ ବୋଲି କେତେକ ଭକ୍ତ ମତ ରଖିଛନ୍ତି।
ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦ତାରିଖରୁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। କେବଳ ସେବାୟତମାନେ ମନ୍ଦିରକୁ ଯାଇ ଠାକୁରଙ୍କ ନୀତିକାନ୍ତି କରୁଛନ୍ତି। କୌଣସି ଭକ୍ତଙ୍କୁ ଭିତରକୁ ଛଡ଼ାଯାଉନି। ଇତିମଧ୍ୟରେ ସାଢେ ୪ମାସରୁ ଊର୍ଦ୍ଧ୍ୱ ବିତିଗଲାଣି, ହେଲେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ମହାମାରୀ କରୋନା ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରି ଛିଡ଼ା କରିଛି। ତେବେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାରୁ ଏହାର ପ୍ରଭାବ ପୁରୀ ଅର୍ଥନୀତି ଉପରେ ପଡ଼ିଛି। ହୋଟେଲ ଶିଳ୍ପଠାରୁ ଆରମ୍ଭ କରି ବେଳାଭୂମିର ଉଠାଦୋକାନୀ ବି ପ୍ରଭାବିତ ହୋଇଛନ୍ତି। ତେଣୁ ଧୀରେ ଧୀରେ ଅର୍ଥନୀତିକୁ ସୁଦୃଢ଼ କରାଇବା ପାଇଁ ପ୍ରଶାସନ ଚିନ୍ତା କରୁଛି। ଯେଉଁମାନେ ହୋଟେଲରେ ବୁକିଂ କରିଥିବେ ସେମାନେ ପୁରୀକୁ ଆସିପାରିବେ ବୋଲି ପ୍ରଶାସନ ଅନୁମତି ଦେଲାଣି। ଅନ୍ୟପକ୍ଷରେ ସାଢେ ୪ମାସରୁ ଊର୍ଦ୍ଧ୍ୱ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତଙ୍କ ମନ ବି ବ୍ୟଥିତ ହୋଇପଡ଼ିଲାଣି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।
ଗୁରୁବାର ଗଣମାଧ୍ୟମକୁ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ସୂଚନା ଦେଇ କହିଛନ୍ତି, ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି ଭକ୍ତ। ଅନ୍‌ଲାଇନ ଜରିଆରେ ଦର୍ଶନ ବ୍ୟବସ୍ଥା ପାଇଁ ବିଚାର ବିମର୍ଶ କରାଯାଉଛି। ଏନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି। ଶୀଘ୍ର ଚୂଡ଼ାନ୍ତ ହେବ। ପ୍ରଥମେ ପୁରୀବାସୀ ଏବଂ ପରେ ଅନ୍ୟମାନଙ୍କୁ ଦର୍ଶନ ସୁବିଧା ମିଳିବ। ପରିଚୟପତ୍ର ଏବଂ ତଥ୍ୟ ଦେଇ ଅନ୍‌ଲାଇନରେ ପଞ୍ଜୀକୃତ କରିପାରିବେ। କେଉଁଦିନ ଏବଂ କେଉଁ ସମୟରେ ଦର୍ଶନ ସୁବିଧା ମିଳିବ ତାହା ପୂର୍ବରୁ ଜଣାଇ ଦିଆଯିବ ବୋଲି ଦାସମହାପାତ୍ର କହିଛନ୍ତି। ତେବେ ଏହାକୁ ନେଇ ଭକ୍ତଙ୍କ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଶ୍ରଦ୍ଧାଳୁ ଦିଲୀପ ବରାଳ କହିଛନ୍ତି, ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା କରାଗଲେ ବହୁ ଭକ୍ତ ଦର୍ଶନରୁ ବଞ୍ଚତ୍ତ ହେବେ। ବିଶେଷକରି ପରିଣତ ବୟସରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଥିବା ବେସାହାରା ଲୋକଟିଏ ପାଖରେ ଆଉ ସୁଯୋଗ ରହିବ ନାହିଁ। କେବଳ ମହାପ୍ରଭୁ ବଡ଼ବଡିଆଙ୍କ ଠାକୁର ବୋଲି ପ୍ରମାଣିତ ହେବ। ତେଣୁ ଏଭଳି ବ୍ୟବସ୍ଥା ଶ୍ରୀମନ୍ଦିର କ୍ଷେତ୍ରରେ ଲାଗୁ ନ ହେଉ ବୋଲି ବରାଳ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଅନ୍‌ଲାଇନ ଦର୍ଶନ ସମ୍ପର୍କରେ କୌଣସି ନିଷ୍ପତ୍ତି କିମ୍ବା ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ପରିଚାଳନା କମିଟି ବୈଠକରେ ମଧ୍ୟ ଏସଂକ୍ରାନ୍ତରେ ଆଲୋଚନା କରାଯାଇ ନାହିଁ। ଏହା ଦାସମହାପାତ୍ରଙ୍କ ବ୍ୟକ୍ତିଗତ ମତ ହୋଇପାରିଥାଏ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri